ମନୋରଞ୍ଜନ

ସେଲିବ୍ରିଟିମାନେ ବ୍ୟକ୍ତିଗତସଂପର୍କକୁ ଲୁଚାଇ ରଖିବା ବହୁତ କଷ୍ଟକର – bajravana

[ad_1]

ସେଲିବ୍ରିଟିମାନଙ୍କ ଜୀବନ ସର୍ବଦା ଲୋକଙ୍କ ନଜରରେ ଥାଏ। ତେଣୁ ନିଜର ବ୍ୟକ୍ତିଗତ ଜୀବନକୁ ଆଗେଇନେବା ଭାରି କଷ୍ଟକର ବୋଲି କହିଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ସେ ସମ୍ପ୍ରତି ଅଭିନେତା ଆଦିତ୍ୟ ରୟ କପୁରଙ୍କ ସହ ପ୍ରେମ ସମ୍ପର୍କରେ ରହିଥିବା କଥା ଖୁବ୍‌ ଚର୍ଚ୍ଚା ହେଉଥିବା ବେଳେ ସାମାଜିକ ଗଣମାଧ୍ୟମ ଯୁଗରେ ନିଜର ପ୍ରେମ ଜୀବନକୁ ଗୋପନ ରଖିବା ସମ୍ଭବପର ନୁହେଁ ବୋଲି ଅନନ୍ୟା ସ୍ବୀକାର କରିଛନ୍ତି। ଅଣସେଲିବ୍ରିଟିମାନଙ୍କ ସହ ନିଜ ଜୀବନକୁ ସେ ତୁଳନା କରି କହିଛନ୍ତି ଯେ ଜଣେ ସେଲିବ୍ରିଟିଙ୍କ ଜୀବନକୁ ଅନେକ ଲୋକ ନିରୀକ୍ଷଣ କରନ୍ତି ଏବଂ ସେ ନେଇ ବିଚାର ଓ ମତାମତ ପ୍ରକାଶ କରନ୍ତି। ତେଣୁ ଜୀବନରେ କୌଣସି ନୂଆ କଥା କରିବା କଷ୍ଟକର। ତା’ ଉପରେ ଲୋକଙ୍କ ଆଶାର ଚାପ।

ମାତ୍ର ଅନନ୍ୟା କୌଣସି କଥା ଗୋପନ ରଖିବାକୁ ଚାହାନ୍ତି ନାହିଁ ଏବଂ ତାଙ୍କର ଖୁସି ମୁହୂର୍ତ୍ତ ବାବଦରେ ଅନ୍ୟମାନେ ଜାଣିଗଲେ ସେ ଆଦୌ ବିଚଳିତ ନୁହନ୍ତି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଆଦିତ୍ୟଙ୍କ ସହ ସେ ଛୁଟି କଟାଉଥିବାର ଫଟୋ ପ୍ରଚାରିତ ହେବା ପରେ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ଖୁବ୍‌ ଚର୍ଚ୍ଚା ହୋଇଥିଲା। ତାହା ପରେ ବିଭିନ୍ନ ସାମାଜିକ ସମାବେଶରେ ସେମାନଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ତେବେ ସେମାନଙ୍କ ପ୍ରେମସମ୍ପର୍କ ବିଷୟରେ ଗଣମାଧ୍ୟମରେ କେହି ମୁହଁ ଖୋଲିନଥିବା ବେଳେ ନିକଟରେ ଟିଭି କାର୍ଯ୍ୟକ୍ରମ ‘କଫି ୱିଥ୍‌ କରଣ’ରେ ଅନନ୍ୟା ତାହାକୁ ସ୍ବୀକାର କରିଥିଲେ। ଅନନ୍ୟାଙ୍କୁ ଶେଷ ଥର ପାଇଁ ହିନ୍ଦୀ ଫିଲ୍ମ ‘ଡ୍ରିମ୍‌ ଗାର୍ଲ ୨’ରେ ଦେଖିବାକୁ ମିଳିଥିଲା। ଆଜି ଓଟିଟି ମଞ୍ଚରେ ତାଙ୍କର ଫିଲ୍ମ ‘ଖୋ ଗୟେ ହମ୍‌ କହାଁ’ ମୁକ୍ତିଲାଭ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button