ଓଡିଶା

ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ  – bajravana

[ad_1]

ବରଗଡ଼: ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭସ୍ତମ୍ଭ, ଇନ୍ଦ୍ରଧ୍ବଜ ଶୁକ୍ରବାର ବର୍ଣ୍ଣାଢ଼୍ୟ ଭାବେ ସ୍ଥାପନ କରାଯାଇଛି। ଧାର୍ଯ୍ୟ ଲଗ୍ନ ଅନୁସାରେ ସନ୍ଧ୍ୟାରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା। ସେଠାରୁ ଦେବୀଙ୍କର ଇନ୍ଦ୍ରଧ୍ବଜ ଧରି ସା˚ସ୍କୃତିକ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାରେ ସଞ୍ଚାର, ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇଥିଲେ। ଶୋଭାଯାତ୍ରା ସ୍ଥାନୀୟ ହାଟପଦାସ୍ଥିତ ଧନୁଯାତ୍ରା ସଞ୍ଚାରମଣ୍ତଳୀ ପଡ଼ିଆଠାରେ ପହଞ୍ଚିବା ପରେ ସେଠାରେ ରାଜପୁରୋହିତ ପଣ୍ଡିତ ଶିବଶଙ୍କର ଦାଶଙ୍କ ଦ୍ବାରା ଅଷ୍ଟକଳା ନାଗ ପୂଜା ସମ୍ପନ୍ନ ହୋଇଥିଲା। ରାଜ ପୁରୋହିତ ଚାରି ଦଶ ଦିଗପାଳ ସହ ଅଷ୍ଟଗୁଳା ନାଗକୁ ପୂଜା କରି ୭୬ତମ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପନ କରିଥିଲେ। କର୍ତା ଦାୟିତ୍ବ ଧନୁଯାତ୍ରା ମହୋତ୍ସବ କମିଟିର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ମୋନିଷା ବାନାର୍ଜୀ ଦାୟିତ୍ବ ତୁଲାଇଥିଲେ। ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ଲଲାଟ ଲୁହା, ପୌର ପରିଷଦ ର୍ କାର୍ଯ୍ୟ ନିର୍ବାହୀ ଅଧିକାରୀ ହର ପ୍ରସାଦ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି ଶୋଭାଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ, ନାଟ୍ୟ ନିର୍ଦ୍ଦେଶକ ଅଶୋକ ବେହେରା, ରାଜେନ୍ଦ୍ର ପ୍ରସାଦ ସିଂ, ପୌରାଧ୍ୟକ୍ଷା କଳ୍ପନା ମାଝୀ, କିଶୋର ମିଶ୍ର, ଗୋପପୁରର ଦୟାନିଧି ପ୍ରଧାନ, ରବିନ୍ଦ୍ର ରଞ୍ଜନ ପୂଝାରୀ ଏବଂ ବିଭିନ୍ନ କମିଟିର ସଦସ୍ୟମାନେ ସାମିଲ ହୋଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button