ଓଡିଶା

ଦୁଇ ରେଳ କର୍ମଚାରୀଙ୍କ ଘରୁ ଚୋରି – bajravana

[ad_1]

ବନ୍ଧମୁଣ୍ଡା: ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ‘ସି’ ସେକ୍ଟରର ଦୁଇଜଣ ରେଳ କର୍ମଚାରୀଙ୍କ ଘରୁ ଗତକାଲି ରାତିରେ ଚୋରି ହୋଇଛି। ଏ ନେଇ ବନ୍ଧମୁଣ୍ଡା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପରିବାରଦ୍ବୟ ବାହାଘର ଭୋଜିକୁ ଯାଇଥିବାବେଳେ ଚୋରମାନେ ଟାର୍ଗେଟ୍‌କରି ଘରେ କଳାକନା ବୁଲାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବନ୍ଧମୁଣ୍ଡା ଅଞ୍ଚଳର ସି-ସେକ୍ଟର ରେଳବାଇ କଲୋନିର କ୍ୱାର୍ଟର୍ସ ନମ୍ବର ୨୩୬ରେ ସୀମାଦେବୀଙ୍କ ପରିବାର ରହନ୍ତି। ତିନିଦିନ ତଳେ ସୀମାଦେବୀଙ୍କ ପୁଅର ବିବାହ ହେଇଛି। ଗତକାଲି ତା’ର ଭୋଜି ବନ୍ଧମୁଣ୍ଡାର ‘ବି’ ସେକ୍ଟରସ୍ଥ ରେଳବାଇ ଇନ୍‌ଷ୍ଟିଚ୍ୟୁଟ୍‌ରେ ଆୟୋଜିତ ହୋଇଥିଲା। ସେଥିପାଇଁ ସୀମାଦେବୀଙ୍କ ପରିବାରର ସମସ୍ତେ ସୋମବାର ସନ୍ଧ୍ୟାରୁ ସେଠାରେ ଉପସ୍ଥିତ ଥିଲେ। ଏହାର ଫାଇଦା ଉଠାଇ ଚୋରମାନେ ସୀମାଦେବୀଙ୍କ ଘରର ସାମ୍ନା କବାଟ ଭାଙ୍ଗି ଘରେ ପଶିଥିଲେ।

ଦୁର୍ବୃତ୍ତମାନେ ଆଲମିରା ଭାଙ୍ଗି ନଗଦଟଙ୍କା ଓ ଗହଣା ଚୋରି କରିନେଇଥିଲେ। ଏହାପରେ ଚୋରମାନେ ସୀମାଦେବୀଙ୍କ ଘର ସମ୍ମୁଖରେ କ୍ୱାର୍ଟର୍ସ ନମ୍ବର ୨୦୯ରେ ରହୁଥିବା ପି.କେ ମହତୋଙ୍କ ଘରକୁ ମଧ୍ୟ ଟାର୍ଗେଟ୍‌ କରିଥିଲେ। ମହାତୋ ପରିବାର ଭୋଜି ଖାଇବାକୁ ଯାଇଥଇବା ସୁଯୋଗରେ ଚୋରମାନେ ଘରର କବାଟ ଭାଙ୍ଗି ଘରେ ପଶିଥିଲେ। ସେଠାରେ ମଧ୍ୟ ଚୋରମାନେ ଘର ଭିତରେ ଥିବା ଆଲମିରା ଭାଙ୍ଗି ଦୁଇଟି ହୀରା ଓ ସୁନାଗହଣା, ନଗଦଟଙ୍କା ଚୋରି କରିଥିଲେ। ବିଳମ୍ବିତ ରାତିରେ ଭୋଜିରୁ ଫେରିବା ପରେ ଉଭୟ ପରିବାର ଘରର କବାଟ ଖୋଲାଥିବା ଦେଖିବାକୁ ପାଇଥିଲେ। ଭିତରକୁ ପଶିବା ପରେ ଚୋରି ହୋଇଥିବା ଜାଣଇବାକୁ ପାଇଥିଲେ। ଉଭୟ ଘରମାଲିକ ସୀମାଦେବୀ ଓ ଶ୍ରୀ ମହାତୋ ବନ୍ଧମୁଣ୍ଡା ଥାନାରେ ଏହି ଚୋରି ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରିବା ସହିତ ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରିରଖିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button