ଅପରାଧ

ବେଲୁ ରାସ୍ତାରେ ମଦ ମାଫିଆ: ଢେଙ୍କାନାଳ ଆମ୍ବପଳାସ ପାଲଟିଛି କାରବାରର ପେଣ୍ଠ – bajravana

[ad_1]

ନିର୍ବାଚନ ବର୍ଷରେ ବଢ଼ୁଛି ଚିନ୍ତା; ଦେଶୀ ମଦ ପିଇ ହାତୀ ବି କରୁଛନ୍ତି ଉତ୍ପାତ

କଟକ: ଦେଶୀ ମଦର ଚୋରା କାରବାର ଏବେ ଚିନ୍ତା ବଢାଇଲାଣି। ଯେଉଁ ଢଙ୍ଗରେ ନବେ ଦଶକରେ ସୁରେନ୍ଦ୍ରନାଥ ଦାସ ଓରଫ ବେଲୁ ଦେଶୀ ମଦର ଚୋରା କାରବାର କରୁଥିଲା ଏବେ କଟକର ମଦ ମାଫିଆ ସେହି ଢଙ୍ଗରେ ଚୋରା କାରବାର ବ୍ୟାପକ କଲେଣି। ଗୋଟିଏ ପଟେ ଏପ୍ରକାର କାରବାର ମଦ୍ୟପଙ୍କ ପାଇଁ ବିପଦ ବଢାଉଥିବା ବେଳେ ଅନ୍ୟପଟେ ଜଙ୍ଗଲ ଭିତରେ ପ୍ରସ୍ତୁତ ହେଉଥିବା ଦେଶୀ ମଦ ପିଇ ହାତୀ ପଲଙ୍କ ଉତ୍ପାତ ବି ଚିନ୍ତାର କାରଣ ହୋଇଛି। ଖୁଣ୍ଟୁଣୀର ଡାଳୁଆ ଓ ଖଣ୍ଡୁଆଳ ଜଙ୍ଗଲ, ଆଠଗଡ଼ର କୋରଗାଁରେ ଦେଶୀ ମଦ ରନ୍ଧା ହେବା ପୂର୍ବରୁ ପାଚିବାକୁ ରଖାଯାଉଥିବାରୁ ଏହାର ବାସ୍ନା ହାତୀପଲଙ୍କୁ ମଦ ରହୁଥିବା ଅଞ୍ଚଳକୁ ଆକର୍ଷିତ କରୁଛି। ହାତୀ ପଲଙ୍କ କବଳରୁ ଦେଶୀ ମଦକୁ ସୁରକ୍ଷିତ ରଖିବାକୁ ଖୁଣ୍ଟୁଣୀ ଓ ଆଠଗଡ଼ରେ ମଦ ମାଫିଆମାନେ ସଂରକ୍ଷିତ ଜଂଗଲରେ ମାଟି ତଳେ ତାହାକୁ ଲୁଚାଇ ରଖୁଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଘଞ୍ଚ ଜଙ୍ଗଲରେ ଏଭଳି କାରବାର ପୁଲିସ ଓ ଅବକାରୀ ବିଭାଗ ପାଇଁ ଆହ୍ବାନ ସୃଷ୍ଟି କରିଛି।

ଅନ୍ୟପଟେ ଦେଶୀ ରନ୍ଧା ମଦ ପାଇଁ କୁଖ୍ୟାତି ଅର୍ଜନ କରିଥିବା ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗର ଆମ୍ବପଳାସ ସହିତ ଏବେ ପୁଣି ସମ୍ପର୍କ ଯୋଡ଼ିଛନ୍ତି ଖୁଣ୍ଟୁଣୀ, ଆଠଗଡ଼ର ମଦ ମାଫିଆ। ଆମ୍ବପଳାସରେ ଗୁଡ଼, ପାଣି, ୟୁରିଆ ସହିତ ମହୁଲି ଫୁଲ ମିଶ୍ରଣ କରାଯାଉଥିବାରୁ ଏହି ମଦର ଚାହିଦା କଟକରେ ଅଧିକ ରହିଛି। କଟକରେ ଏହି ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ଦେଶୀ ମଦ କେବଳ ଗୁଡ଼, ପାଣି ଓ ୟୁରିଆ ସାରରେ ପ୍ରସ୍ତୁତ ହେଉଛି। ଗୋଟିଏ ସମୟରେ ଏହି ଆମ୍ବପଳାସରୁ ସୁରେନ୍ଦ୍ରନାଥ ଦାସ ଓରଫ ବେଲୁ ମହୁଲି ମଦ ଆମଦାନୀ କରୁଥିଲା। ୧୯୯୨ ମେରେ କଟକରେ ମଦ ମୃତ୍ୟୁ ଘଟି ପାଖାପାଖି ୨୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ମଦ ମୃତ୍ୟୁ ମାମଲାରେ ଗିରଫ ବେଲୁକୁ ପରବର୍ତ୍ତୀ ସମୟରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏବେ କଟକର ମଦ ମାଫିଆ ସେହି ଅଞ୍ଚଳରୁ ଚୋରାମଦ ଆମଦାନୀ କରିବା ଘଟଣା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଆମ୍ବପଳାସରରେ ଥିବା ମଦ ଫ୍ୟାକ୍ଟ୍ରିରେ ମଦ କିଣିବାର ଟାର୍ଗେଟ୍‌ ପୂରଣ କଲେ ବ୍ୟବସାୟୀଙ୍କୁ ମାଗଣାରେ ଆଉ କିଛି ମଦ ଦିଆଯାଉଛି। ଏଭଳି ମାଗଣା ମଦ ଲୋଭରେ ଏବେ ଢେଙ୍କାନାଳ ମୁହାଁ ହୋଇଛନ୍ତି ମଦ ମାଫିଆ। ଏହା ସହିତ ମହୁଲି ମିଶୁଥିବାରୁ ଏହି ମଦର ଚାହିଦା କଟକରେ ଅଧିକ ରହିଛି।

