ଅପରାଧ

ଅନଲାଇନରୁ ଖାଦ୍ୟ ମଗାଇ ହନ୍ତସନ୍ତ; ଗ୍ରାହକ ଖାଇବାକୁ ଯାଉଥିବା ବେଳେ ବାହାରିଲା ମଲା ଅସରପା – bajravana

[ad_1]

ନୂଆଦିଲ୍ଳୀ: ଅନଲାଇନରୁ ଖାଦ୍ୟ ଅର୍ଡର କରିବା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।  ସମୟସମୟରେ ଅନଲାଇନରୁ ଖାଦ୍ୟ ଅର୍ଡର କରି ଗ୍ରାହକମାନେ ହନ୍ତସନ୍ତ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଅ‌ନେକ ସମୟ‌ରେ ଅନଲାଇନରୁ ଅର୍ଡର କରିଥିବା ଖାଦ୍ୟରେ ମଲା ଅସରପା, ଝିଟିପିଟି ଓ ପୋକ ବାହାରିବାର ଘଟଣାକୁ ନେଇ ଗ୍ର‌ାହକମାନେ ଫଟୋ ସହିତ ସୋସିଆଲ ମିଡିଆରେ ପୋଷ୍ଟ କରିଥାଆନ୍ତି।

ଏହି କ୍ରମରେ ନିକଟ‌ରେ ଅନଲାଇନରୁ ଖାଦ୍ୟ ଅର୍ଡର କରିଥିବା ସୋନାଇ ଆଚାର୍ଯ୍ୟ ଏକ ପୋଷ୍ଟ ସେୟାର କରି କହିଛନ୍ତି, ‘ ଜୋମାଟୋରୁ ଖାଦ୍ୟ ଅର୍ଡର କରିବା ଭୟାବହ ରହିଥିଲା। ମୁଁ ଅଟି ଫଗ ଭୋଜନାଳୟରୁ ଜାପାନୀ ରେମନ ଚିକେନର ଏକ ବାଉଲ ଅର୍ଡର କରିଥିଲି। ଏହି ଖାଦ୍ୟ ମୁଁ ଖାଇବାକୁ ଯାଉଥିବା ବେଳେ ଏଥିରେ ମଲା ଅସରପା ବାହାରିଥିଲା। ଏହି ଘଟଣା ପରେ ଚିକେନ ଖାଇବା ପ୍ରତି ମୋର ଘୃଣା ଆସି ଯାଇଛି। ଜୋମାଟୋକୁ ନେଇ ମୁଁ ଅସନ୍ତୋଷ।’

 

ଗ୍ରାହକଙ୍କ ଏହି ଅଭିଯୋଗକୁ ଗମ୍ଭୀରତା ସହ ନେଇ ଜୋମାଟୋ ପ୍ରତିକ୍ରିୟା ଦେଇ କହିଛି, ‘ନମସ୍କାର, ଏଭଳି ଏକ ଅସନ୍ତୋଷଜନକ ଘଟଣା ପାଇଁ ଆମେ ଦୁଃଖୀତ। ଆମେ ଏଭଳି ଘଟଣା ଉପ‌ରେ ଧ୍ୟାନ ଦେବୁ। ଆପଣ ଏହି ଖାଦ୍ୟ ପାଇଁ ଯେତିକି ଟଙ୍କା ଖର୍ଚ୍ଚ କରିଥିଲେ ଫେରସ୍ତ ପାଇଯିବେ। ଏମିତି ଘଟଣା ଆଗକୁ ଯେମିତି କୌଣସି ଗ୍ରାହକଙ୍କ ସହ ନଘଟୁ ସେଥିପାଇଁ ଆମେ ଯତ୍ନଶୀଳ ହେବୁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button