news

ବାଲିଆ ମେଡିକାଲର ସୁବର୍ଣ୍ଣ ଜୟନ୍ତୀର ଉଦ୍ଘାଟନୀ ଉତ୍ସବ

ବରୀ- ବିଭିନ୍ନ ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନରେ ସୁବର୍ଣ୍ଣ ଜୟନ୍ତୀ ପାଳନ ହେବାର ନଜିର ଅଛି । କିନ୍ତୁ କୈାଣସି ମେଡିକାଲ ରେ ସୁବର୍ଣ୍ଣ ଜୟନ୍ତୀ ପାଳନ ନୂଆ କଥା । ତେବେ ଏହି ପରମ୍ପରା ବିଦଗ୍ଦ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜନ୍ମପୀଠ ଯାଜପୁର ଜିଲ୍ଲା ବରୀବ୍ଲକ ଅନ୍ତର୍ଗତ ଅଭିମନ୍ୟୁ ବାଲିଆ ଠାରେ ଦେଖିବାକୁ ମିଳିଛି । ସେଦିନର ସ୍ମୃତି ସମୁହକୁ ରୋମନ୍ଥନ କରି ଅଭିମନ୍ୟୁ ବାଲିଆ ସ୍ଥିତ ବାଲିଆ ପ୍ରାଥମିକ ଚିକିତ୍ସାଳୟ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି । ପ୍ରତିଷ୍ଠାତା ସଦସ୍ୟ ତଥା ଜୟନ୍ତୀ କମିଟି ସଭ୍ୟ ଶିକ୍ଷାବିତ୍ ଗୋପବନ୍ଧୁ ଦାସ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ଓଡିଶା ସରକାରଙ୍କ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡ. ଯଶୋବନ୍ତ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସଭାକୁ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ମଳୟ କୁମାର ଜେନା , କବି .ଡଃ. ଭାଗ୍ୟଧର ସାହୁ ଓ ବାଲିଆ ମେଡିକାଲ ଅଫିସର ଡ. ଜ୍ଞାନୀ ଚନ୍ଦ୍ରଶେଖର ବେହେରା ଯୋଗଦାନ କରିଥିଲେ । କଟକ ପ୍ୟାରୀ ମୋହନ ଏକାଡେମୀର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ସୁବର୍ଣ୍ଣ ଜୟନ୍ତୀ କମିଟିର ସଦସ୍ୟ ମକର ଚରଣ ଘଡାଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜୟନ୍ତୀ କମିଟି ଆବାହକ ତଥା ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ନେତୃତ୍ୱ ନିମାଇଁ ରାୟ ସୁବର୍ଣ୍ଣ ଜୟନ୍ତୀର ଆଭିମୁଖ୍ୟ ଓ ଓଡିଶାରେ ପ୍ରଥମ ଡାକ୍ତର ଖାନା ଯାହାର ସୁବର୍ଣ୍ଣ ଜୟନ୍ତୀ ପାଳନ ହେଉଛି ଏ ବିଷୟରେ ବିଷଦ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । କବି ତଥା ବରିଷ୍ଠ ସାମ୍ବାଦିକ ଶରତ କୁମାର ଜେନା ସଂପାଦକୀୟ ପାଠ କରିଥିଲେ ।

ବରୀ ବ୍ଲକ ପୂର୍ବତନ ସହ ଶିକ୍ଷାଧିକାରୀ ତଥା ଜୟନ୍ତୀ କମିଟି ସଂଯୋଜକ କପିଳ ଚରଣ ସାମଲ ଅତିଥି ମାନଙ୍କୁ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ , ବାଲିଆ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ପରେଶ ଚନ୍ଦ୍ର ମଲ୍ଲିକ ସମଗ୍ର ବରେଣ୍ୟ ଅତିଥି ଆଗନ୍ତୁକ ଓ ସଭାସଦ୍ ବର୍ଗଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ତେବେ ୧୯୭୧ ମସିହାରେ ପ୍ରତିଷ୍ଠା ହୋଇ ଦୀର୍ଘ ୫୦ ବର୍ଷ ଧରି ନଦନଦୀ ଘେରା ବରୀ ବଡଚଣା ଅଂଚଳରେ ସେବା ପ୍ରଦାନ କରି ଆଜି ସୁବର୍ଣ୍ଣ ବର୍ଷରେ ପଦାର୍ପଣ କରିଥିବା ଏହି ଅନୁଷ୍ଠାନର ଉଦ୍‌ଘାଟନୀ ଉତ୍ସବ ସଂପୂର୍ଣ୍ଣ ନିରାଡମ୍ବର ପୁର୍ଣ୍ଣ ଭାବରେ କରୋନା କଟକଣା ମଧ୍ୟରେ ପାଳିତ ହୋଇ ଯାଇଛି । ଏହି ଅବସରରେ ସୁବର୍ଣ୍ଣ ଜୟନ୍ତୀ କମିଟି ତରଫରୁ ସୁବର୍ଣ୍ଣ ସ୍ମୃତି ନାମକ ଏକ ସ୍ମରଣୀକା ପ୍ରକାଶ ପାଇ ଉନ୍ମୋଚିତ ହୋଇ ଯାଇଛି । ରଙ୍ଗ ବେରଙ୍ଗରେ ସଜେଇ ହୋଇ ଏହି ପୁସ୍ତକ ଅତ୍ୟନ୍ତ ଚିତାକର୍ଷକ ହୋଇଥିବାର ଦେଖା ଯାଇଛି ।

ତେବେ ସୁବର୍ଣ୍ଣ ଜୟନ୍ତୀ ସହ କରୋନା ଓ ସ୍ୱାସ୍ଥ୍ୟ ସଚେତନତା ପାଇଁ ଅଭୟ ଶତପଥି ଓ ସ।।ଥିଙ୍କ ଦ୍ୱାରା ପାରମ୍ପାରିକ ଘୋଡା ନୃତ୍ୟ ସଭାର ଅନ୍ୟତମ ଆକର୍ଷଣ ଥିଲା । ଅନୁଷ୍ଠାନ ଆରମ୍ଭରୁ ଜୀବ ଦଶାରେ ଥିବା ଉଦ୍ୟକ୍ତା ତଥା ପ୍ରଥମ ସ୍ରଷ୍ଟା ବାଲିଆ ପଂଚାୟତର ପୂର୍ବତନ ସରପଂଚ ପଂଚାନନ ଜେନା ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିବା ସହିତ ମରୋଣ ତ୍ତର ଭାବେ ବହୁ ପ୍ରତିଷ୍ଠାତା , ଡାକ୍ତର ଓ ଫାର୍ମାଶିଷ୍ଟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ବ୍ୟତିତ ଏଠାରୁ ଅବସର ନେଇ ଥିବା କିମ୍ବା ବଦଳି ହୋଇ ଯାଇଥିବା ଡାକ୍ତର ଓ କର୍ମଚାରୀ ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବର୍ତ୍ତମାନ ବାଲିଆ ଡାକ୍ତରଖାନାରେ ନଜର ନିରଳସ ସେବା ପ୍ରଦାନ କରି ଆସୁଥିବା ଡାକ୍ତର ଫାର୍ମାସିଷ୍ଟ , ନର୍ସ ଓ କର୍ମଚାରୀ ମାନଙ୍କୁ ମଧ୍ୟ ଜୟନ୍ତୀ କମିଟି ସମ୍ବର୍ଦ୍ଧିତ କରିଥିବାର ଜଣା ପଡିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button