ଆଉ ଦଳେ ମଦ ମାଫିଆ କୋରଗାଁ, ଡାଳୁଆ, ଖଣ୍ଡୁଆଳ ଜଂଗଲରେ ମାଟି ତଳେ ମଦ ଫ୍ୟାକ୍ଟ୍ରି ଖୋଲିଛନ୍ତି। ଗୁଡ଼, ପାଣି, ୟୁରିଆକୁ ଜାର୍‌ରେ ଭର୍ତ୍ତି କରି ତିନି ଦିନ ପାଚିବା ପାଇଁ ଛଡ଼ାଯାଉଥିବା ବେଳେ ଏହା ପରେ ମାଟି ତଳୁ କାଢ଼ି ରନ୍ଧାଯାଉଛି। ପରେ ଏହାକୁ ବିକ୍ରି ଉଦ୍ଦେଶ୍ୟରେ ବଜାରକୁ ଚାଲାଣ କରାଯାଉଛି। କେନ୍ଦୁଝର ଜିଲ୍ଲାରେ ମଧ୍ୟ ଏଭଳି ମାଟି ତଳେ ମଦ ରଖାଯାଉଛି। ଗଲା ୧୬ ତାରିଖରେ ଆଠଗଡ଼ କୋରଗାଁରେ ମାଟିତଳୁ ୭ ଲକ୍ଷ ଟଙ୍କାର ଦେଶୀ ରନ୍ଧା ମଦ ଓ ଗୁଡ଼ ପୋଚ ଜବତ ହୋଇଥିବା ବେଳେ ଦୁଇଜଣ ମଦ ମାଫିଆ ଗିରଫ ହୋଇଛନ୍ତି। ଗଲା ୧୫ ତାରିଖରେ ଖୁଣ୍ଟୁଣୀର ଡାଳୁଆ ଓ ଖଣ୍ଡୁଆଳି ଗାଁ ନିକଟ ସଂରକ୍ଷିତ ଜଙ୍ଗଲରେ ୫ ଲକ୍ଷ ଟଙ୍କାର ଗୁଡ଼ ପୋଚ ଓ ଦେଶୀ ମଦ ଜବତ ହୋଇଥିଲା। ୨୦୨୦ ମେ ୩ରେ ଆଠଗଡ଼ର କୋରଗାଁରେ ଥିବା ଘଞ୍ଚ ଜଙ୍ଗଲରେ ସର୍ବାଧିକ ୩୧ ହଜାର ୧୦୦ ଲିଟର ମଦ ପୋଚ ଓ ଦେଶୀମଦ ମାଟି ତଳୁ ଜବତ ହୋଇଥିଲା। ଜବତ ମଦର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଖୁଣ୍ଟୁଣୀରେ ୨୦୨୦ ଜୁଲାଇ ୨୯ରେ ଜଙ୍ଗଲରେ ପୋତାଯାଇଥିବା ମଦ ପୋଚ ନଷ୍ଟ କରିବାକୁ ଅବକାରୀ ଅଧିକାରୀ ଜଙ୍ଗଲ ଭିତରକୁ ଯାଇଥିଲେ। ମାଫିଆମାନେ ଅବକାରୀ ବିଭାଗର ୪ଟି ଗାଡ଼ି ଭାଙ୍ଗିବା ସହିତ ଟାୟାର୍‌ କାଟି ଦେଇଥିଲେ। ଦୁଇ କର୍ମଚାରୀ ବି ଆହତ ହୋଇଥିଲେ। ଖୁଣ୍ଟୁଣୀ ଥାନାରେ ୨୯ ଜଣଙ୍କ ବିରୋଧରେ ୩ଟି ମାମଲା ହୋଇଥିଲା। କିନ୍ତୁ ସେହି ଘଟଣାରେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ଅନେକ କ୍ଷେତ୍ରରେ ମଦ ମାଫିଆଙ୍କ ସାହସ ବଢୁଥିବା କୁହାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button