ନିଜ ବାହାଘରରେ ବାପା ଚାହୁଁନଥିବା କାମ କଲେ ସଲ୍ମାନଙ୍କ ଭାଇ ଅରବାଜ ଖାନ୍ – bajravana
[ad_1]
ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ପ୍ରଡ୍ୟୁସର ଅରବାଜ ଖାନ ଏବଂ ମେକଅପ୍ ଆର୍ଟିଷ୍ଟ ଶୁରା ଖାନ ଶେଷରେ ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବହୁଦିନରୁ ସେମାନଙ୍କ ମଧ୍ୟରେ ଡେଟିଂ ଚାଲିଥିଲା। ଅରବାଜଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ଘରେ ଏହି ଦମ୍ପତି ନିରାଡ଼ମ୍ବର ଭାବରେ ବିବାହ କରିଛନ୍ତି। ବିବାହରେ କେବଳ ଘନିଷ୍ଠ ବନ୍ଧୁ ଓ ପରିବାର ଲୋକେ ଉପସ୍ଥିତ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ଅରବାଜ ଖାନ ତାଙ୍କ ବିବାହର ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ତାଙ୍କ ପତ୍ନୀ ଶୁରାଙ୍କୁ ଏକ ଗୀତ ଉତ୍ସର୍ଗ କରି ଗାଇଥିବାର ନଜର ଆସିଛନ୍ତି। ଅରବାଜ ଖାନ ଭାଇ ସଲମାନ ଖାନ୍ଙ୍କ ‘ଦବଙ୍ଗ’ ଚଳଚ୍ଚିତ୍ରର ‘ତେରେ ମସ୍ତ ମସ୍ତ ଦୋ ନୈନ୍’ ଗୀତ ଗାଉଥିଲେ ଏବଂ ଶୁରା ତଳେ ଠିଆ ହୋଇଥିଲେ। ତାଙ୍କ ଗୀତକୁ ସମସ୍ତ ଅତିଥି ଉପଭୋଗ କରୁଥିଲେ।
ଡିସେମ୍ବର ୨୮ ତାରିଖରେ ଅରବାଜ ଏହି ଭିିଡିଓକୁ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ସେଠାରେ ଉପସ୍ଥିତ ସମସ୍ତେ ଅରବାଜଙ୍କ ପାଇଁ ଖୁସି ଥିବା ଦେଖିବାକୁ ମିଳିଛି। ଅରବାଜ କ୍ୟାପସନରେ ଲେଖିଛନ୍ତି, ‘‘ଆଶ୍ଚର୍ଯ୍ୟର କଥା ଯେ ମୋ ବାପା ଚାହୁଁଥିଲେ ଯେ ମୁଁ ଜଣେ ଗାୟକ ବଦଳରେ କ୍ରିକେଟର ହୁଏ ବୋଲି।’’
ଅରବାଜ ତାଙ୍କର ନୂଆ ଫିଲ୍ମ ‘ପଟନା ଶୁକ୍ଳା’ର ସୁଟିଂ ସମୟରେ ଶୁରାଙ୍କୁ ଭେଟିଥିଲେ। ଅଭିନେତା ପୂର୍ବରୁ ମଲାଇକା ଆରୋଡ଼ାଙ୍କୁ ବିବାହ କରିଥିଲେ। ମାର୍ଚ୍ଚ ୨୦୧୬ରେ ସେମାନେ ବିଚ୍ଛେଦ ଘୋଷଣା କରିଥିଲେ ଏବଂ ୨୦୧୭ ମେ ୧୧ ତାରିଖରେ ସେମାନଙ୍କର ଆନୁଷ୍ଠାନିକ ବିବାହବିଚ୍ଛେଦ ହୋଇଥିଲା। ୧୯ ବର୍ଷ ତଳେ ୧୯୯୮ ମସିହାରେ ସେମାନଙ୍କର ବିବାହ ହୋଇଥିଲା। ଅନ୍ୟ ପକ୍ଷରେ ଶୁରାଙ୍କ ଇନଷ୍ଟାଗ୍ରାମ ତଥ୍ୟ ଅନୁଯାୟୀ ସେ ବଲିଉଡ୍ର ଜଣେ ମେକ୍-ଅପ୍ ଆର୍ଟିଷ୍ଟ ଏବଂ ରବିନା ଟଣ୍ଡନ ଓ ତାଙ୍କ ଝିଅ ରାଶାଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିଛନ୍ତି।
[ad_2]