ଆଇପିଏଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ମିଳିଲା ଖୁସି ଖବର, ଖେଳିବେ ପାଣ୍ଡ୍ୟା – bajravana
[ad_1]
ନୂଆଦିଲ୍ଲୀ: ଆଇପିଏଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ମିଳିଲା ଖୁସି ଖବର। ଗୋଡଗଣ୍ଠିରେ ଆଘାତ ପାଇଁ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେନି ବୋଲି କୁହାଯାଉଥିବା ବେଳେ ଏବେ ସେ ଖେଳିବା ନେଇ ସୂଚନା ମିଳିଛି। ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆ ଏହି ଖବର ରିପୋର୍ଟ କରିଛି। ଟାଇମ୍ସ ଅଫ୍ ଇଣ୍ଡିଆ ମୁତାବକ, ପାଣ୍ଡ୍ୟାଙ୍କ ଗୋଡରେ ଲାଗିଥିବା ଆଘାତ ସମ୍ପୂର୍ଣ୍ଣ ଭଲ ହୋଇଯାଇଛି ଏବଂ ସେ ପ୍ରତିଦିନ ଟ୍ରେନିଂ ନେଉଛନ୍ତି। ଏବେ ସେ ସଂପୂର୍ଣ୍ଣ ଫିଟ୍।
Sambad is now on WhatsApp
Join and get latest news updates delivered to you via WhatsApp
ଗୁଜରାଟ ଟାଇଟନ୍ସଠାରୁ, ମୁମ୍ବାଇ ଇଣ୍ଡିଆନ୍ସ କିଣିବା ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କ ସ୍ଥାନ ନେଇଥିଲେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ହାର୍ଦ୍ଦିକଙ୍କ ପୂର୍ବରୁ ଦଳର ଅଧିନାୟକତ୍ବ ରୋହିତ୍ ଶର୍ମା କରୁଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକଙ୍କୁ କିଣିବା ପରେ ତାଙ୍କୁ ଅଧିନାୟକ ଘୋଷଣା କରିଥିଲା। ହାର୍ଦ୍ଦିକଙ୍କ ଅଧିନାୟକତ୍ବରେ ଦଳ ଆଇପିଏଲ ୨୦୨୪ରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଥିବା ବେଳେ ହାର୍ଦ୍ଦିକ ଆଇପିଏଲ ୨୦୨୪ ଖେଳିବେ ନାହିଁ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଅକ୍ଟୋବରରେ ପୁଣେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଦିନିକିଆ କ୍ରିକେଟ୍ ମ୍ୟାଚ୍ରେ ୩୦ ବର୍ଷିୟ ଅଲ୍ରାଉଣ୍ଡର୍ ପାଣ୍ଡ୍ୟା ଆହତ ହୋଇଥିଲେ। ସେଦିନ ଖେଳରେ ତାଙ୍କର ପ୍ରଥମ ଓଭର୍ରେ ଅଧା ବେଳକୁ ତାଙ୍କ ଗୋଡଗଣ୍ଠି ମୋଡ଼ି ହୋଇଯିବାରୁ ସେ ତଳେ କଚାଡ଼ି ହୋଇ ପଡ଼ିଯାଇଥିଲେ। ତାଙ୍କ ଗୋଡ଼ରେ ଗୁଡ଼ାଏ ପଟି ଗୁଡ଼ାଯିବା ପରେ ସେ ଠିଆ ହୋଇଥିଲେ। କିନ୍ତୁ, ଆଉ ବୋଲିଙ୍ଗ୍ କରି ପାରିନଥିଲେ । ତାଙ୍କ ପରିବର୍ତ୍ତେ ସେ ଓଭର୍ର ବାକି ୩ଟି ବଲ୍ ବୋଲିଙ୍ଗ୍ କରିଥିଲେ ବିରାଟ କୋହ୍ଲି। ଏହା ପରେ ତାଙ୍କ ଆଘାତ ଭଲ ନହେବାରୁ ସେ ବିଶ୍ବକପ ୨୦୨୩ ମଧ୍ୟ ଖେଳିପାରିନଥିଲେ।
[ad_2]