ଓଡିଶା

ପୁଲିସ୍ ବାସଭବନ ସମ୍ମୁଖରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – bajravana

[ad_1]

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅର୍ନ୍ତଗତ ଅମଲା ଲେନ୍ ଷ୍ଟାଡିୟମ୍ ପାର୍ଶ୍ବରୁ ଆଜି ସକାଳୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ କୁଶୁ ସିଂ(୩୮)।

ସୂଚନା ଅନୁଯାୟୀ ଆସନ୍ତା ଆସନ୍ତା ୨୮ ଓ ୨୯ରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଂଜ ଗସ୍ତ କାର୍ଯ୍ୟକ୍ରମ ଅଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି। ଗସ୍ତ ସମୟରେ ସୁରକ୍ଷାକୁ ଦୃଷ୍ଟି ରଖି ହଜାର ହଜାର ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏନେଇ ସୋମବାର ଜିଲ୍ଲା ପୁଲିସ୍ ପକ୍ଷରୁ ବାରିପଦାରୁ ରାଇରଙ୍ଗପୁରକୁ ଏକ ବସ୍ ଯୋଗେ ପୁଲିସ୍ ଦଳକୁ ଅଣାଯାଇଥିଲା। ରାତିରେ ବସର ହେଲପର୍ ଝାରପୋଖରିଆ ଥାନା ଅର୍ନ୍ତଗତ ବଣଗାଁ ଗ୍ରାମର ଜୟକୃଷ୍ଣ ସିଂଙ୍କ ପୁଅ କୁଶୁ ସିଂ ଖାଇ ସାରି ଶୋଇଥିଲେ।

ତେବେ ଆଜି ସକାଳୁ ପୁଲିସ୍ କ୍ୱାର୍ଟର୍ ସମ୍ମୁଖରେ ଥିବା ଏକ ଗଛରେ କୁଶୁ ସିଂଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଟାଉନ୍ ଥାନା ପୁଲିସ୍ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଥିଲା। ମୃତଦେହ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ରାଇରଙ୍ଗପୁର ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button