ଓଡିଶା

ବାମନଘାଟୀ ଉପଖଣ୍ଡରେ ଗୋରୁ ମଡ଼କ: ପ୍ରତିଦିନ ୨ରୁ ୩ ଗୋରୁଗାଈଙ୍କ ମୃତ୍ୟୁ, ଚିନ୍ତାରେ ଗୋପାଳକ – bajravana

[ad_1]

ରାଇରଙ୍ଗପୁର/ବାଦାମପାହାଡ଼: ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡରେ ପ୍ରତ୍ୟେକ ଦିନ ୨ ରୁ ୩ ଗୋରୁୁ ଗାଈଙ୍କ ମୃତ୍ୟୁ ଘଟୁଛି। କୌଣସି ଅଜଣା ରୋଗ ନା ଚିକିତ୍ସା ଅଭାବରୁ ଗୋରୁଗାଈଙ୍କ ମୃତ୍ୟୁ ଘଟୁଛି ତାହା ଜଣାପଡ଼ିନାହିଁ। ଉପଖଣ୍ଡର ୭ଟି ବ୍ଲକର ଅଧିକାଂଶ ପଂଚାୟତରେ ଗୋପାଳକ ଅଛନ୍ତି। କିଛି ଚାଷୀ ଦୁଗ୍ଧ ବିକ୍ରି କରି ପରିବାର ଭୋରଣ ପଷଣ କରିଥାନ୍ତି। ତେବେ ଗତ ୧୫ ଦିନରୁ ଅଧିକ ହେଲାଣି ପ୍ରତ୍ୟେକ ଦିନ ୨/୩ ଟି ଗୋରୁ ଗାଈଙ୍କ ହଠାତ୍ ମୃତ୍ୟୁ ଘଟୁଛି। ଉପଖଣ୍ଡର ରାଇରଙ୍ଗପୁର ବ୍ଲକର ସୁଦର୍ଶନପୁର, କୁଲେଇଶିଳା ,ବଡମୌଦା,ହାତିଆ ପ୍ରଭୃତି ଗ୍ରାମପଂଚାୟତ, କୁସୁମୀ ବ୍ଲକର ଧାଙ୍ଗୁଡିମୁତା, କୁସୁମୀ, ଜୟପୁର ପ୍ରଭୃତି ପଂଚାୟରେର ଗୋପାଳନ କରୁଥିବା ଚାଷୀଙ୍କ ଗୋରୁଗାଈ ହଠାତ୍ ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି। ଫଳରେ ଚାଷୀ ମାନେ ବହୁ କ୍ଷତି ସହୁଥିବା ଅଭିଯୋଗ ହେଉଛି।

କିଛି ଚାଷୀ ଗାଈଙ୍କ ବୀମା କରିଥିଲେ ମଧ୍ୟ ପ୍ରାଣୀଚିକିତ୍ସକମାନେ ବ୍ୟବଚ୍ଛେଦ ପାଇଁ ଆସୁନଥିବାରୁ କ୍ଷତିପୂରଣ ମଧ୍ୟ ପାଇବାରୁ ବଂଚିତ ହେବେ ବୋଲି ଦୁଃଖ ପ୍ରକାଶ କରିଛନ୍ତି । କୁସୁମୀ ବ୍ଲକ୍ ବାଦାମପାହାଡ ଗ୍ରାମର ମିର୍ଜା ସୋରେନଙ୍କ ୪୦ ହଜାର ଟଙ୍କାର ଏକ ଗାଈ ହଠାତ୍ ଅସୁସ୍ଥ ହୋଇପଡିଥିଲା। ମିର୍ଜା ସଙ୍ଗେସଙ୍ଗେ ପ୍ରାଣୀ ଚିକିତ୍ସାଧୀକାରୀଙ୍କୁ ଯୋଗାଯୋଗ କରିଥିଲେ ହେଁ ପ୍ରାଣୀ ଚିକିତ୍ସକ ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଆସିନଥିଲେ। ଫଳରେ ତାଙ୍କ ଗାଈର ମୃତ୍ୟୁ ଘଟିଥିଲା।

ସେହିପରି ଧାଙ୍ଗୁଡ଼ିମୁତା ଗ୍ରାମର ବିମଳେନ୍ଦୁ ମିଶ୍ରଙ୍କ ୪୫ ହଜାର ଟଙ୍କାର ଏକ ଗାଈର ଚିକିତ୍ସା ଅଭାବରୁ ମୃତ୍ୟୁ ଘଟିଛି। ସେ ମଧ୍ୟ ଗାଈର ବୀମା କରାଇଥିଲେ। ଏନେଇ ସେ ରାଇରଙ୍ଗପୁରସ୍ଥ ଉପଖଣ୍ଡସ୍ତରୀୟ ପ୍ରାଣୀ ଚିକିତ୍ସାଧିକାରୀ, ବାମନଘାଟୀ ଉପଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଗୋରୁ ଗାଈଙ୍କ ମୃତ୍ୟୁ ପ୍ରତ୍ୟେକ ଦିନ ହେଉଥିବାରୁ ଗୋପାଳନ କରୁଥିବା ଚାଷୀମାନେ ହତାସ ହୋଇ ଏଣେ ତେଣେ ଫିଙ୍ଗି ଦେଉଛନ୍ତି । ଫଳରେ ଦୁର୍ଗନ୍ଧ ହେବା ସହିତ ପରିବେଷ ମଧ୍ୟ ଦୂଷିତ ହେଉଛି।

ଏସମ୍ପର୍କରେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ରାମ ମୋହନ ରାୟଙ୍କ ସହିତ ଯୋଗାଯୋଗ କରିବାରୁ ଏକ ମାସ ପାକାପାଖି ହେବ ପ୍ରାଣୀ ଚିକିତ୍ସକମାନେ ବିଭିନ୍ନ ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି । ତେବେ ଯେଉଁ ଚାଷୀମାନେ ଇନ୍ସୁରାନ୍ସ କରିଛନ୍ତି ସେମାନେ କେମିତି ପାଇ ପାରିବେ ତାହାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button