ଖେଳ ଖବର

ଦକ୍ଷିଣ ଆଫ୍ରିକାରୁ ଭାରତ ନୁହେଁ ଲଣ୍ଡନ ଯାଇଥିଲେ ବିରାଟ, ପୂର୍ବରୁ ଥିଲା ଯୋଜନା – bajravana

[ad_1]

ନୂଆଦିଲ୍ଲୀ: ଡିସେମ୍ବର ୨୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଥିବା ବେଳେ କ୍ରିକେଟର ବିରାଟ କୋହଲି ଭାରତ ଫେରିଥିବା ଖବର ଆସିଥିଲା। ପରିବାରରେ କିଛି ସମସ୍ୟା ଥିବାରୁ ସେ ଭାରତ ଫେରିଥିଲେ ବୋଲି କୁହାଯାଉଥିଲା। ହେଲେ ଏବେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି। ବିରାଟ ଭାରତ ନୁହେଁ ବରଂ ଲଣ୍ଡନ ଯାଇଥିଲେ ବୋଲି ଜଣାପଡ଼ିଛି। ହଠାତ୍ ନୁହେଁ ଏହି ଯାତ୍ରାକୁ ନେଇ ବିରାଟ ପୂର୍ବରୁ ଯୋଜନା କରିଥିଲେ ବୋଲି ସାମ୍ନାକୁ ଆସିଛି।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବିରାଟ କୋହଲିଙ୍କୁ ଇନଟ୍ରା ସ୍କ୍ୱାଡ୍ ମ୍ୟାଚ୍ ଖେଳିବାର ନଥିଲା। ଦଳ ପରିଚାଳନା ତାଙ୍କ ଯୋଜନା ଏବଂ କାର୍ଯ୍ୟସୂଚୀ ବିଷୟରେ ଅବଗତ ଥିଲା। ବିରାଟ କୋହଲି ତାଙ୍କର ସବୁ କାମକୁ ପୂର୍ବରୁ ଯୋଜନା କରନ୍ତି। ତାଙ୍କର ଲଣ୍ଡନ ଯାତ୍ରା ବିଷୟରେ ବିସିସିଆଇକୁ ପୂର୍ବରୁ ଜଣାଇଥିଲେ ବିରାଟ। କୋହଲି ଡିସେମ୍ବର ୧୫ରେ ଭାରତରୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଥିଲେ। ଏହା ପରେ ସେ ଡିସେମ୍ବର ୧୯ରେ ଲଣ୍ଡନ ଯାଇଥିଲେ। ସେଠାକୁ ଯିବା ପୂର୍ବରୁ ସେ ୩-୪ଟି ଟ୍ରେନିଂ ସେସନରେ ମଧ୍ୟ ଭାଗ ନେଇଥିଲେ। କିଛି ଦିନ ଲଣ୍ଡନରେ ରହିବା ପରେ ସେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଫେରିଛନ୍ତି।

ତେବେ ବିରାଟ ଭାରତ ଫେରିବା ଖବର ଆସିବା ପରେ ପତ୍ନୀ ଅନୁଷ୍କା ଶର୍ମାଙ୍କ ପାଇଁ ସେ ଭାରତ ଆସିଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା। ଅନୁଷ୍କା ଦ୍ବିତୀୟ ଥର ଗର୍ଭବତୀ ଥିବା ନେଇ କିଛି ମାସ ହେଲା ଚର୍ଚ୍ଚା ହେଉଥିବା ବେଳେ ଏହି କ‌ାରଣରୁ ବିରାଟ ଭାରତ ଆସିଥାଇ ପାରନ୍ତି ବୋଲି ସୋସିଆଲ ମିଡିଆ ବ୍ୟବହାରକାରୀ ଆଲୋଚନା କରୁଥିଲେ। ହେଲେ ଏବେ ବିରାଟ ଭାରତ ନୁହେଁ ବରଂ ଲଣ୍ଡନ ଯାଇଥିବା ସାମ୍ନାକୁ ଆସିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button