ମନୋରଞ୍ଜନ

ପରଦାକୁ ଫେରୁଛି ‘ଭୁଲ ଭୁଲୈୟା-୩’ – bajravana

[ad_1]

ନୂଆଦିଲ୍ଲୀ: ୨୦୦୭ରେ ମୁକ୍ତିଲାଭ କରିଥିବା ‘ଭୁଲ ଭୁଲୈୟା’ ଫିଲ୍ମଟି ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇଥିଲା । ଏହାପରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଅଭିନୀତ ‘ଭୁଲ ଭୁଲୈୟା-୨’ ୨୦୨୨ ମାର୍ଚ୍ଚ ୨୫ରେ ରିଲିଜ୍ ହୋଇ ଧମାଲ କରିଥିଲା। ଏହି ସିନେମାରରେ କାର୍ତ୍ତିକ ଆର୍ୟନଙ୍କ ସହିତ କିଆରା ଆଡଭାନୀ ଓ ତବୁ ନଜର ଆସିଥିଲେ । ଏହାର ନିର୍ଦ୍ଦେଶନା ଅନିସ୍ ନଜମି ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ଟି- ସିରିଜ, ଭୁଷଣ କୁମାର ଓ ମୁରାଦ ଖେତାନି ଦେଇଥିଲେ ।

ସମ୍ପ୍ରତି ଖବର ଆସିଛି କି ଖୁବଶୀଘ୍ର ପରଦାକୁ ‘ଭୁଲ ଭୁଲୈୟା-୩’ ଫେରିବ। ମାର୍ଚ୍ଚମାସରୁ ସିନେମା ସୁଟିଂ ଆରମ୍ଭ ହୋଇଯିବ। ଅର୍ଥାତ ଚଳିତ ବର୍ଷ ଦର୍ଶକ ଏହି ସିନେମାକୁ ଦେଖିବାକୁ ପାଇବେ। ‘ଭୁଲ ଭୁଲୈୟା-୩’କୁ ପ୍ରଥମ ଓ ଦ୍ବିତୀୟ ସିନେମା ଠାରୁ ଆହୁରି ମଜାଳିଆ କରାଯାଉଛି। ଯାହାକି ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିବ।

ଏଥିରେ ନୂତନ ନୂତନ ଟୁଇଷ୍ଟ ଭର୍ତ୍ତି କରାଯାଇଛି। ତେବେ ସିନେମାରେ କେଉଁ ଅଭିନେତ୍ରୀ ମୁଖ୍ୟ ଭୂମିକାରେ ଅଭିନୟ କରିବେ ସେନେଇ ନିର୍ମାତାମାନେ କୌଣସି ପ୍ରକାର ସୂଚନା ଦେଇ ନାହାନ୍ତି।  କାରଣ ସିନେମାକୁ ନେଇ ଏବେ ଅନେକ କଳାକାରଙ୍କ ସହିତ ଆଲୋଚନା ଚାଲିଥିବା ବେଳେ କେହି ନିଶ୍ଚିତ ହୋଇ ନଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

‘ଭୁଲ ଭୁଲୈୟା-୨’ କାର୍ତ୍ତିକ ଆର୍ଯ୍ୟନଙ୍କ କ୍ୟାରିୟରର ସବୁଠାରୁ ବଡ଼ ହିଟ୍‌ ଫିଲ୍ମ ବୋଲି କୁହାଯାଉଛି। ଏହା ପୂର୍ବରୁ କାର୍ତ୍ତିକଙ୍କ କୌଣସି ଫିଲ୍ମ ପ୍ରଥମ ସପ୍ତାହ ଶେଷ ସୁଦ୍ଧା ଏଭଳି ପ୍ରଦର୍ଶନ କରି ନଥିଲା।‘



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button