ଓଡିଶା

ସମ୍ବାଦ ପକ୍ଷରୁ ରକ୍ତଦାନ ଶିବିର – bajravana

[ad_1]

ମାଲକାନଗିରି: ‘ସମ୍ବାଦ’ ଆମ ଓଡିଶା, ମାଥିଲି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଓ ମାଥିଲି ଥାନାର ମିଳିତ ଆନୁକୂଲ୍ୟରେ ଗୁରୁବାର ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମାଥିଲି ଆଇଟିଆଇର ଅଧ୍ୟକ୍ଷ ପ୍ରସନ୍ନ କୁମାର ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ମାଥିଲି ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ ଯୋଗ ଦେଇ ଉଦଘାଟନ କରିଥିଲେ। ରକ୍ତଦାନର ମହତ୍ବ ବିଷୟରେ କହିବା ସହ ଛାତ୍ରଛାତ୍ରୀଙ୍କୁ ରକ୍ତଦେବା ପାଇଁ ଅଧ୍ୟକ୍ଷ ଓ ଥାନା ଅଧିକାରୀ ଉତ୍ସାହିତ କରିଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବରେ ଡେପୁଟୀ ସୁବେଦାର ଦିଲମତି ଜାନି ଯୋଗ ଦେଇଥିଲେ। ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମେତ ମାଲକାନଗିରି ଥାନାର ପୁଲିସ କର୍ମଚାରୀମାନେ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ। ଏହି ଶିବିରରେ ମୋଟ ୧୯ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି।

ମାଲକାନଗିରି ରକ୍ତଭଣ୍ଡାର ଲ୍ୟାବ ଟେକ୍ନିସିଆନ୍ ତ୍ରିନାଥ ଚରଣ ପଣ୍ଡା, ନର୍ସିଂ ଅଫିସର ଏନ୍. ସୁବର୍ଣ୍ଣା ଓ ଆଟେଣ୍ଡାଣ୍ଟ ମୋହନ ଖେମୁଣ୍ଡୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରକୁ ‘ସମ୍ବାଦ’ ମାଲକାନଗିରି ଜିଲ୍ଲା ପ୍ରତିନିଧି ଜ୍ଞାନଚାନ୍ଦ୍ ଜଗନ୍ନାଥ ପରିଚାଳନା କରିଥିବା ବେଳେ ଆଇଟିଆଇର ତାଲିମ ଅଧିକାରୀ ଲକ୍ଷ୍ମୀକାନ୍ତ ପାଢ଼ୀ, ଅରୁଣ କୁମାର ଶତପଥୀ, ସହାୟକ ତାଲିମ ଅଧିକାରୀ ବାବୁ କୁମାର ଦଳେଇ, ଦିଲ୍ଲୀପ କୁମାର ସାହୁ, ପ୍ରଦ୍ୟୁମ୍ନ ପ୍ରସାସଦ ନାୟକ, ବିଶ୍ବନାଥ ବେହେରା, କାଳୀ ପ୍ରସନ୍ନ ଦାସ, ବିଘ୍ନେଶ୍ବର ବଳ, ଛାତ୍ର ଆର ହେମନ୍ତ କୁମାର, ସୁଶାନ୍ତ ଖେମୁଣ୍ଡୁ, ଭଗତ ଭୂମିଆ ଓ ନାରାୟଣ ମିସ୍ତ୍ରୀ ପ୍ରମୁଖ ସହଯୋଗ କରିଥିଲେ।

ରକ୍ତଦାତା ଜୀବନଦାତା: ବଳଭଦ୍ର ମାଝୀ, ଏସ ଅଭିଶେଖ ରାଓ, ସୁକୁରା ଡୁ, ବିନିତ କୁମାର ଖୁରା, ଚିତ୍ତରଞ୍ଜନ ଭୁସୁଡି, ମଦନ ଗୋଲରୀ, ରାଜେଶ ଖରା, ସଞ୍ଜୟ ବିଶୋୟୀ, ଦିଲ୍ଲୀପ କୁମାର ସାହୁ, ଅର୍ଜୁନ ନାୟକ, ବିଶ୍ବାନାଥ କୋପେ, କାର୍ତ୍ତିକ ଚନ୍ଦ୍ର ଗୋଲରୀ, ଅଭି ନାୟକ, ସଞ୍ଜିବ ମାଝୀ, ସିତୁନ ବେହେରା, ଶୁଭମ ରାଉଳ, ରାଜେନ୍ଦ୍ର ମୁଦୁଲି, ଗିରିଧର ବିଷୋୟୀ ଓ କପିଳାସ ପୂଜାରୀ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button