ଅପରାଧ

ରାୟଗଡ଼ାରୁ ମୁମ୍ବାଇ ଚାଲାଣ କରୁଥିଲେ ଗଂଜେଇ; ୨ ମହିଳାଙ୍କ ସମେତ ୪ ଅଭିଯୁକ୍ତ ଗିରଫ – bajravana

[ad_1]

ରାୟଗଡା: ବେଆଇନ୍‌ ଗଂଜେଇ ଚାଲାଣ ଅଭିଯୋଗରେ ଅବକାରୀ ପୁଲିସ ୨ ଜଣ ମହିଳାଙ୍କ ସମେତ ମୋଟ୍‌ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବବିତା ଗାଂଟା (୨୮), ପ୍ରାଚୀ କାଡ୍ରକା (୩୬),ସଚିନ ନାୟକ(୨୪) ଓ ସାମସନ୍ ସିଂ ଓରଫ ମିଲନ (୨୩)।

ରାୟଗଡ଼ା ଜିଲ୍ଳାରେ ସଂପୂର୍ଣ୍ଣ ଭାବେ ବେଆଇନ୍ ନିଶାଦ୍ରବ୍ୟ କାରବାରକୁ ବନ୍ଦ କରିବା ପାଇଁ ରାଜ୍ୟ ଅବକାରୀ କମିସନର ନରସିଂହ ଭୋଳ, ରାୟଗଡା ଜିଲ୍ଳାପାଳ ମନୋଜ ସତ୍ୟବାନ ମହାଜନ, ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ହରିଶ ବି.ସି.ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା ଅବକାରୀ ଅଧୀକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ୱରେ ଅବକାରୀ ବିଭାଗ ଦ୍ୱାରା ବିଭିନ୍ନ ସମୟରେ ଜିଲ୍ଳାର ସମସ୍ତ ଅବକାରୀ ଥାନା ଅଂଚଳରେ ପାଟ୍ରୋଲିଂ ସହ ଦୁର୍ଗମ ଅଂଚଳରେ ଯାଂଚ କରାଯାଉଛି ଏବଂ ବହୁ ଅବକାରୀ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବିଶେଷ କରି ଜିଲ୍ଳା ବାହାରକୁ ଚୋରା ଚାଲାଣ ହେଉଥିବା ଗଂଜେଇ କାରବାକୁ ନେଇ ବିଭାଗ ବହୁତ ତତ୍ପରତା ଦେଖାଇ ଆସୁଥିବାରୁ ଅନେକ ସମୟରେ ଗଂଜେଇ ଚୋରା ଚାଲାଣକୁ ରୋକିବାରେ ଜିଲ୍ଳା ଅବକାରୀ ବିଭାଗ ଏକ ପ୍ରକାର ସଫଳତା ପାଇ ପାରୁଛି।

