ଦେଶ ବିଦେଶ

ପ୍ରସିଦ୍ଧ ଗାୟକ ରାସିଦ ଖାନଙ୍କ ପରଲୋକ – bajravana

[ad_1]

ନୂଆଦିଲ୍ଲୀ, ୧୦/୧ : ପ୍ରସିଦ୍ଧ ଗାୟକ ଓସ୍ତାଦ ରାସିଦ ଖାନଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ ଓ କୋଲକାତାରେ ତାଙ୍କର ଚିକିତ୍ସା ହେଉଥିଲା। କିଛି ଦିନ ହେଲା ଗୁରୁତର ଥିଲେ ଓ ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖା ଯାଇଥିଲା। ରାସିଦ ଖାନଙ୍କ ପରଲୋକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକଟ କରିଛନ୍ତି। ଗତମାସରେ ସେରେବ୍ରାଲ ଆଟାକ ପରେ ରାସିଦଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା। ସେ ପ୍ରାରମ୍ଭିକ ପର୍ଯ୍ୟାୟରେ ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ପ୍ରାରମ୍ଭିକ ସଙ୍ଗୀତ ପ୍ରଶିକ୍ଷଣ ତାଙ୍କ ଅଜା ନିଶାର ହୁସୈନ ଖାନଙ୍କଠାରୁ ଗ୍ରହଣ କରିଥିଲେ। ରାସିଦ ଓସ୍ତାଦ ରାମପୁର-ସହବାନ ଘରାନେର ଗାୟକ ଥିଲେ। ମାତ୍ର ୧୧ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ମଞ୍ଚ ପ୍ରସ୍ତୁତି ଦେଇଥିଲେ। ଓସ୍ତାଦ ରାସିଦ ଖାନ ଶାହିଦ କପୁର ଓ କରିନା କପୁରଙ୍କ ଫିଲ୍ମ ‘ଜବ ୱି ମେଟ୍’, ‘ମାଇଁ ନେମ ଇଜ୍ ଖାନ’, ‘ରାଜ-୩’, ‘ମଣ୍ଟୋ’ ଓ ‘ଶାଦି ମେଁ ଜରୁର ଆନା’ ଭଳି ଫିଲ୍ମରେ କଣ୍ଠଦାନ କରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button