ଅପରାଧ

ଧମକ ଦେଇ ଟଙ୍କା ଆଦାୟ; ୨ ଗିରଫ – bajravana

[ad_1]

ଲାଠିକଟା: ଗାଡ଼ି ଚାଳକଙ୍କୁ ଧମକ ଚମକ ଦେଇ ଟଙ୍କା ଆଦାୟ କରିବା ଅଭିଯୋଗରେ ଲାଠିକଟା ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ସଂଧ୍ୟାରେ ଟିମଯୋର ପଟୁ ଓଡ଼ି ୧୪ ଏକ୍ସ ୦୧୯୨ ଟ୍ରକ୍‌ରେ ବାଲି ବୋଝେଇ କରି ଡ୍ରାଇଭର ନଵାବ ଖାନ ଲାଠିକଟାରେ ପହଞ୍ଚିଥିଲେ। ତାଙ୍କୁ କୋଇଡ଼ା ଯିବାର ଥିଲା କିନ୍ତୁ ଟାୟାର ପଙ୍କଚର ହେବାରୁ ସେ ଲାଠିକଟା ୧୪୩ ନଂ ଜାତୀୟ ରାଜପଥର ବଲାଣି ଛକ ନିକଟରେ ଟାୟାର ମରାମତି କରୁଥିଲେ। ଏହି ସମୟରେ ଓଡ଼ି ୧୪ ୱାଇ ୨୩୮୫ ଓ୍ବାଗନଆର୍‌ ହ୍ୟୁମାନ ରାଇଟସ୍‌ ଲେଖାଥିବା ଗାଡ଼ିରେ ଦୁଇ ଜଣ ବ୍ୟକ୍ତି ପହଞ୍ଚିଥିଲେ। ସେମାନେ ନିଜକୁ ମାଇନିଂ ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇ ଡ୍ରାଇଭର ନଵାବ ଖାନଙ୍କୁ ଧମକ ଚମକ ଦେଇ ଦୁଇ ଲକ୍ଷ ଟଙ୍କା ମାଗିବା ସହ ଟିପି ଛଡ଼ାଇନେଇଥିଲେ। ପରେ ସେମାନେ ନିଜକୁ ହ୍ୟୁମାନ ରାଇଟସ୍‌ର ସଦସ୍ୟ ବୋଲି କହିଥିଲେ। ଏ ସଂକ୍ରାନ୍ତରେ ଡ୍ରାଇଭର ତାଙ୍କ ମାଲିକଙ୍କ ଜଣାଇବା ସହ ଲାଠିକଟା ଥାନାକୁ ଜଣାଇଥିଲେ। ଲାଠିକଟା ପୁଲିସ ପହଞ୍ଚି ରାଉରକେଲା ମାଲଗୋଦାମ ବାସିନ୍ଦା ମହମ୍ମଦ ପରଭେଜ(୨୯) ଓ ମହମ୍ମଦ ସଇଦ(୨୬)ଙ୍କୁ ଗିରଫ କରିଥିଲେ। ମହମ୍ମଦ ପରଭେଜ ନାମରେ ପୂର୍ବରୁ ଅନ୍ୟ ଥାନାରେ ମାମଲା ରହିଥିବାବେଳେ ଉକ୍ତ ଗାଡ଼ିଟି ମଧ୍ୟ ପୂର୍ବରୁ ଏକ ଅପରାଧ କାର୍ଯ୍ୟରେ ବ୍ୟବହାର ହୋଇଥିଲା। ଉକ୍ତ ଗାଡ଼ି ଓ ଟିପିକୁ ଲାଠିକଟା ପୁଲିସ ଜବତ କରିଛନ୍ତି। ପୁଲିସ ଧାରା ୩୪୧/୩୯୨/୩୪ରେ ମକଦ୍ଦମା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button