ସ୍ୱାସ୍ଥ୍ୟ

ପୋଷକ ତତ୍ତ୍ଵରେ ଭରା ମେଥି ଶାଗ : ମିଳିଥାଏ ଅନେକ ଫାଇଦା – bajravana

[ad_1]

ମେଥି ଶାଗ ପୋଷକ ତତ୍ତ୍ୱରେ ଭରା । ଏହା ଖାଦ୍ୟର ସ୍ୱାଦ ବଢାଇବା ସହ କେତେକ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । ଶୀତଦିନେ ଡାଏଟ୍‌ରେ ମେଥି ଶାଗ ସାମିଲ୍‌ କରିବା ଜରୁରି । ବିଶେଷକରି ଶୀତଦିନେ ଭିନ୍ନ ଭିନ୍ନ ପ୍ରକାରର ଶାଗ ବଜାରରେ ମିଳିଥାଏ. ଯାହା ପୋଷକ ତତ୍ତ୍ୱରେ ଭରା । ଏହି ଶାଗକୁ ନେଇ ଅନେକ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇପାରିବ । ମେଥି ଶାଗ ଅନ୍ୟ ଦିନ ଅପେକ୍ଷା ଶୀତଦିନେ ଅଧିକ ମିଳିଥାଏ । ପ୍ରାୟ ଲୋକ ମେଥି ପରାଟା ଓ ମେଥି-ଆଳୁ ଭଜାକୁ ଖୁବ୍‌ ପସନ୍ଦ କରିଥାନ୍ତି । ଏହା ସ୍ୱାଦିଷ୍ଟ ସହ ସ୍ୱାସ୍ଥ୍ୟକର ମଧ୍ୟ ।

ରକ୍ତରେ ଶର୍କରା ସ୍ତର ସାମାନ୍ୟ ହେବା ସହ ଓଜନ କମିଥାଏ : ଏହା ମଧୁମେହ ରୋଗୀଙ୍କ ପାଇଁ ବରଦାନଠାରୁ କମ୍‌ ନୁହେଁ । ମେଥିଶାଗ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ । ଓଜନ କମାଇବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହାକୁ ଡାଏଟ୍‌ରେ ସାମିଲ୍‌ କରିବା ଦ୍ୱାରା ମେଟାବଲିଜିମ୍‌ ବଢିଥାଏ । ଫଳରେ ଓଜନ କମିଚାଲେ ।

ପାଚନ ତନ୍ତ୍ର ସୁସ୍ଥ ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼େ : ପରିବର୍ତ୍ତିତ ପାଣିପାଗ ସହ ପାଚନ ତନ୍ତ୍ରରେ ସମସ୍ୟା ଆସିବା ସ୍ୱାଭାବିକ୍‌ । ତେଣୁ ଶୀତଦିନେ ସବୁଜ ମେଥି ଶାଗ ବଦହଜମୀ ଓ ପ୍ରଦାହ ପରି ସମସ୍ୟାକୁ କମ୍‌ କରିଥାଏ । ଏହାକୁ ଡାଏଟ୍‌ରେ ସାମିଲ୍‌ କରିବା ଦ୍ୱାରା ମଳ ତ୍ୟାଗ ସମୟରେ ସମସ୍ୟା ଆସି ନଥାଏ । ସେହିପରି ମେଥି ଶାଗରେ ଥିବା ଭିଟାମିନ୍ସ ଓ ମିରୋରାଲ୍ସ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଫଳରେ ଥଣ୍ଡା,କାଶ ଓ ଅନ୍ୟାନ୍ୟ ସଂକ୍ରମଣରୁ ରକ୍ଷା ମିଳିଥାଏ ।

ହାଡ଼କୁ ମଜଭୁତ କରେ : ମେଥି ଶାଗରେ ଭରପୂର କ୍ୟାଲସିୟମ୍‌ ଓ ମ୍ୟଗ୍ନେସିୟମ୍‌ ରହିଥାଏ, ଯାହା ହାଡ଼ର ସୁସ୍ଥତାକୁ ବଜାଇ ରଖେ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button