ଓଡିଶା

ବାମଗଡ଼ କେମିତି ଭାଙ୍ଗିବେ ବିଜେପି-ବିଜେଡି? ଦୁଇ ପ୍ରମୁଖ ଦଳରେ ଆଶାୟୀଙ୍କ ତାଲିକା ଲମ୍ବା – bajravana

[ad_1]

ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ବଣାଇ ନିର୍ବାଚନମଣ୍ଡଳୀ। ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ। ବଣାଇ, ଲହୁଣିପଡ଼ା, କୋଇଡ଼ା ଓ ବଣାଇ ବ୍ଲକ୍‌କୁ ନେଇ ଗଠିତ ନିର୍ବାଚନମଣ୍ଡଳୀର ଭୋଟର ସଂଖ୍ୟା ୨ ଲକ୍ଷ ୧୬ ହଜାରରୁ ଅଧିକ। ୧୯୫୧ ମସିହାରୁ ଆଜି ପର୍ଯ୍ୟନ୍ତ ୧୬ ଥରରୁ ୪ଥର ବିଜେପି, ୩ ଥର କଂଗ୍ରେସ, ୩ ଥର ସିପିଏମ୍‌, ୨ଥର ଗଣ ପରିଷଦ, ୨ ଥର ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଗଣତନ୍ତ୍ର ପରିଷଦ, ଜନତା ପାର୍ଟି ଥରେ ଲେଖାଏଁ ଆସନ ଅକ୍ତିଆର କରିଛନ୍ତି। ୨୩ ବର୍ଷର ଶାସନ କାଳ ମଧ୍ୟରେ ବିଜେଡି ବଣାଇରେ ଖାତା ଖୋଲିପାରିନି। ଦକ୍ଷ ନେତୃତ୍ବର ଅଭାବ ଓ ଗୋଷ୍ଠୀକନ୍ଦଳ ଯୋଗୁ ବିଜେଡି ପରାଜୟର ମୁହଁ ଦେଖୁଛି। ରାଜ୍ୟରେ ଏକମାତ୍ର ବଣାଇ ଆସନ, ଯେଉଁଠି ବାମପନ୍ଥୀ ଦଳ ସିପିଏମ୍‌ ଆଧିପତ୍ୟ ବିସ୍ତାର କରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯେତେ ଯୋଜନା ହେଲେ ମଧ୍ୟ ଖଣିଖାଦାନଭରା ଏଠାରେ ଶ୍ରମଜୀବୀମାନେ ସିପିଏମ୍‌କୁ ସମର୍ଥନ ଦେଇଆସୁଛନ୍ତି। ୨୦୧୪ ଓ ୨୦୧୯ ରେ ଏହା ପ୍ରମାଣିତ ହୋଇଥିଲା। ବିଜେପି ଓ ବିଜେଡି ସହ କଡ଼ା ଟକ୍କର ସତ୍ତ୍ବେ ବାଜିମାତ୍‌ କରିଥିଲା ସିପିଆଇଏମ୍‌। ଚଳିତ ନିର୍ବାଚରେ ଉଭୟ ବିଜେପି ଓ ବିଜେଡି ବାମଦଳକୁ ଟକ୍କର ଦେବା ପାଇଁ ନୂଆ ଯୋଜନା କରୁଥିବା ନେତା ଓ କର୍ମୀଙ୍କଠାରୁ ଶୁଣିବାକୁ ମିଳୁଛି। ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ବଣାଇ ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଶିଶିର ପରିଜା, ଶ୍ରମମନ୍ତ୍ରୀ ସାରଦା ନାୟକ ଏବଂ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନେତା ପ୍ରଦ୍ୟୁମ୍ନ ତ୍ରିପାଠୀ ଏଠାରେ ବିଜେଡି ଦଳର ମଙ୍ଗ ଧରିଛନ୍ତି। ବିଜେପିରୁ ସାଂସଦ ଜୁଏଲ ଓରାମ, ରାଜ୍ୟ ସାଧାରଣ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ରବି ନାୟକ, ଜିଲ୍ଲା ପର୍ଯ୍ୟବେକ୍ଷକ ବଟକୃଷ୍ଣ ମିଶ୍ର, ବଣାଇର ପୂର୍ବତନ ବ୍ଲକ ଅଧ୍ୟକ୍ଷା ସେବତୀ ନାୟକ ନେତୃତ୍ବ ନେଉଛନ୍ତି। ଗତଥର ପରି ଚଳିତ ଥର ସିପିଆଇଏମ୍‌ ଓ କଂଗ୍ରେସ ମିଳିତ ଭାବେ ଲଢ଼ିବାକୁ ଯାଉଛନ୍ତି। ସିପିଆଇଏମ୍‌ ପାଇଁ କଂଗ୍ରେସ ସୁନ୍ଦରଗଡ଼ ଜିଲ୍ଲା ସଭାପତି ଜନାର୍ଦ୍ଦନ ଦେହୁରୀ, ସିଟୁର ସର୍ବଭାରତୀୟ ଉପସଭାପତି ବିଷ୍ଣୁ ମହାନ୍ତି ନିର୍ବାଚନୀ ଅଭିଯାନର ନେତୃତ୍ବ ନେବେ।

