ମନୋରଞ୍ଜନ

ପୁନମଙ୍କ ମୃତ୍ୟୁର ତିନିଦିନ ପୂର୍ବର ଭିଡିଓ ଭାଇରାଲ – bajravana

[ad_1]

ମୁମ୍ବାଇ: ନିଜର ବୋଲ୍ଡ ଅନ୍ଦାଜ ଓ ମନ୍ତବ୍ୟ ପାଇଁ ବେଶ ଜଣାଶୁଣା ଥିଲେ ମଡେଲ ପୁନମ୍ ପାଣ୍ଡେ । ଫେବ୍ରୁଆରି ୧ ତାରିଖରେ ପୁନମଙ୍କ ହଠାତ ପରଲୋକ ହେବା ଖବର ସାମ୍ନାକୁ ଆସିବା ପରେ କେହି ବି ଏହାକୁ ଗ୍ରହଣ କରି ପାରୁ ନାହାନ୍ତି।

କାରଣ ଏହି ଦୁଃଖଦ ଘଟଣାର ତିନିଦିନ ପୂର୍ବରୁ  ପୁନମ ଖୁବ ବୋଲ୍ଡ ଅନ୍ଦାଜରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପହଞ୍ଚିଥିଲେ। ଏହି ସମୟରେ ସେ ଏକ କଳାରଙ୍ଗ ଲେଦର ପ୍ୟାଣ୍ଟ ଓ ଧଳାରଙ୍ଗର ଟପ ପିନ୍ଧିଥିଲେ। ତାଙ୍କର ଏହି ବୋଲ୍ଡ ଅନ୍ଦାଜକୁ ଫ୍ୟାନ୍ସ ବି ଖୁବ ପସନ୍ଦ କରିଥିଲେ।

ତେବେ ଜଣେ ମଣିଷକୁ ତିନିଦିନ ପୂର୍ବରୁ  ଏପରି ଚଳଚଞ୍ଚଳ ଅବସ୍ଥାରେ ଦେଖିଥିବା ବେଳେ ହଠାତ ତାଙ୍କର ମୃତ୍ୟୁ ହୋଇଯିବା ଖବରକୁ ମଡେଲଙ୍କ ସମ୍ପର୍କୀୟ ଓ ଫ୍ୟାନ୍ସମାନେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। କେହିକେହି ଏହା  ନିଶ୍ଚୟ ଗୁଜବ ହୋଇଥିବା ବୋଲି ବି କହୁଛନ୍ତି।

 

ପୁନମଙ୍କ ଜଣେ ଫ୍ୟାନ୍ସ ଲେଖିଛନ୍ତି, ‘ତିନିଦିନ ପୂର୍ବରୁ ମୁଁ ପୁନମଙ୍କୁ ଦେଖିଛି। ସେ ଖୁବ ସକ୍ରିୟ ଥିଲେ। ହଠାତ ତିନିଦିନ ପରେ ଶୁଣୁଛି ସେ ଗର୍ଭାଶୟ କର୍କଟରେ ପୀଡ଼ିତ ଥିଲେ। ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ପୁନମ ଏମିତି ଏକ ରୋଗରେ ପୀଡ଼ିତ ଥିବା କଥା ତ ମୁଁ ଶୁଣି ନାହିଁ। ନିଶ୍ଚୟ ତାଙ୍କ ଆକାଉଣ୍ଟକୁ କେହି ଜଣେ ହ୍ୟାକ କରି ଦେଇ ଏଭଳି ଗୁଜବ ପ୍ରଚାର କରୁଛନ୍ତି।’

ଫ୍ୟାନ୍ସମାନେ ମଡେଲଙ୍କ ମୃତ୍ୟୁକୁ ବିଶ୍ବାସ କରୁ ନଥିବା ବେଳେ ବାସ୍ତବରେ ପନମ ଆଉ ଏକ ଦୁନିଆରେ ନାହାନ୍ତି। ମାତ୍ର ୩୨ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହି ପରପାରିକୁ ଚ‌ାଲି ଯାଇଛନ୍ତି। ଏହି ସତକୁ ସମସ୍ତଙ୍କୁ ଗ୍ରହଣ କରି ନେବାକୁ ହେବ।

ପୁନମ ପାଣ୍ଡେ ୨୦୧୩ରେ ଫିଲ୍ମ ‘ନଶା’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button