ଅପରାଧ

‌ଦୋକାନରୁ ପୋଷାକ ଚୋରି କରିବା ଘଟଣା‌ରେ ଧରାପଡ଼ିଲେ ସାଂସଦ; ଦେ‌‌ଲେ ଏଭଳି ପ୍ରତିକ୍ରିୟା – bajravana

[ad_1]

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡର ଜଣେ ସାଂସଦଙ୍କ ନିଚ କାମ ପାଇଁ ତୀବ୍ର ନିନ୍ଦା କରାଯାଉଛି। ଉକ୍ତ ସାଂସଦ ଜଣକ ଦୋକାନରୁ ପୋଷାକ ଚୋରି କରିଥିବା ଅଭିଯୋଗ ‌ହୋଇଛି। ଏହାର ସିସିଟିଭି ଫୁଟେଜ ବି ସାମ୍ନାକୁ ଆସିଛି। ଏହି ଅଭିଯୋଗ ପରେ ମଙ୍ଗଳବାର ସାଂସଦ ଗୋଲରିଜ ଘରମାନ ନିଜ ପଦରୁ ଇସ୍ତଫା ଦେଇଥିବ‌ା ଜଣାପଡ଼ିଛି।

ଇସ୍ତଫା ଦେବା ପରେ ଗୋଲରିଜ ଘରମାନ କହିଛନ୍ତି, ‘ମୋ ବିରୋଧରେ ଚୋରି କରିବା ଅଭିଯୋଗ ଆସିବା ପରେ ମୁଁ ଅତ୍ୟନ୍ତ ଦୁଃଖିତ। ଚୋରି କରିବା ମୋର ଚରିତ୍ରର ବିରୋଧୀ।  ମୁଁ କରିଥିବା କାମର ବାହାନ କରୁନାହିଁ। ମୁଁ ଏହାକୁ ବୁଝିବାକୁ ଚାହୁଁଛି। କାରଣ ଏହାର ମୋ ଅଭ୍ୟାସ ତେଣୁ ମୁଁ  ଏପରି କରିବାକୁ ବାଧ୍ୟ ହେଉଛି। ତେବେ ଏଭଳି ଅଭିଯୋଗ ପରେ ମୁଁ ଚାପଗ୍ରସ୍ତ ହୋଇପଡ଼ିଛି। ମୋତେ ମାନସିକ ଶାନ୍ତି ଆବଶ୍ୟକ ତେଣୁ ମୁଁ ମୋ ପଦରୁ ଇସ୍ତଫା ଦେଇଛି।’

ଅଭିଯୋଗ ହୋଇଛି କି, ନ୍ୟୁଜିଲ୍ୟାଣ୍ଡର ମହିଳା ସାଂସଦ ଗୋଲରିଜ ଘରମାନ ଏକ ବୁଟିକ୍ ଦୋକାନରୁ ବିଳାସପୂର୍ଣ୍ଣ ପୋଷାକ ଚୋରି କରିଛନ୍ତି। ତେବେ ସାଂସଦ ଗୋଟିଏ ନୁହେଁ ମୋଟ ତିନୋଟି ଚୋରି ଘଟଣାରେ ସମ୍ପୃକ୍ତ ଅଛନ୍ତି । ଚୋରିର ଏସମସ୍ତ ଘଟଣା  ଗତବର୍ଷ ଅର୍ଥାତ ୨୦୨୩ ମସିହାରେ ଘଟିଛି । ଗୋଲରିଜ ଘରମାନ ଅକଲ୍ୟାଣ୍ଡର ଏକ ବିଳାସପୂର୍ଣ୍ଣ ପୋଷାକ ଦୋକାନରୁ ଦୁଇଥର ଚୋରି କରିଥିବା ବେଳେ ତୃତୀୟଥର ସେ  ୱେଲିଙ୍ଗଟନ୍ର ଏକ ପୋଷାକ ଖୁଚୁରା ଦୋକାନରୁ କରିଥିଲେ ।

ଗୋଲରିଜ ପ୍ରଥମେ ୨୦୧୭ ରେ ସଂସଦରେ ପ୍ରବେଶ କରିଥିଲେ । ଏହାପୂର୍ବରୁ ସେ ଆନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲରେ କାର୍ଯ୍ୟ କରିଥିଲେ। ଏଥିସହିତ କେନ୍ଦ୍ର ବାମପନ୍ଥୀ ଗ୍ରୀନ୍ ପାର୍ଟିର ସଦସ୍ୟ ରହିବା ସହିତ ଗୋଲରିଜ ନ୍ୟାୟିକ ମୁଖପାତ୍ର ମଧ୍ୟ ରହିଛନ୍ତି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button