ଅପରାଧ

ଚଳନ୍ତା ବାଇକରେ ଶୋଇଶୋଇ ଯାତ୍ରା କରୁଥିବା ବେଳେ ଫୋନ ଦେଖୁଛନ୍ତି ବ୍ୟକ୍ତି: ଭିଡିଓ ଭାଇରାଲ – bajravana

[ad_1]

ନୂଆଦିଲ୍ଲୀ: ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’ ସଚେତନତା ଅଭିଯାନ କ୍ରମାଗତ ଭାବେ ଚାଲିଛି। ଏହା ସତ୍ତ୍ବେ ବି ରାସ୍ତାରେ ଯିବା ସମୟରେ ଏମିତି କିଛି ଘଟଣା ନଜରକୁ ଆସିଥାଏ ଯେଉଁଥିରେ ଗାଡ଼ି ଚାଳକ ନିଜ ଜୀବନକୁ  ବିପଦରେ ପକାଇବା ସହିତ ଅନ୍ୟର ଜୀବନକୁ ବି ସଙ୍କଟକୁ ଠେଲି ଦେଇଥାଆନ୍ତି।

ଏମିତି ଏକ ଘଟଣାର ଦୃଶ୍ୟକୁ ଇନଷ୍ଟାଗ୍ରାମ ବ୍ୟବହାରକାରୀ ମନସୋର ସେୟାର କରିଛନ୍ତି। ଏହି ଭିଡିଓର ପ୍ରାରମ୍ଭରେ ଆପଣ ଦେଖି ପାରିବେ କିଭଳି ଭାବେ ଜଣେ ବ୍ୟକ୍ତି ଚଳନ୍ତା ବାଇକ ଉପରେ ଶୋଇଶୋଇ ଯାତ୍ରା କରୁଛନ୍ତି। କେବଳ ଏତିକି ନୁହେଁ ସେ ଏହି ଅବସ୍ଥାରେ ମୋବାଇଲ ଫୋନ ବି ଚଲାଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ଉକ୍ତ ରାସ୍ତାରେ ଅନେକ ଗାଡ଼ି ବି ଯାତାୟାତ କରୁଛି।

 

ବ୍ୟକ୍ତି ଜଣକ ଏଭଳି ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଲାଉଥିବା ବେଳେ ତାଙ୍କ ବାମାପାର୍ଶ୍ବ‌ରେ ଯାଉଥିବା ଏକ ଟ୍ରକକୁ ସ୍ପଷ୍ଟ କରି ଆଗକୁ ବଢ଼ି ଯାଉଥିବା ବି ଦେଖିବାକୁ ମିଳୁଛି। ଏହି ଭିଡିଓ ଦେଖିଲେ ଭୟ ଲାଗୁଛି କି ବ୍ୟକ୍ତି ଜଣକ ଯଦି ସାମାନ୍ୟ ଅସାବଧାନତା ହେବେ ନିଜେ ଦୁର୍ଘଟଣାର ଶିକାର ହେବା ସହିତ ଅନ୍ୟକୁ ବି ବିପଦ‌ରେ ପକାଇବେ।

ଏହି ଭିଡିଓକୁ ଜାନୁଆରି ୨୪ ତାରିଖରେ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା। ଭିଡିଓ ଦେଖି ଉକ୍ତ ଗାଡ଼ି ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରିଛନ୍ତି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button