ଓଡିଶା

ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀ: କଂଗ୍ରେସରେ ପ୍ରାର୍ଥିତ୍ବ ପାଇଁ ଅଙ୍କକଷା – bajravana

[ad_1]

ସପ୍ତଗିରିଙ୍କ ନିଷ୍ପତ୍ତି ଉପରେ ନଜର, କୈଳାସଙ୍କ ପରେ ମଙ୍ଗ ସମ୍ଭାଳିଛନ୍ତି ପବିତ୍ର

ଲକ୍ଷ୍ମୀପୁର: କୋରାପୁଟ ସଂସଦୀୟ କ୍ଷେତ୍ରରେ ଲକ୍ଷ୍ମୀପୁର ବିଧାନସଭା ଆସନ ସବୁବେଳେ ଗୁରୁତ୍ବପୂର୍ଣ୍ଣ ପ୍ରଭାବ ପକାଇ ଆସିଛି। ୨୦୦୯ ମସିହାରେ ଏହି ନିର୍ବାଚନ ମଣ୍ଡଳୀରୁ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକକୁ ବାଦ୍‌ ଦେଇ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକକୁ ସାମିଲ କରିବାପରେ ରୋଚକ ନିର୍ବାଚନ ଫଳଫଳ ଦେଖିବାକୁ ମିଳୁଛି। ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅନେକ ନେତାଙ୍କ ଦଳ ଡିଆଁ ଯୋଗୁଁ ଆଗାମୀ ନିର୍ବାଚନର ଫଳାଫଳ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ମଧ୍ୟ ରାଜନୈତିକ ବିଶ୍ଳେଷକ ଆକଳନ କରିଛନ୍ତି। ଦୁଇ ପ୍ରମୁଖ ଦଳ ବିଜେଡି ଓ କଂଗ୍ରେସର ନିଜସ୍ବ ଭୋଟବ୍ୟାଙ୍କ ରହିଥିବାରୁ ନୂଆ ତଥା ଯୁବ ଭୋଟର ଫଳାଫଳ ନିର୍ଦ୍ଧାରିତ କରିବେ।

ଏହି ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ କିଛିମାସ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଗିରିଧର ଗମାଙ୍ଗ। ପୂର୍ବରୁ ଜନତା ଦଳ ଏବଂ ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳକୁ କଂଗ୍ରେସ ଏଠାରେ ଟକ୍କର ଦେଇ ଆସୁଛି। ତେବେ, ପୂର୍ବତନ ବିଧାୟକ କୈଳାସ କୁଲେସିକା କଂଗ୍ରେସ ଛାଡିବା ପରେ ଦଳ ଦୁର୍ବଳ ହୋଇଯିବ ବୋଲି ଅନୁମାନ କରାଯାଉଥିଲା। ଯୁବ ଇଞ୍ଜିନିୟର ପବିତ୍ର ସାଉଁତା ୩ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଦଳର ମଙ୍ଗ ଧରି ସ୍ଥିତିକୁ ନିୟନ୍ତ୍ରଣାଧୀନ ରଖିବାରେ ସଫଳ ହୋଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ଏହାର ଝଲକ୍‌ ବି ଦେଖିବାକୁ ମିଳିଥିଲା। ଏପରିସ୍ଥଳେ ନିର୍ବାଚନ ପାଖେଇ ଆସିବାପରେ ଦଳ ମଧ୍ୟରେ ଆଶାୟୀଙ୍କ ସଂଖ୍ୟା ବଢ଼ିଛି। କେତେଜଣ ଟିକେଟ୍‌ ଆଶାୟୀ ସାଂସଦ ସପ୍ତଗିରି ଉଲାକା କିମ୍ବା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଶରଣାଗତ ହୋଇଛନ୍ତି। ଟିକେଟ୍‌ ପାଇଁ ସାଂସଦଙ୍କ ଲକ୍ଷ୍ମୀପୁର ବ୍ଲକ ପ୍ରତିନିଧି ପବିତ୍ର ସାଉଁତା, ବନ୍ଧୁଗାଁ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଗୀତାଞ୍ଜଳି ପୀଡ଼ିକାଙ୍କ ସହ ଅନ୍ୟ କିଛି ଜଣ ଆବେଦନ କରିଥିବା ଜଣାପଡିଛି। ସାଂସଦ ସପ୍ତଗିରି ଉଲାକା ଏଆଇସିସି ଟିକେଟ୍‌ ଚୟନ କମିଟି ସଦସ୍ୟ ସହ ଛତିଶଗଡ଼ ରାଜ୍ୟ ପ୍ରଭାରୀ ଅଛନ୍ତି। ତେଣୁ ତାଙ୍କ ନିଷ୍ପତ୍ତିରେ ହିଁ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଚୂଡ଼ାନ୍ତ ହେବା ନିଶ୍ଚିତ। ଏମିତି ସ୍ଥିତିରେ ସପ୍ତଗିରି କାହା ଉପରେ ଭରସା ଦେଖାଉଛନ୍ତି ଦେଖିବାକୁ ବାକି ରହିଲା।

