ଓଡିଶା

ଛେଳି ପାଇଁ ଗଛରେ ଡାଳ କାଟିବା କାଳ ହେଲା; ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳା ମୃତ – bajravana

[ad_1]

ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ବ୍ଲକ ରଟିଙ୍ଗିଆ ପଞ୍ଚାୟତ ଡକେଡ଼ି ଗ୍ରାମର ଷ୍ଟିଫେନ ନାୟକଙ୍କ ସ୍ତ୍ରୀ ନିର୍ମଳା ନାୟକ ବୟସ(୬୨) ଅସାବଧନତା କାରଣରୁ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି।

ସୂଚନା ଅନୁସାରେ ଷ୍ଟିଫେନ୍‌ ନାୟକ ନିଜ ପାଳିତ ଛେଳିଙ୍କ ଖାଦ୍ୟ ପାଇଁ ଡିମିରି ଗଛରେ ଚଢ଼ି ଡାଳ କାଟୁଥିଲେ। ଗଛ ନିକଟ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର  ଯାଇଥିଲେ ମଧ୍ୟ ସେ ଅବହେଳା କରିଥିଲେ। ଫଳରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ବିଦ୍ୟୁତ୍ ଆଘାତରେ ମହିଳା ଗଛ ଡାଳରେ ହିଁ ଝୁଲିପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସ୍ଥାନୀୟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ମହିଳାଙ୍କ ଶବ ଉଦ୍ଧାର କରିଛି। ସ୍ଥାନୀୟ ସରକାରୀ ଚିକିତ୍ସାଳୟକୁ ମୃତଦେହ ଅଣାଯାଇଥିଲା। ତଦନ୍ତ ଅଧିକାରୀ ପୁଲିସ ସବ୍ ଇନ୍ସିପେକ୍ଟର ରଞ୍ଜିତା ବେହେରା ମୃତକଙ୍କ ପରିବାର ଲୋକଙ୍କ ଠାରୁ ସବିଶେଷ ତଥ୍ୟ ନେବା ପରେ  ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ମହିଳାଙ୍କ ମୃତ୍ୟୁ ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି ମୃତକଙ୍କ ପରିବାର ବର୍ଗ। କାରଣ ବିଦ୍ୟୁତ ତାର ଗଛ ଡାଳ ସଂସ୍ପର୍ଶରେ ଆସିଲାଣି ଅଥଚ ବିଭାଗୀୟ କର୍ମଚାରୀ କୌଣସି ପ୍ରତିକାର ବ୍ୟବସ୍ଥା ନକରି ଚୁପ ହୋଇ ବସିରହିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button