ଅପରାଧ

ପୁଲିସକୁ ଆକ୍ରମଣ ମହଙ୍ଗା ପଡ଼ିଲା: ବନ୍ଧାହେଲେ ଅଭିନେତା – bajravana

[ad_1]

ଭୁବନେଶ୍ବର: ବ୍ଲକିଂ ବେଳେ ପୁଲିସକୁ ଆକ୍ରମଣ ଅଭିନେତାଙ୍କୁ ମହଙ୍ଗା ପଡ଼ିଛି। ଏଭଳି ଘଟଣା ଘଟିଛି ଭରତପୁର ଥାନା ଷ୍ଟୁଡିଓ ଛକ ନିକଟରେ। ଘଟଣାରେ ପୁଲିସ ଅଭିନେତା ବିରଞ୍ଚି ନାରାୟଣ ନାୟକ(୩୭)ଙ୍କୁ ଗିରଫ କରିଛି। ରବିବାର ରାତି ପ୍ରାୟ ସାଢ଼େ ୧ଟା ହେବ। ଖ୍ରୀଷ୍ଟମାସ ପାଳନ ପାଇଁ ସାରା ସହର ଉତ୍ସବମୁଖର ଥିବାରୁ ବିଳମ୍ବିତ ରାତି ଯେଭଳି କୌଣସି ପ୍ରକାର ଅଘଟଣ ନଘଟେ ସେଥିପାଇଁ କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ବିଭିନ୍ନ ସ୍ଥାନରେ ବ୍ଲକିଂ ଚେକିଂ ଚାଲିଥାଏ। ଭରତପୁର ଷ୍ଟୁଡିଓ ଛକ ନିକଟରେ ପୁଲିସ ଚେକିଂ କରୁଥିବା ବେ‌ଳେ ରେଣ୍ଟାଲ୍ ଛକ ପଟୁ କାର୍‌ରେ ଆସୁଥିବା ବିରଞ୍ଚିଙ୍କୁ ପୁଲିସ ଚେକିଂ ପାଇଁ ଅଟକାଇଥିଲା। ଯାଞ୍ଚ ପାଇଁ କାର୍‌ ଡୋର ଖୋଲିବାକୁ କହିଥିଲେ।

ସେ ନା ଡୋର ଖୋଲିଥିଲେ ନା କାର୍‌ରୁ ବାହାରକୁ ଆସିଥିଲେ। ପୁଲିସ କର୍ମଚାରୀ ବାରମ୍ବାର କହିବା ପରେ ମଧ୍ୟ ସହଯୋଗ କରିନଥିଲେ। ବହୁ ସମୟ ଏଭଳି ଅଟକି ରହିବା ପରେ କାର୍‌ରୁ ବାହାରି ପୁଲିସକୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ମଝିରାସ୍ତାରେ ଏଭଳି ଉତ୍ପାତ ଯୋଗୁଁ ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଥିଲା। ବହୁ ସମୟ କସରତ ପରେ ପୁଲିସ କର୍ମଚାରୀ ତାଙ୍କୁ କାବୁ କରିଥିଲେ। ପରେ ତାଙ୍କୁ ଥାନାକୁ ନେଇ ପଚରା ଉଚରା କରିଥିଲେ। ସେଠାରେ ମଧ୍ୟ ସେ ଉତ୍ପାତ କରିଥିଲେ। ଏନେଇ ଭରତପୁର ଥାନା ପୁଲିସ ଏକ ମାମଲା ରୁଜୁକରି ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button