ଓଡିଶା

ରାଜ୍ୟ କାଜୁ ଉନ୍ନୟନ ନିଗମ ଡିଭିଜନକୁ ବଂଚାଇ ରଖିଛି ନର୍ସରୀ; ନିଗମ ନାଁରେ ନାହିଁ ଇଞ୍ଚେ ଜମିର ପଟ୍ଟା – bajravana

[ad_1]

ଗ୍ରାମବାସୀଙ୍କ କବଜାରେ ୧୮ହଜାର ହେକ୍ଟର ଜମି

ଜୟପୁର: ୧୭ବର୍ଷ ତଳେ ରାଜ୍ୟ କାଜୁ ଉନ୍ନୟନ ନିଗମ ଜୟପୁର ଡିଭିଜନ୍ ରାଜ୍ୟ ସରକାରଙ୍କ ଲାଭକାରୀ ରହିଥିଲା। ନିଗମ କାଜୁବାଡ ଗୁଡିକୁ ନିଲାମ କରି ୭୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜସ୍ବ ପାଉଥିଲା। ୨୦୦୭ମସିହାରେ ଦଫାୟତି ଜମି ପଟ୍ଟା ସରକାର ବିତରଣ କରିବା ପରେ ବିଭିନ୍ନ ଗାଁର ଗ୍ରାମବାସୀ ଏବଂ ପୁର୍ବରୁ କାଜୁବାଡର ଦେଖାରଖା କରୁଥିବା ଲୋକେ  ଡିଭିଜନର ଶତ ପ୍ରତିଶତ ବାଡ଼କୁ ନିଜ ଅକ୍ତିଆରରେ ରଖି ରାଜସ୍ବ ବି ଦାଖଲ କରୁନାହାନ୍ତି। ଫଳରେ ଡିଭିଜନ କ୍ଷତିରେ ଚାଳିଛି। ଏବେ ଡିଭିଜନକୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଥିବା ୩ଟି ନର୍ସରୀ ହିଁ ବଂଚାଇ ରଖିଥିବା ସୂଚନା ମିଳିଛି ।

ପ୍ରକାଶଯୋଗ୍ୟ, ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ କାଜୁ ବଗିଚା ସୃଷ୍ଟି କରାଯାଇ ରାଜ୍ୟ କାଜୁ ଉନ୍ନୟନ ନିଗମକୁ କେବଳ କାଗଜପତ୍ରରେ ହସ୍ତାନ୍ତର କରାଯାଇଥିଲା। ଆରଓଆର(ଜମି ପଟ୍ଟା(ରେକର୍ଡ ଅଫ୍ ରାଇଟସ୍ ) କିଛି ଡିଭିଜନକୁ ମିଳିନଥିଲା। ଜିଲ୍ଲାର ନନ୍ଦପୁର, ପାଡୁଆ ଅଂଚଳରେ ୪୪ଟି ବାଡ଼ରେ ୮ହଜାର ହେକ୍ଟର , ଲମତାପୁଟ, ମାଛକୁଣ୍ଡ ଓ ଅନକାଡିଲ୍ଲୀ ଅଂଚଳରେ ୬୭ଟି ବାଡ଼ ୧୧ହଜାର ହେକ୍ଟର ,ସେମିଳିଗୁଡା, ପୋଡାଗଡ଼, ଟାମିଲି, ନିଗମାନିଗୁଡା, ଜୟପୁର ଓ ବୋରିଗୁମ୍ମା ଆଦି  ଅଂଚଳରେ ହଜାରେ ହେକ୍ଟର ଏଭଳି ୨୦ହଜାର ହେକ୍ଟର କାଜୁ ବାଡ ରହିଥିଲା।

୨୦୦୭ମସିହା ପରେ ରାଜ୍ୟ ସରକାର ଦଫାୟତି ଜମି ପଟ୍ଟା ବିତରଣ ଆରମ୍ଭ କରିଥିଲେ। କାଜୁ ବାଡ଼କୁ ନିଲାମରେ ନେଇ ଦେଖାରଖା କରୁଥିବା ଗ୍ରାମବାସୀ ଓ ପୁରା ଗାଁର ଲୋକ ମାନେ ଏସବୁ କାଜୁ ବାଡ଼କୁ  ସେ ସମୟରେ ନିଜ ଅଧିନକୁ ଜୋର ଜବରଦସ୍ତ ନେଇ ଯାଇଥିଲେ। ଏପରିକି ବହୁ ଗାଁରେ କାଜୁବାଡ଼କୁ ନେଇ ପ୍ରତିବର୍ଷ ବିବାଦ ହେବା ସହ  ଗଣ୍ଡଗୋଳ, ମାରପିଟ୍ ଓ ହଣାକଟା ବି ହେଉଛି। କାଜୁ ବାଡ଼ ଗୁଡିକର ଜମି ପଟ୍ଟା ଡିଭିଜନ ନାଁରେ ନଥିବାରୁ ଡିଭିଜନ୍ କୋର୍ଟର ଦ୍ବାରସ୍ଥ ହୋଇ ପାରିନଥିଲା।  ଏନେଇ କେବଳ ଡିଭିଜନର ଅଧିକାରୀ ମାନେ ରାଜ୍ୟସ୍ତରୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ କାଗଜପତ୍ରରେ ହିଁ କେବଳ ଜଣାଉଛନ୍ତି। ଏହି ସ୍ଥିତିରେ ଏବେ ଡିଭିଜନ ନାଁରେ ଇଂଚେ କାଜୁ ବଗିଚାର ଆରଓଆର ଜମି ପଟ୍ଟା ନାହିଁ।  ଏହା ବାଦେ ବି କିଛି କର୍ମଚାରୀଙ୍କ ପ୍ରଚେଷ୍ଠାରେ ନନ୍ଦପୁର ବ୍ଲକର କିଛି କାଜୁ ବାଡ, ସେମିଳିଗୁଡା, ପଡାଗଡ ଅଂଚଳରୁ ବର୍ଷକୁ ୨୦ଲକ୍ଷ ମିଳୁଛି ବୋଲି ଡିଭିଜନରୁ ସୂଚନା ମିଳିଛି। ଡିଭିଜନ ଅଧିନରେ ଥିବା ଜୟନ୍ତଗିରୀ, କୋରାପୁଟ ସହ ନବରଙ୍ଗପୁର ଜିଲ୍ଲାର ଅଗ୍ନିପୁରରେ ଥିବା  ନର୍ସରୀରେ କାଜୁ ଚାରା ପ୍ରସ୍ତୁତ କରି ବିଭିନ୍ନ ସରକାରୀ ବିଭାଗକୁ  ବିକ୍ରୀ କରି ପ୍ରାୟ ୨୦ଲକ୍ଷ ଟଙ୍କା ମିଳୁଛି, ଏହା ହିଁ ଡିଭିଜନକୁ ବଂଚାଇ ରଖିଛି ବୋଲି ସୂଚନା ମିଳିଛି। ଗତ ୭ଦିନ ହେବ ଭାରପ୍ରାପ୍ତ ପରିଚାଳକ ଭାବେ ସୁଦିପ୍ତ ‌‌ସୌରଭ ସାହୁ ଦାୟିତ୍ବ ନେଇଥିବାରୁ ସେ ଡିଭିଜନର ବଗିଚା ଓନର୍ସରୀ ଆଦି ସଂପର୍କରେ ପଚାରି ବୁଝୁଥିବା କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button