ରାୟଗଡା ଜିଲ୍ଳା ଗୁଡାରୀ ଅଂଚଳରୁ ସୁଦୂର ମୁମ୍ବାଇକୁ ଚୋରା ଚାଲାଣ ହେବାକୁ ଥିବା ୬୦କେଜି ଗଂଜେଇକୁ ଜବତ କରାଯାଇଥିବା ବେଳେ ଏଥିରେ ସଂପୃକ୍ତ ୨ଜଣ ମହିଳା ଓ ୨ଜଣ ପୁରୁଷ ମୋଟ ୪ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଜିଲ୍ଳା ଅବକାରୀ ପୁଲିସ। ଗରିଫ ଅଭିଯୁକ୍ତମାନଙ୍କ ମଧ୍ୟରେ ୨୮ବର୍ଷିୟ ବବିତା ଗାଂଟା ମୁଖ୍ୟ ଅଭିଯୁକ୍ତ ରହିଥିବା ବେଳେ ଅନ୍ୟ ଜଣେ ମହିଳା ପ୍ରାଚି କାଡ୍ରକା, ସଚିନ ନାୟକ ଓ ସାମସନ୍ ସିଂ ଓରଫ ମିଲନ ନାମକ ଅଭିଯୁକ୍ତ ରହିଛନ୍ତି। ସେମାନଙ୍କ ଠାରୁ ୪ଟି ବ୍ୟାଗରେ ୬୦କେଜି ଗଂଜେଇ ଜବତ ହୋଇଥିଲା, ଯାହାର ଆନୁମାନିକ ବଜାର ମୂଲ୍ୟ ୬ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଗିରଫ ଅଭିଯୁକ୍ତ ପ୍ରାଚୀ ଓ ମିଲନ’ର ଘର ରାୟଗଡା ଜିଲ୍ଳା ଗୁଡାରୀ ଥାନା ଅଧିନସ୍ଥ ସର୍ଗିଗୁଡା ଗ୍ରାମର ହୋଇଥିବା ବେଳେ ଅଭିଯୁକ୍ତ ସଚିନଙ୍କ ଘର କନ୍ଧମାଳ ଜିଲ୍ଳା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଛାଡକିଆ ଗ୍ରାମରେ ବୋଲି ଜିଲ୍ଳା ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

ଗୁଡାରୀ ଅଂଚଳରୁ ୪ଟି ବ୍ୟାଗରେ ୬୦କେଜି ଗଂଜେଇ ନେଇ ମୁଖ୍ୟ ଅଭିଯୁକ୍ତ ବବିତାଙ୍କ ସମେତ ଅନ୍ୟ ୩ଜଣ ଅଭିଯୁକ୍ତ ରାୟଗଡା ରେଳ ଷ୍ଟେସନରୁ ମୁମ୍ବାଇ ଅଭିମୁଖେ ଯିବା ପାଇଁ ଷ୍ଟେସନ ଛକ ନିକଟରେ ରହିଥିଲେ। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଳା ଅବକାରୀ ଅଧୀକ୍ଷକ ଶ୍ରୀ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଉପ ଅଧୀକ୍ଷକ ଗୁପ୍ତେଶ୍ୱର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତଥା ସହଯୋଗ ଓ ସହାୟତାରେ ରାୟଗଡା ଅବକାରୀ ସଦର ଥାନା ଅଧିକାରୀ ସତ୍ୟନାରାୟଣ ଦାସ,ଉପ-ନିରୀକ୍ଷକ ସଂଜୟ କୁମାର ପ୍ରଧାନ,ଜିଲ୍ଳା ଭ୍ରାମ୍ୟମାଣ ଅବକାରୀ ସଂସ୍ଥା ନିରୀକ୍ଷକ ଭୈରବ ପ୍ରସାଦ ଗନ୍ତାୟତ,ସବଇନ୍ସପେକ୍ଟର ଦିନେଶ କୁମାର, ଏଏସଆଇ କେ.ଭାସ୍କର, ରାଶି ନାୟକ, ମହିଳା କନଷ୍ଟେବଳ ରୀନା ବାରିକ, ମେଲକା କୁମାରୀଙ୍କ ସମେତ ଅନ୍ୟ ଅବକାରୀ ସିପାହୀମାନେ ଚଢାଉରେ ସାମିଲ ହୋଇ ଅଭିଯୁକ୍ତମାନଙ୍କ ଠାରେ ଥିବା ବ୍ୟାଗକୁ ଯାଂଚ କରିବା ସହ ସେଥରୁ ଗଂଜେଇ ଜବତ କରି ଗିରଫ କରିଥିଲେ।

ପ୍ରକାଶ ଥାଉ କି ମୁଖ୍ୟ ଅଭିଯୁକ୍ତ ବବିତା ଗାଂଟା ପୂର୍ବରୁ ଦୁଇ ଥର ଗଂଜେଇ ମୁମ୍ବାଇକୁ ଚାଲାଣ କରିଥିବା ନେଇ ସ୍ୱୀକାର କରିଛି ବୋଲି ଜଣାପଡିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button