ଓଡିଶା

ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସାଧୁ ମେହେରଙ୍କ ୮୪ ବର୍ଷ ବୟସରେ ପରଲୋକ – bajravana

[ad_1]

ଓଡ଼ିଆ, ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ରରେ ଦେଖାଇଥିଲେ ଦକ୍ଷତା

ଭୁବନେଶ୍ବର: ପଦ୍ମଶ୍ରୀ ସମ୍ମାନିତ ଅଭିନେତା, ନିର୍ଦ୍ଦେଶକ, ଲେଖକ ଓ ପ୍ରଯୋଜକ ସାଧୁ ମେହେରଙ୍କ ପରଲୋକ ହୋଇଛି। ୮୪ ବର୍ଷ ବୟସରେ ମୁମ୍ବାଇରେ ସାଧୁ ମେହେରଙ୍କ ପରଲୋକ ନେଇ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୧୯୬୯ ମସିହାରେ ସେ ‘ଭୂବନ ସୋମ୍‌’ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ। ଏଥିରେ ସେ ଏକ ମୂକ ପକ୍ଷୀଧରାଳି ଚରିତ୍ରରେ ଅଭିନୟ କରିଥିଲେ। ଏହା ପରେ ସେ ଆଉ ପଛକୁ ଚାହିଁ ନଥିଲେ। ୧୯୭୪ର ଚଳଚ୍ଚିତ୍ର ଅଙ୍କୁର ତାଙ୍କୁ ଜାତୀୟ ସ୍ଥରରେ ଜଣେ ଭଲ ଅଭିନେତାର ସ୍ୱୀକୃତି ଦେଇଥିଲା। ସାଧୁ ମେହେର୨୮ରୁ ଅଧିକ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଇଛା ପୂରଣ, ୨୭ ଡାଉନ୍, ମନ୍ଥନ, ଦେବଶିଶୁ, ନିଶାନ୍ତ, ସଫେଦ ହାତୀ, ମୃଗୟା, ଚରାଚର, ଉତ୍ତରଣ ଆଦି ହିନ୍ଦୀ ଚଳଚ୍ଚିତ୍ର ସେଥି ମଧ୍ୟରୁ ଅନ୍ୟତମ। ୧୯୭୭ ମସିହାରେ ସେ ନିଜ ପ୍ରଥମ ଓଡ଼ିଆ କଥାଚିତ୍ର ‘ଅଭିମାନ’ଣ ନିର୍ଦ୍ଦେଶନା କରିଥିଲେ, ଅଭିମାନ ଥିଲା ଅଭିନେତା ଉତ୍ତମ ମହାନ୍ତିଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । ତାପରେ, ସେ ଅଭିଳାଷ, ଅପରିଚିତା, ଗୋପରେ ବଢୁଛି କଳାକହ୍ନେଇ ଆଦି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି। ଶୀତରାତି, ଭୁଖା ଆଦି ଓଡ଼ିଆ ଚଳଚ୍ଚିତ୍ରରେ ସେ ନିଖୁଣ ଅଭିନୟ କରିଛନ୍ତି। ‘ହମ୍‌ ଆପ୍‌କେ ଦିଲ୍‌ ମେ ରହତେ ହେଁ’ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ମନ ଛୁଇଁଥିଲା।

ସାଧୁ ମେହେର ଉଭୟ ହିନ୍ଦୀ ଓ ଓଡ଼ିଆ ଚଳଚ୍ଚିତ୍ରରେ ଦକ୍ଷ ଅଭିନୟ କରିଥିଲେ। ୧୯୪୦ ଜାନୁଆରି ୧ ତାରିଖରେ ସେ ବୌଦ୍ଧ ଜିଲ୍ଲା ଗୁଡଭେଲିପଦର ଗ୍ରାମରେ ଏକ ବୁଣାକାର ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କ ପିତା ଜଣେ ବୁଣାକାର ଥିଲେ। ସୋନପୁର ସହରରେ ସେ ନିଜର ବିଦ୍ୟାଳୟ ଶିକ୍ଷା ଆରମ୍ଭ କରିଥିଲେ। ପିଲାଦିନରୁ ସେ ଅଭିନୟ ପ୍ରତି ଆକର୍ଷିତ ଥିଲେ। ତେଣୁ ଅଭିନୟରେ ସେ ଏପରି ମଗ୍ନ ଥିଲେ ଯେ, ମଞ୍ଚରେ ଅଭିନୟ କରୁଥିବା ସମୟରେ ତାଙ୍କୁ ପିତାଙ୍କ ମୃତ୍ୟୁଖବର ମିଳିଥିଲା। କିନ୍ତୁ ସେ ମଞ୍ଚଛାଡ଼ି ନଯାଇ ଅଭିନୟ ସମାପ୍ତ କରିଥିଲେ। ସ୍ନାତକ ଶିକ୍ଷାପରେ, ସେ ଅଭିନୟରେ ଡିପ୍ଲୋମା କରିବା ପାଇଁ କୋଲକାତାର ରବୀନ୍ଦ୍ର ଭାରତୀ ଯାଇଥିଲେ। ସେଠାରେ, ମଞ୍ଚ ଓ ସିନେମା ପ୍ରଭାବରେ ତାଙ୍କ ଜୀବନର ଗତିପଥ ପରିବର୍ତ୍ତନ ହୋଇଥିଲା। ଏହା ପରେ ମହରାଷ୍ଟ୍ରର ପୁଣେସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏନ୍‌ଆଇଏଫ୍‌ଟି) ଯାଇ ଅଭିନୟରେ ଡିପ୍ଲୋମା ହାସଲ କରିଥିଲେ । ତାପରେ ସେ ଥିଏଟରରେ ଯୋଗଦେଲେ ଓ ସତ୍ୟଦେବ ଦୁବେଙ୍କ ନିର୍ଦ୍ଦେଶନାରେ ଅନେକ ନାଟକରେ ଅଭିନୟ କରିଥିଲେ। ୨୦୧୭ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଏହା ପୂର୍ବରୁ ସେ ସର୍ବଶ୍ରେଷ୍ଠ ଅଭିନୟ ନିମନ୍ତେ ଜାତୀୟ ପୁରସ୍କାର (୧୯୭୪) ଓ
ଜୟଦେବ ସମ୍ମାନ ମଧ୍ୟ ହାସଲ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button