ଓଡିଶା

ବିଧାନସଭା ବଜେଟ୍ ଅଧିବେଶନରେ ବେଦାନ୍ତ ତାତି: ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ – bajravana

[ad_1]

ଭୁବନେଶ୍ବର: ବିଧାନସଭା ବଜେଟ୍ ଅଧିବେଶନରେ ବେଦାନ୍ତ ତାତି। ମଙ୍ଗଳବାର ବିଧାନସଭା ଶୂନ୍ୟକାଳରେ ବେଦାନ୍ତ ଜମି ହଡ଼ପ ପ୍ରସଙ୍ଗ ଉଠାଇ ଗୃହରେ ଧାରଣା ଦେଇଥିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର। ଯାହାପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

ତେବେ ମଙ୍ଗଳବାର ଆରମ୍ଭରୁ ଗୃହରେ ପ୍ରଶ୍ନକାଳ ସ୍ୱାଭାବିକ ଥିଲା, ହେଲେ ଶୂନ୍ୟକାଳରେ ବେଦାନ୍ତ ଜମି ହଡ଼ପ ପ୍ରସଙ୍ଗ ଉଠାଇଥିଲେ ନରସିଂହ ମିଶ୍ର । ବାଚସ୍ପତିଙ୍କ ରୁଲିଂ ଦାବି ସହ ସରକାରଙ୍କୁ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପାଇଁ ଦାବି କରିଥିଲେ ନରସିଂହ। ହେଲେ ଅନୁଧ୍ୟାନ କରିବା ପରେ ବାଚସ୍ପତି କହିବାରୁ ଅସନ୍ତୋଷ ପ୍ରକାଶ କରି ଧାରଣା ଦେଇଥିଲେ ନରସିଂହ ମିଶ୍ର, ଯାହା ପରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ ।

ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି, ନିର୍ଦ୍ଦିଷ୍ଟ କମ୍ପାନୀ ଉପରେ ଅହେତୁକ ଅନୁକମ୍ପା ଦେଖାଉଛନ୍ତି ସରକାର। ଲୋକପାଳ, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ରାଜ୍ୟ ସରକାର ନିଜେ ବେଦାନ୍ତ ପାଇଁ ୪ ଲେନ୍ ରୋଡ୍ କରିବେ ବୋଲି ଚୁକ୍ତି କରିଥିଲେ, ସବୁ ଟିକସ ମଧ୍ୟ ଛାଡ କରିଛନ୍ତି। ତେବେ ସରକାର ଏହି ସଂସ୍ଥାକୁ କାହିଁକି ଏତେ ଅନୁକମ୍ପା ଦେଖାଇଲେ ବୋଲି ସେ ପ୍ରଶ୍ନ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button