ସିପିଏମ୍‌ରୁ ବର୍ତ୍ତମାନ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଟିକଟ୍‌ର ଏକମାତ୍ର ଦାବିଦାର ଅଛନ୍ତି, ଯାହା ଦଳକୁ ସୁହାଇବ। ବିଜେଡିରୁ ଡାକ୍ତର ମହେନ୍ଦ୍ର ସଏ, ଭୀମସେନ ଚୌଧୁରୀ, ରଣଜିତ କିଷାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା ଆଶାୟୀ ଥିବା ଚର୍ଚ୍ଚା ହେଉଛି। ବିଜେପିରୁ ଅନୀଲ ବାର୍ଲା, ଲହୁଣିପଡ଼ାର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ସେବତୀ ନାୟକଙ୍କ ସମେତ ଆଉ କିଛି ସ୍ଥାନୀୟ ନେତାଙ୍କ ନାଁ ଚର୍ଚ୍ଚାରେ ରହିଛି। ୨୦୦୯ ନିର୍ବାଚନରେ ଭୀମସେନ ଚୌଧୁରୀ ବିଜେପିରୁ ଲଢ଼ି ସିପିଏମ୍‌ର ଲକ୍ଷ୍ମଣ ମୁଣ୍ଡାଙ୍କୁ ପରାସ୍ତ କରିଥିଲେ। ୨୦୧୪ ନିର୍ବାଚନରେ ଭୀମସେନ ବିଜେପି ଛାଡି କଂଗ୍ରେସରୁ ପ୍ରତିଦ୍ବନ୍ଦ୍ବିତା କରି ହାରିଥିଲେ। କଂଗ୍ରେସ ଛାଡି ବିଜେଡ଼ିରେ ସାମିଲ ହେବାପରେ ଆଶାୟୀ ତାଲିକା ଦୌଡ଼ରେ ଆଗରେ ଥିବା ଚର୍ଚ୍ଚା ହେଉଛି।
ଉଲ୍ଲେଖଯୋଗ୍ୟ, ୨୦୦୯ରେ ବିଜେପିର ଭୀମସେନ ଚୌଧୁରୀ ୩୦ ହଜାର ୪୯୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ସିପିଏମ୍‌ର ଲକ୍ଷ୍ମଣ ମୁଣ୍ଡା ୨୭ ହଜାର ୧୩୯ ଭୋଟ ପାଇଥିଲେ। ୨୦୧୪ରେ ସିପିଏମ୍‌ର ଲକ୍ଷ୍ମଣ ମୁଣ୍ଡା ଓ ବିଜେଡିର ଦୟାନିଧି କିଷାନଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା। ୨୦୧୯ରେ ବିଜେଡି ପ୍ରାର୍ଥୀ ପରିର୍ତ୍ତନ କରିଥିଲେ ହେଁ ଦଳ କୌଣସି ସଫଳତା ପାଇପାରି ନଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button