ମନୋରଞ୍ଜନ

ଫିଲ୍ମ ‘ହାଇଦର’ ପାଇଁ ଏହି କାରଣରୁ କୌଣସି ପାରିଶ୍ରମିକ ନେଇନଥିଲେ ଶାହିଦ୍ – bajravana

[ad_1]

ମୁମ୍ବାଇ: ୨୦ବର୍ଷ ଧରି ବଲିଉଡରେ ସକ୍ରିୟ ରହିଥିବା ଅଭିନେତା ଶାହିଦ କପୁର ଏବେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ। ବିଗତ କିଛି ବର୍ଷ ମଧ୍ୟରେ ସେ ଲଗାତାର ହିଟ୍ ପ‌ରେ ହିଟ୍ ଫିଲ୍ମ ଦେଇ ନିଜକୁ ପ୍ରମାଣ କରିବା ସହ ନିଜର ଚାହିଦା ବଢ଼ାଇଛନ୍ତି। ‘ହାଇଦର’, ‘କବୀର ସିଂହ’, ‘କମିନେ’ ଭଳି ଫିଲ୍ମରେ କାମ କରିଥିବା ଶାହିଦ୍ ଫିଲ୍ମ ‘ହାଇଦର’ ପାଇଁ କୌଣସି ପାରିଶ୍ରମିକ ନେଇନଥିବା କହିଛନ୍ତି। ଫିଲ୍ମ ନିର୍ମାତା ତାଙ୍କୁ ପାରିଶ୍ରମିକ ଦେବାକୁ ଅସମର୍ଥ ଥିବାରୁ ଶାହିଦ୍ ପାରିଶ୍ରମିକ ନେଇନଥିବା କହିଛନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି, “ସେମାନେ ମୋତେ ଟଙ୍କା ଦେବାକୁ ଅସମର୍ଥ ବୋଲି କହିଥିଲେ। ସେମାନେ କହିଥିଲେ ଯଦି ତୁମକୁ ପାରିଶ୍ରମିକ ଦେବୁ, ତେବେ ଫିଲ୍ମର ବଜେଟ୍ ମଞ୍ଜୁର ହେବ ନାହିଁ। କାରଣ ଫିଲ୍ମକୁ ପରୀକ୍ଷାମୂଳକ ଭାବେ କରାଯାଉଥିଲା। ନିର୍ମାତା ପ୍ରକୃତରେ ଜାଣି ନଥିଲେ କି ଫିଲ୍ମକୁ ଦର୍ଶକ କିଭଳି ଗ୍ରହଣ କରିବେ। ହେଲେ ଏହାର କାହାଣୀ ଲୋକଙ୍କ ସାମ୍ନାକୁ ଆସିବା ଜରୁରୀ ଥିଲା। ତେଣୁ ମୁଁ ଫିଲ୍ମକୁ ବିନା ପାରିଶ୍ରମିକରେ କରିବାକୁ ନିଷ୍ପତ୍ତି ନେଇଥିଲି।’

‘ହାଇଦର’ ଅପେକ୍ଷା ଅନ୍ୟ କୌଣସି ଫିଲ୍ମ ମାଗଣାରେ କରିଛନ୍ତି କି ବୋଲି ପ୍ରଶ୍ନ କରାଯିବାରୁ ଶାହିଦ୍ କହିଥିଲେ, ନାଁ। କେବଳ ‘ହାଇଦର’ ପାଇଁ ମୁଁ ପାରିଶ୍ରମିକ ନେଇନଥିଲି। ମୋତେ ମୋର ଘର ବି ଚଳାଇବାର ଅଛି। ଯଦି ପାରିଶ୍ରମିକ ନେବିନି ତା’ହେଲେ ଘର ଚଳାଇବି କେମିତି? ଏଭଳି କହି ସେ ହସିବାକୁ ଲାଗିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button