ଖେଳ ଖବର

ଆଜି ଭାରତ-ବାଂଲାଦେଶ ମୁକାବିଲା – bajravana

[ad_1]

ବ୍ଲୋଏମ୍‌ଫଣ୍ଟେନ୍‌: ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଇତିହାସରେ ସବୁଠୁ ସଫଳ ଦଳ ଭାରତ ଶନିବାରଠୁ ଅଭିଯାନ ଆରମ୍ଭ କରିବ। ବ୍ଲୋଏମ୍‌ଫଣ୍ଟେନ୍‌ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଭାରତର ମୁକାବିଲା ବାଂଲାଦେଶ ସହିତ ହେବ। ମହମ୍ମଦ କୈଫ୍‌ଙ୍କ ଅଧିନରେ ଭାରତ ପ୍ରଥମ ଥର ୨୦୦୨ରେ ଯୁବ ବିଶ୍ବକପ୍‌ ବିଜେତା ହୋଇଥିଲା। ଏହାପରଠୁ ୨୦୦୮, ୨୦୧୨, ୨୦୧୮ ଓ ୨୦୨୨ରେ ଭାରତ ବିଶ୍ବକପ୍‌ ଜିତିସାରିଛି। ଏଥର ବିଶ୍ବକପ୍‌ ଦଳରେ ମହାରାଷ୍ଟ୍ର ଅଲ୍‌ରାଉଣ୍ଡର ଅର୍ଶିନ କୁଲକର୍ଣ୍ଣି, ୱିକେଟରକ୍ଷକ ବ୍ୟାଟର୍‌ ଆରାଭଲି ଅଭାନିଶ, ବାମହାତୀ ସ୍ପିନର ତଥା ଉପଅଧିନାୟକ ସାଉମିକୁମାର ପାଣ୍ଡେ ଏବଂ ଅଧିନାୟକ ଉଦୟ ସହରନ୍‌ ସାମିଲ ହୋଇଥିବାରୁ ଭାରତ ଏଥର ବିଶ୍ବକପ୍‌ ପାଇଁ ଦାବିଦାର ବୋଲି ଆକଳନ କରାଯାଉଛି। ଏମାନଙ୍କ ମଧ୍ୟରୁ କୁଲକର୍ଣ୍ଣି ଓ ଅବନୀଶ ଆଇପିଏଲ୍‌ରେ ସାମିଲ ହୋଇସାରିଛନ୍ତି। ତେଣୁ ବରିଷ୍ଠ ଦଳ ପାଇଁ ଯୋଗ୍ୟ ହେବା ପୂର୍ବରୁ ଏମାନେ ବିଶ୍ବକପ୍‌ ଓ ଆଇପିଏଲ୍‌ରେ ସେମାନଙ୍କ ଛାପ ଛାଡ଼ିବାକୁ ଚାହିବେ।

ରାଜସ୍ଥାନର ମୂଳ ବାସିନ୍ଦା ସହରନ୍‌ କିନ୍ତୁ ବିଭିନ୍ନ ବୟସ ବର୍ଗରେ ପଞ୍ଜାବର ନେତୃତ୍ବ ନେଉଥିଲେ। ଗତ ୩ ମ୍ୟାଚ୍‌ରେ ସେ ୫୦ରୁ ଊର୍ଦ୍ଧ୍ବ ସ୍କୋର କରିଥିଲା ବେଳେ ସେଥିମଧ୍ୟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ଶତକ ମଧ୍ୟ ଅନ୍ତର୍ଭୁକ୍ତ ଅଛି। ଗତ ନଭେମ୍ବରରେ ସେ ଦଳ ବଦଳ କରି ରାଜସ୍ଥାନରୁ ପଞ୍ଜାବ ଆସିଥିଲେ। ୧୯ ବର୍ଷରୁ କମ୍‌ ଚ୍ୟାଲେଞ୍ଜର ଟ୍ରଫିରେ ୪ ମ୍ୟାଚ୍‌ରେ ୪ ଅର୍ଦ୍ଧଶତକ କରି ୨୯୭ ରନ୍‌ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ ମୁମ୍ବାଇର ମୁସୀର ଖାନ୍‌ ମଧ୍ୟ ଏହି ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଗୋଟିଏ ଶତକ ଓ ୨ ଅର୍ଦ୍ଧଶତକ ସହାୟତାରେ ମୁସୀର ୨୬୮ ରନ୍‌ କରିଥିଲେ। ବୋଲରଙ୍କ ମଧ୍ୟରୁ ଆରାଧ୍ୟ ଶୁକ୍ଲା, ସୌମ୍ୟ କୁମାର ପାଣ୍ଡେ ଓ କୁଲକର୍ଣ୍ଣି ଚ୍ୟାଲେଞ୍ଜର ଟ୍ରଫିରେ ଶୀର୍ଷ ୱିକେଟ୍ ହାସଲକାରୀ ହୋଇଥିଲେ। କେବଳ ଏତିକି ନୁହେଁ, ଦକ୍ଷିଣ ଆଫ୍ରିକାରେ ଭାରତ ଗତ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ସମସ୍ତ ୪ ମ୍ୟାଚ୍‌ ଜିତିଥିଲା ବେଳେ ଘରୋଇ ଦଳ ସହିତ ହେବାକୁ ଥିବା ଫାଇନାଲ୍‌ ମ୍ୟାଚ୍‌ ବର୍ଷା ଯୋଗୁଁ ଧୋଇ ହୋଇଯାଇଥିଲା। କିନ୍ତୁ ବାଂଲାଦେଶ ସହିତ ସହରନ୍‌ଙ୍କ ଦଳକୁ ସତର୍କତାର ସହ ଖେଳିବାକୁ ପଡ଼ିବ। କାରଣ ଗତ ୧୯ ବର୍ଷରୁ କମ୍ ଏସିଆ କପ୍‌ ସେମିଫାଇନାଲ୍‌ରେ ବାଂଲାଦେଶ ୪ ୱିକେଟ୍‌ରେ ଭାରତକୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button