ଦେଶ ବିଦେଶ

ଆଜି ଲୋକାର୍ପିତ ହେବ ଅଟଳ ସେତୁ – bajravana

[ad_1]

ନୂଆଦିଲ୍ଲୀ, ୧୨ /୧ :  ଆଜି ମହାରାଷ୍ଟ୍ରରେ ସାଢ଼େ ୩୦ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶ୍ରୀ ମୋଦୀ ଅଟଳ ବିହାରୀ ବାଜପେୟ ପେୟୀ ଶେଓ୍ବାରୀ – ନାଭା ସେବା ଅଟଳ ସେତୁ ଲୋକାର୍ପଣ କରିବେ । ୧୭ହଜାର ୮୪୦ କୋଟି ଟଙ୍କା ବ୍ୟୟରେ ଅଟଳ ସେତୁ ନିର୍ମାଣ କରାଯାଇଛି। ଏହି ୨୧.୮ କିଲୋମିଟର ଦୀର୍ଘ ଓ ୬ ଲେନ୍ ବିଶିଷ୍ଟ ସେତୁ ସମୁଦ୍ର ଉପରେ ୧୬.୫ କିଲୋମିଟର ରହିଥିବା ବେଳେ ସ୍ଥଳପଥରେ ୫.୫ କିଲୋମିଟର ରହିଛି ।  ୯.୨ କିଲୋମିଟର ଦୀର୍ଘତା ବିଶିଷ୍ଟ ଏହି ସୁଡଙ୍ଗ ୮ହଜାର ୭୦୦କୋ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ। ଏହା ମୁମ୍ବାଇରେ ଏକ ଗୁରୁତ୍ବପୂର୍ଣ୍ଣ ଗୁରୁତ୍ଵପୂର୍ଣ୍ଣ ମୌଳିକ ଢ଼ାଞ୍ଚା ଉନ୍ନୟନ ପ୍ରକଳ୍ପ ହେବ, ଯାହାଦ୍ବାରା ଅରେଞ୍ଜ ଗେଟ୍ ଓ ମେରାଇନ୍ ଡ୍ରାଇଭ୍ ମଧ୍ୟରେ ଯାତ୍ରା ସମୟ ବହୁମାତ୍ରାରେ ହ୍ରାସ ପାଇବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button