ଦେଶ ବିଦେଶ

ଆମେରିକାରେ ରେକର୍ଡ ଭାଙ୍ଗିଲା ବରଫଝଡ଼ – bajravana

[ad_1]

ନୂଆଦିଲ୍ଲୀ, ୧୬/୧ : ଆମେରିକାରେ ଲାଗି ରହିଛି ଭୟଙ୍କର ବରଫ ଝଡ଼ । ସପ୍ତାହକ ଭିତରେ ୨୧ ଇଞ୍ଚରୁ ଅଧିକ ବରଫପାତ ହୋଇଛି । ଯାହା କି ୮୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି । ଏହା ପୂର୍ବରୁ ୧୯୪୨ ମସିହାରେ ଏଭଳି ବରଫପାତ ହୋଇଥିଲା । ଖରାପ ପାଣିପାଗ ଯୋଗୁ ଦେଶର ପ୍ରାୟ ୭ କୋଟିରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ଖରାପ ପାଗ ଯୋଗୁ ଏପର୍ଯ୍ୟନ୍ତ ୪,୭୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଛି। ଅଢ଼େଇ ଲକ୍ଷରୁ ଅଧିକ ଘରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି । ବରଫପାତ ଲାଗି ରହିଲେ ତାପମାତ୍ରା ବିଯୁକ୍ତ ୪୫ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ଖସିଯାଇପାରେ । ଆଗକୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ପ୍ରତିକୂଳ ପାଣିପାଗ ଯୋଗୁ ଏହି ଅଭିଯାନ ପ୍ରଭାବିତ ହୋଇଛି । ଏକାଧିକ ରାଜ୍ୟରେ ଜରୁରିକାଳୀନ ସ୍ଥିତି ଲାଗୁ କରାଯାଇଛି । ଉତ୍ତର ଆମେରିକା ଓ ପାସିଫିକ୍ ରିଜିନରୁ ଥଣ୍ଡା ପବନ ମାଡ଼ ହେବା ଯୋଗୁ ତାପମାତ୍ରା ହ୍ରାସ ପାଉଛି । ଫଳରେ ଭୀଷଣ ବରଫ ବର୍ଷା ହେଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button