ଅପରାଧ

ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡ଼ିଥିବା ବ୍ୟକ୍ତିଙ୍କଠାରୁ ମୋବାଇଲ୍‌, ପର୍ସ ଲୁଟିନେଲେ ଲୋକେ – bajravana

[ad_1]

ଫତେହପୁର: ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରେ ଦେଖିବାକୁ ମିଳିିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ଆହତ ବ୍ୟକ୍ତି ରାସ୍ତା କଡ଼ରେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଲୋକ ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ସେମାନେ ତାଙ୍କୁ ଲୁଟ୍ କରୁଥିବାର ଦେଖିବାକୁ ମିଳିଛି। ଏହି ଘଟଣା ହେଉଛି ଖଗା କୋଟୱାଲି ଅଞ୍ଚଳର। ଏହି ଘଟଣାକୁ ଦେଖିବା ପରେ ମାନବିକତା ମରିଗଲା ପରି ମନେହେଉଛି।

କୋଟୱାଲି ଅଞ୍ଚଳର ଖଗା ସହରର ମୋହଲ୍ଲା ଚୌକ୍ ବଜାର ନିବାସୀ ବିରେନ୍ଦ୍ର ସିଂ (୪୫) ଗୁରୁବାର ଅପରାହ୍ନରେ ବାଇକ୍‌ରେ କାମ କରିବାକୁ ଫତେହପୁର ସହରକୁ ଯାଉଥିଲେ। ସେପଟେ କାନପୁର-ପ୍ରୟାଗରାଜ ରାଜପଥରେ ଆଧାରପୁର ଗ୍ରାମରେ ପହଞ୍ଚିବା ମାତ୍ରେ ଏକ ଗାଡ଼ି ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇ ରାସ୍ତା କଡ଼ରେ ପଡ଼ିଯାଇଥିଲେ। ଦୁର୍ଘଟଣାରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଯୁବକକୁ ସାହାଯ୍ୟ କରିବା ପରିବର୍ତ୍ତେ ଯାତ୍ରୀମାନେ ତାଙ୍କ ନିକଟରୁ ମୋବାଇଲ୍‌, ଟଙ୍କା ଆଦି ଲୁଟି ନେଇଛନ୍ତି।

ସୂଚନାରୁ ପ୍ରକାଶ ଯେ ଆହତ ବ୍ୟକ୍ତିଙ୍କ ନିକଟରେ ୧୯ ହଜାର ଟଙ୍କା ଥିଲା। ଏହା ସହିତ ତାଙ୍କ ନିକଟରେ ଥିବା ଏକ ଫୋନ୍‌କୁ ବି ସେମାନେ ଲୁଟି ନେଇ ଯାଇଥିଲେ।

ସଡ଼କ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କ ପରିବାର ଲୋକଙ୍କୁ ସୂଚନା ଦେଇ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲା। ଏଠାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କ ଅବସ୍ଥା ଗୁରୁତର ଥିବା ଦେଖି ତାଙ୍କୁ କାନପୁରକୁ ପଠାଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button