ଓଡିଶା

ରାଉରକେଲା ଝାଡାବାନ୍ତି ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ – bajravana

[ad_1]

ଡିସେମ୍ବର ୨୦ରେ ସ୍ୱାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ସଚିବଙ୍କ ରାଉରକେଲା ଗସ୍ତ

ଭୁବନେଶ୍ବର: ରାଉରକେଲାରେ ହଇଜା ଆତଙ୍କ ଦେଖାଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଠାରୁ ସ୍ଥିତି ସମ୍ପର୍କରେ ଅବଗତ ହେଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଏ ସମ୍ପର୍କରେ ବୁଝିବା ପରେ ଆସନ୍ତାକାଲି ସ୍ୱାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ରାଉରକେଲା ଯିବେ ବୋଲି ସୂଚନା ମିଳିଛି।

ରାଉରକେଲାରେ ଏବେ ବି ସ୍ଥିତିରେ ବିