ଓଡିଶା

ଧାନ ଖାଇଲେ ହାତୀପଲ; ଅଳ୍ପକେ ବର୍ତ୍ତିଲେ ରାତି ଜଗୁଆଳି – bajravana

[ad_1]

ଲାଠିକଟା: ସୁନ୍ଦରଗଡ଼ ଗୁରୁଣ୍ଡିଆ ବ୍ଲକ୍‌ ଅନ୍ତର୍ଗତ ବାଙ୍କି ଗ୍ରାମରେ ଗୁରୁବାର-ଶୁକ୍ରବାର ରାତିରେ ଏକ ହାତୀପଲ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ୨୪ଟିକିଆ ହାତୀପଲଟି ଦୁଇଦଳ ହୋଇ ଗୋଟିଏ ଦଳ ଗାଁ ଭିତରେ ପଶିଥିବାବେଳେ ଅନ୍ୟ ୬ଟିକିଆ ପଲଟି ବାଙ୍କି ଲ୍ୟାମ୍ପ୍‌ସ ପାଚେରି ଭାଙ୍ଗି ଭିତରେ ପଶିଥିଲେ। ସେଠାରେ ହାତୀପଲ ଗଦା ହୋଇଥିବା ପ୍ରାୟ ୧୪ ବସ୍ତା ଧାନ ଖାଇଥିଲେ। ଏହା ସହିତ ଧାନ ଘୋଡାଯାଇଥିବା ତାରପୋଲିନ ଓ ସେଠାରେ ଥିବା ଟେବୁଲ ଚେୟାର ଓ ଅନ୍ୟାନ୍ୟ ଆସବାବପତ୍ର ନଷ୍ଟ କରିଦେଇଥିଲେ।

ଲ୍ୟାମ୍ପ୍‌ସରେ ଥିବା ରାତି ଜଗୁଆଳି ମହାବୀର କିସପଟ୍ଟା ହାତୀପଲ ପାଚେରିଭାଙ୍ଗିବା ସମୟରେ ହିଁ କୌଶଳ କ୍ରମେ ଲ୍ୟାମ୍ପ୍‌ସ ଛାଡ଼ି ଗାଁ ଭିତରକୁ ଚାଲି ଯାଇ ରକ୍ଷା ପାଇଯାଇଥିଲେ। ହାତୀପଲ ମଧ୍ୟ ଉଦ୍ଧବ ଭୂମିଜଙ୍କର ସୋଲାର ପମ୍ପ ନଷ୍ଟ କରିବା ସହ ରାସ ମୋହନ ଭୂମିଜଙ୍କ ବାଡ଼ିରେ ପଶି ପନିପରିବା ଖାଇ ଦଳିଚକଟି ନଷ୍ଟ କରିଛନ୍ତି। ବନ କର୍ମଚାରୀ ଓ ଗ୍ରାମବାସୀ ମିଶି ଘଉଡ଼ାଇବାରୁ ହାତୀପଲ ଭୁଲତା ଗାଁ ନିକଟ ଜଂଗଲରେ  ରହିଛନ୍ତି। ପ୍ରାୟ ୧୫/୨୦ଦିନ ହେବ ବାଙ୍କ ଓ ଏହାର ଆଖପାଖ ଗାଁମାନଙ୍କରେ ଏହି ହାତୀପଲ ଉପଦ୍ରବ ଚଳାଇଛନ୍ତି। ବିଶେଷ କରି ଚାଷୀମାନଙ୍କ ବାଡ଼ିବଗିଚାର ପନିପରିବା ଖାଇ ଦେଉଥିବା ଯୋଗୁ ଚାଷୀମାନେ ମୁଣ୍ଡରେ ହାତ ଦେଲେଣି। ବନ ବିଭାଗ ହାତୀପଲଙ୍କ ଦାଉରୁ ରକ୍ଷା ପାଇଁ ସ୍ଥାୟୀ ପ୍ରତିକାର କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button