ଅପରାଧ

ଏସଆଇ ଚାକିରିର ଲୋଭ ଦେଖାଇ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଯୁବତୀ ଗିରଫ – bajravana

[ad_1]

ନୂଆଦିଲ୍ଲୀ: ରାଜସ୍ଥାନର ପେପର ଲିକ ମାମଲାରେ ପୁଲିସ ଜାଲୌରରୁ ଜଣେ ଯୁବତୀଙ୍କୁ ଗିରଫ କରିଛି। ଗିରଫ ଯୁବତୀଙ୍କ ନାମ ସଞ୍ଜୁ ପଟେଲ ଥିବା ଜଣାପଡ଼ିଛି। ଏହି ଯୁବତୀ ଜଣକ ଲୋକଙ୍କୁ ଏସଆଇ-ଆରଏଏସ କରାଇ ଦେବାର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ସଞ୍ଜୁ ପଟେଲଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ଯୋଦ୍ଧପୁର ଜାଲୌରରେ ରହୁଥିବା ସଞ୍ଜୁ ଓରଫ ସଣଗି ପଟେଲ ଜଣେ ବ୍ୟକ୍ତିଙ୍କୁ ଏସଆଇ ଆରଏଏସ ପଦରେ ନିଯୁକ୍ତି ଦେବାର ଲୋଭ ଦେଖାଇଥିଲେ। ଏଥିପାଇଁ ସଞ୍ଜୁ ଉକ୍ତ ବ୍ୟକ୍ତିଙ୍କ ଠାରୁ ୫୪ରୁ ୪୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ମାଗିଥି‌ଲେ। ଏହି ଘଟଣାକୁ କେନ୍ଦ୍ର କରି ସଞ୍ଜୁଙ୍କୁ ଗିରଫ କରିବା ପରେ ଏଥିରେ ଆଉ କେତେଜଣ ସମ୍ପୃକ୍ତ ଅଛନ୍ତି ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ପଚରାଉଚରା ପରେ ଅଭିଯୁକ୍ତ ସଞ୍ଜୁଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଏହି ଠକେଇ ମାମଲାରେ ସୁଖଦେବ ବି‌ଶ୍ନୋଇ ନାମକ ବ୍ୟକ୍ତି ବି ସାମିଲ ଥିବା ଜଣାପଡ଼ିଛି।

ଗିରଫ ସଞ୍ଜୁ ପଟେଲଙ୍କ ଇନଷ୍ଟାଗ୍ରାମରେ ୨ଲକ୍ଷରୁ ଅଧିକ ଅନୁଗାମୀ ରହିଛନ୍ତି।  କୁହାଯାଉଛି କି ୨୦୧୮ରେ ପଞ୍ଚାୟତିରାଜ ନିର୍ବାଚନରେ ସଞ୍ଜୁ ପଟେଲ ସରପଞ୍ଚ ପଦ ପାଇଁ ପ୍ରାର୍ଥୀ ବି ହୋଇଥିଲେ।

ସଞ୍ଜୁ ପଟେଲଙ୍କ ଭାଇ ବଗଦାରାମ କହିଛନ୍ତି, ‘୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ସଞ୍ଜୁ ପାଠପଢ଼ା ପାଇଁ ଯୋଦ୍ଧପୁରରେ ଥିଲେ। ସେଠାରୁ ପାଠପଢ଼ା ଶେଷ ହେବାପରେ ସେ ଘରେ ହିଁ ଅଛନ୍ତି। ତାଙ୍କୁ ଏଭଳି ମାମଲାରେ ଫସା ଯାଉଛି। କାରଣ ତାଙ୍କ ଆକାଉଣ୍ଟକୁ କୌଣସି ପ୍ରକାର ଟଙ୍କା ଆସିନାହିଁ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button