ମନୋରଞ୍ଜନ

ସାନ ପୁଅ ଅବରାମ ପାଇଁ ଏତେ ଟଙ୍କା ସ୍କୁଲ ଫି’ ଦେଉଛନ୍ତି ଶାହରୁଖ – bajravana

[ad_1]

ମୁମ୍ବାଇ: ଡିସେମ୍ବର ୨୧ରେ ମୁକ୍ତିଲାଭ କରିଥିଲା ବାଦଶାହ ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଡଙ୍କି’। ଫିଲ୍ମର ଟିଜର ଓ ଟ୍ରେଲର ଦର୍ଶକଙ୍କ ଉତ୍ସାହ ବଢ଼ାଇଥିବା ବେ‌ଳେ ମୁକ୍ତିଲାଭ ପରେ ଶାହରୁଖଙ୍କ ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳିଥିଲା। ଯଦି ଆମେ ୨୦୨୩ବର୍ଷକୁ ଦେଖିବା, ତେବେ ଶାହରୁଖଙ୍କ ୩ଟି ଫିଲ୍ମ ‘ପଠାନ୍’, ‘ଯବାନ’ ଓ ‘ଡଙ୍କି’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା। ଗତ କିଛି ବର୍ଷ ବ୍ୟବଧାନରେ ଶାହରୁଖ ପରଦାକୁ ଫେରିବା ପରେ ତାଙ୍କୁ ଦର୍ଶକଙ୍କ ଭଲପାଇବା ମିଳିଥିଲା।

ଯଦି ଶାହରୁଖଙ୍କ ବ୍ୟକ୍ତିଗତ ଜୀବନକୁ ଦେଖିବା ତେବେ ତାଙ୍କ ଝିଅ ସୁହାନା ଖାନ୍ ‘ଆର୍ଚିଜ୍’ ମାଧ୍ୟମରେ ଅଭିନୟରେ ଡେବ୍ୟୁ କରିସାରିଥିବା ବେଳେ ପୁଅ ଆରୟନ ଏବେ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହା ସହ ତାଙ୍କ ସାନ ପୁଅ ଅବରାମ ଖାନ୍ ଏବେ ସ୍କୁଲ ଯାଉଥିବା ଜଣାପଡ଼ିଛି। ଅବରାମ ମୁମ୍ବାଇର ବହୁ ପ୍ରତିଷ୍ଠିତ ବିଦ୍ୟାଳୟ, ଧୀରୁଭାଇ ଅମ୍ବାନୀ ଆନ୍ତର୍ଜାତୀୟ ବିଦ୍ୟାଳୟରେ ପଢ଼ୁଛନ୍ତି। ଅନେକ ଷ୍ଟାର କିଡ୍ ଏହି ସ୍କୁଲରେ ପଢ଼ୁଥିବା ଦେଖାଯାଇଛି। ତେବେ ଏହି ସ୍କୁଲରେ ପଢ଼ାଇବା ପାଇଁ ଶାହରୁଖ ମାସକୁ କେତେ ଟଙ୍କା ଦେଉଛନ୍ତି, ଆପଣ ଜାଣନ୍ତି କି?

ମିଳିଥିବା ସୂଚନା ମୁତାବକ, ଧୀରୁଭାଇ ଅମ୍ବାନୀ ଆନ୍ତର୍ଜାତୀୟ ବିଦ୍ୟାଳୟରେ ଏଲକେଜିଠାରୁ ଆରମ୍ଭ କରି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ମାସକୁ ୧.୭୦ଲକ୍ଷ ଟଙ୍କା ଦେବାକୁ ପଡେ। ସେହିଭଳି ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାସକୁ ୪.୪୮ଲକ୍ଷ ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ମାସକୁ ପ୍ରାୟ ୯.୬୫ଲକ୍ଷ ଟଙ୍କା ଦେବାକୁ ପଡେ। ବିଦ୍ୟାଳୟର ଏହି ଫି’ ଢ଼ାଞ୍ଚାକୁ ଦେଖିଲେ ଅବରାମଙ୍କ ମାସିକ ସ୍କୁଲ ଫି’ ୧.୭୦ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button