ବିଦେଶରେ ଚାକିରି ବାହାନାରେ ଠକେଇ: ୯୨ ପାସ୍ପୋର୍ଟ, ୨୦ ପର୍ଯ୍ୟଟକଙ୍କ ଭିସା ଜବତ, ୩ ଗିରଫ – bajravana
[ad_1]
ବ୍ରହ୍ମପୁର: କେନିଆରେ ଚାକିରି ସହ ମୋଟା ଅଙ୍କର ଦରମା ମିଳିବ। ଏଥିପାଇଁ ଏକ କମ୍ପାନିର ନିଯୁକ୍ତିପତ୍ର ମଧ୍ୟ ଯୋଗାଇ ଦିଆଯାଉଥିଲା। ପାସପୋର୍ଟ କରିବାକୁ ହେଲେ ଜଣକ ପିଛା ୨୫ହଜାର ଟଙ୍କା, ଭିସା ପାଇଁ ୪୮,୫୦୦ଟଙ୍କା ନେଉଥିଲେ। କିନ୍ତୁ ଯେଉଁ ଭିସା ଦେଇଥିଲେ ତାହା ନିଯୁକ୍ତି ପରିବର୍ତ୍ତେ ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ଏଭଳି ଏକ ଠକେଇ ମାମଲାରେ ଗୋସାଇଁ ନୂଆଗାଁ ଥାନା ପୁଲିସ ଏକ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରିଛି। ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଡା. ଶରବଣା ବିବେକ ଏମ୍. ଏହି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଗୋଳନ୍ଥରା ଥାନା କୁଠାରସିଂ ଗାଁର ମୂଳ ବାସିନ୍ଦା ସିଏଚ୍. ମୋହନ ରେଡ୍ଡୀ(୪୮), ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲା କାସିଗୁଡ଼ା ଥାନା ଅଂଚଳର ପି. ସୀମାଂଚଳମ୍ (୪୦) ଓ ଶ୍ରୀକାକୁଲମ୍ ଜିଲ୍ଲା କାସିବୁଗା ଥାନା ଅଂଚଳର ଟି.ଦୀଲେଶ୍ବର ରାଓ (୩୫। ସେମାନଙ୍କ ଠାରୁ ୯୨ଟି ପାସ୍ପୋର୍ଟ, କେନିଆ ସରକାରଙ୍କ ଦ୍ବାରା ପ୍ରଣୀତ ୨୦ଟି ପର୍ଯ୍ୟଟକ ଭିସା, କେତେକ ଆବେଦନକାରୀଙ୍କ ଫର୍ମ ଏବଂ ଆର୍ଥିକ କାରବାରର ସ୍କ୍ରିନ୍ସଟ୍ ପୁଲିସ ଜବତ କରିଛି। ଯେଉଁ କମ୍ପାନିର ନିଯୁକ୍ତିପତ୍ର ଦିଆଯାଇଛି, ତା’ର ସତ୍ୟାସତ୍ୟ ପୁଲିସ ଯାଂଚ କରୁଛି। ଆଜି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଏସ୍ପି ପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ୫ତାରିଖରେ ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ବର ପେଣ୍ଡୁରାପଲ୍ଲୀ ଅଂଚଳର ପ୍ରଭାତ ଦଳେଇ ଏନେଇ ଗୋସାଇଁ ନୂଆଗାଁ ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗ ମୁତାବକ, ଅଭିଯୁକ୍ତ ମୋହନ ରେଡ୍ଡୀ ତାଙ୍କ ସହ ମୋଟ ୨୦ଜଣଙ୍କ ଠାରୁ କେନିଆରେ ନିଯୁକ୍ତି କରାଇ ଦେବା ସହ ଆବଶ୍ୟକ ଭିସା ଯୋଗାଇ ଦେବାକୁ କହି ଷ୍ଟେସନ୍ ରୋଡ୍ରେ ଥିବା ଏକ ଗେଷ୍ଟ ହାଉସକୁ ଡକାଇ ପ୍ରତ୍ୟେକଙ୍କ ଠାରୁ ୪୮ହଜାର ୫ଶହ ଟଙ୍କା କରି ମୋଟ ୯ଲକ୍ଷ ୭୦ହଜାର ଟଙ୍କା ନେଇଥିଲା। କିଏ ଅନ୍ଲାଇନ୍ରେ ଟଙ୍କା ପଠାଇଥିଲା ତ ଆଉ କିଏ ନଗଦ ଟଙ୍କା ଦେଇଥିଲା। କିନ୍ତୁ ଯେତେବେଳେ ସେମାନେ କେନିଆ ଯିବା ପାଇଁ ଟିକେଟ କରାଇଦେବାକୁ ପୁଣି ଫୋନ୍ କଲେ, ସେ କାହାର ଫୋନ୍ ଉଠାଇଲା ନାହିଁ। ପ୍ରଭାତ ଅନ୍ୟ ଏକ ନମ୍ବରରୁ ତା’କୁ ଫୋନ୍ କରିବାରୁ, ତା’କୁ ମୋହନ ରେଡ୍ଡୀ ଗାଳିଗୁଲଜ କରିଥିଲା। ତେଣୁ ସେ ଠକାମିର ଶିକାର ହୋଇଥିବା ନେଇ ଥାନାରେ ଏତଲା ଦେଇଥିଲେ।
[ad_2]