ଓଡିଶା

ବାଇକକୁ ଧକ୍କା ଦେଇ ମାଡ଼ିଗଲା ଟ୍ରକ୍‌: ଭାଇ ଆଖି ଆଗରେ ଚାଲିଗଲା ଭଉଣୀର ଜୀବନ – bajravana

[ad_1]

ସୁନ୍ଦରଗଡ଼: ବାଇକକୁ ପଛରୁ ଧକ୍କା ଦେଇ ମାଡ଼ିଗଲା ଟ୍ରକ। ଭାଇ ଆଖି ଆଗରେ ଭଉଣୀଙ୍କ ଶୋଚନୀୟ ମୃତ୍ୟୁ। ମୃତା ହେଲେ ବଡ଼ଗାଁ ଥାନା ଜରଙ୍ଗଲୋଇ କୁଲବା ଗାଁର ରୀନା ବେହେରା। ଘଟଣାଟି ସୋମବାର ଅପରାହ୍ନ ୫ଟାରେ ସଦରଥାନା ବିଜୁ ଏକ୍ସପ୍ରେସ ୱେ କରମଡିହି ସର୍ଭିସ ରାସ୍ତାରେ।

ସୂଚନାକ୍ରମେ, କରମଡିହି ଓଭରବ୍ରିଜ ଉପରେ ମରାମତି କାମ ଚାଲୁଥିବାରୁ ଭାରୀଯାନ ସହ ଅନ୍ୟ ଯାନବାହନ ତଳେ ସର୍ଭିସ ରାସ୍ତାରେ ଯାତାୟତ କରୁଥିଲେ। ଏହି ସମୟରେ କୁଲବା ଗାଁର ରୀନା ବେହେରା ନିଜ ଭାଇ ସହ ବାଇକ (ଓଡି୧୬ ଏଲ- ୩୧୩୬)ରେ ସୁନ୍ଦରଗଡ଼ରୁ ଫେରୁଥିବାବେଳେ ପଛରୁ ଏକ ଟ୍ରକ (ଓଡି-୧୬ ଡି ୭୬୭୫) ଧକ୍କା ଦେଇଥିଲା। ଯୁବତୀ ରୀନା ବାଇକରୁ ଖସି ପଡ଼ୁପଡ଼ୁ ଟ୍ରକ ତାଙ୍କ ଉପରକୁ ମାଡ଼ି ଯାଇଥିଲା। ଭାଇ କିଛି ବୁଝିବା ପୂର୍ବରୁ ରୀନାଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇଥିଲ। ତେବେ ଭାଇର କିଛି ହୋଇ ନଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଟ୍ରକକୁ ଅଟକ ରଖି ସଦରଥାନାକୁ ସୂଚୀତ କରିଥିଲେ।

ପୁଲିସ ଆସି ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି। ଏହା ସହ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button