ଅଧିରାଜ ଦଳ ଛାଡ଼ିଲେ କଂଗ୍ରେସରୁ କିଏ?
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାନସଭା ନିର୍ବାଚନମଣ୍ଡଳୀ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ କଂଗ୍ରେସ ଛାଡ଼ି ବିଜେଡିକୁ ଯିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବିଧାୟକଙ୍କ ସମର୍ଥକମାନେ ମଧ୍ୟ ଏନେଇ ଚର୍ଚ୍ଚା କରୁଛନ୍ତି। ହେଲେ, ବର୍ତ୍ତମାନ ସୁଦ୍ଧା ଶ୍ରୀ ପାଣିଗ୍ରାହୀ ନିରବ ରହିଛନ୍ତି। ଏମିତି ସ୍ଥିତିରେ ଶ୍ରୀ ପାଣିଗ୍ରାହୀ ଯଦି ଦଳ ଡିଅଁନ୍ତି, ତେବେ କଂଗ୍ରେସ ଦଳ ଖଡ଼ିଆଳ ବିଧାନସଭା ଆସନ ପାଇଁ  କାହାକୁ ପ୍ରାର୍ଥୀ କରିବ, ତାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଖଡ଼ିଆଳ ବିଧାନସଭା ଆସନ ପାଇଁ ୩ରୁ ୪ ଜଣ ଆଶାୟୀ ପ୍ରାର୍ଥୀ କଂଗ୍ରେସ ଟିକେଟ୍‌ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିଛନ୍ତି। ମିଳିଥିବା ଖବର ଅନୁସାରେ, କଂଗ୍ରେସର ବରିଷ୍ଠ ନେତା ଫାରୁକ ମହମ୍ମଦ, ଭୀଷ୍ମ ସୁନାନୀ ଓ ପୂର୍ବ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଂଯୋଜକ ତଥା ଦଳିତ ଅଧିକାର ମଞ୍ଚ ସଭାପତି କମଳ ଚରଣ ତାଣ୍ଡି ଟିକେଟ୍‌ ଦୌଡ଼ରେ ରହିଛନ୍ତି। କଂଗ୍ରେସ ଦଳ ପ୍ରଥମେ ନିଜ ଦଳ ନେତାଙ୍କୁ ସୁଯୋଗ ଦେଇପାରେ। ପରେ ଅନ୍ୟ ଦଳ ନେତାମାନଙ୍କୁ ମଧ୍ୟ ନେଇପାରେ ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ ସୁଦ୍ଧା ଖଡ଼ିଆଳ ବିଧାୟକ ଦଳ ଛାଡ଼ିବା ନେଇ କୌଣସି ପ୍ରତିକ୍ରିୟା ଦେଉ ନ ଥିବାରୁ ରାଜ୍ୟ କଂଗ୍ରେସ ମଧ୍ୟ ଚୁପ୍‌ ରହିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ କିଛିଦିନ ତଳେ ବିଧାୟକ ଶ୍ରୀ ପାଣିଗ୍ରାହୀ ଦିଲ୍ଲୀ ଯାଇ ଫେରିଥିବାରୁ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button