ଖେଳ ଖବର

୨୦୨୨ରେ ଥିଲା ମାତ୍ର ୪୫କୋଟି, ଏବେ ଏତେ କୋଟିର ମାଲିକ ସାମି – bajravana

[ad_1]

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳକୁ ଆଇସିସି ବିଶ୍ୱକପ୍ ୨୦୨୩ର ଫାଇନାଲକୁ ନେବାରେ ମହମ୍ମଦ ସାମି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସାମି ୭ଇନିଂସରେ ସର୍ବାଧିକ ୨୪ଟି ୱିକେଟ୍ ନେଇଥିଲେ। ଟିମ୍ ଇଣ୍ଡିଆ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରିଥିଲେ ବି ନିଜ ପ୍ରଦର୍ଶନ ପାଇଁ ଚର୍ଚ୍ଚାକୁ ଆସିଥିଲେ ସାମି। ହେଲେ ଗତ କିଛି ବର୍ଷ ହେବ ସାମି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥିଲେ। ପତ୍ନୀଙ୍କ ସହ ବିବଦା ତାଙ୍କୁ ବିବାଦୀୟ କରିଥିଲା।

‌ତେବେ ବିଶ୍ବକପରେ ତାଙ୍କ ପ୍ରଦର୍ଶନ ପୁଣି ଥରେ ତାଙ୍କ ଭାଗ୍ୟ ଚମକାଇଛି। ଆପଣ ଜାଣନ୍ତି କି ଏହି ଷ୍ଟାର କ୍ରିକେଟର କେତେ କୋଟି ଟଙ୍କାର ମାଲିକ ଅଟନ୍ତି। ମହମ୍ମଦ ସାମି ବିଳାସପୂର୍ଣ୍ଣ କାର କିଣିବାକୁ ଭଲ ପାଆନ୍ତି ଏବଂ ତାଙ୍କର ସମ୍ପତ୍ତି କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ଗଣମାଧ୍ୟମ ଅନୁଯାୟୀ, ମହମ୍ମଦ ସାମିଙ୍କ ଏବେ ପ୍ରାୟ ୫୫କୋଟି ଟଙ୍କାର ମାଲିକ ଅଟନ୍ତି। ୨୦୨୨ମସିହାରେ ସେ ପ୍ରାୟ ୪୫କୋଟି ଟଙ୍କାର ମାଲିକ ଥିବା ବେଳେ ଗୋଟାଏ ବର୍ଷ ମଧ୍ୟରେ ତାଙ୍କର ସମ୍ପତ୍ତି ବଢ଼ିଥିବା ଦେଖାଯାଇଛି। ସାମିଙ୍କ ବାର୍ଷିକ ଆୟ ୮କୋଟିରୁ ଅଧିକ ହୋଇଥିବାବେଳେ ଭଲ ପ୍ରଦର୍ଶନ ପାଇଁ ଏବେ ତାଙ୍କର ଆୟ ବଢ଼ିବ ବୋଲି ଜଣାପଡ଼ିଛି।

ଦିଲ୍ଲୀଠାରୁ ପ୍ରାୟ ୧୬୦କିଲୋମିଟର ଦୂରରେ ଥିବା ଅମ୍ରୋଆର ସହସପୁର ଗାଁରେ ଜନ୍ମଗ୍ରହଣ କରିଥିବା ମହମ୍ମଦ ସାମିଙ୍କର ଏକ ବଡ ଫାର୍ମହାଉସ ମଧ୍ୟ ଅଛି। ସାମି ଏହି ଫାର୍ମହାଉସର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫାର୍ମ ହାଉସର ନାମ ସେ ତାଙ୍କ ପତ୍ନୀ ହସିନ ଜାହାନଙ୍କ ନାମରେ ନାମିତ କରିଛନ୍ତି। ସାମିଙ୍କ ଫାର୍ମହାଉସର ନାମ ରହିଛି ‘ହସିନ୍’। ତେବେ ସାମି ବର୍ତ୍ତମାନ ହସିନ ଜାହାନଙ୍କଠାରୁ ଅଲଗା ରହୁଛନ୍ତି। ହସିନ ଜାହାନ ସାମିଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button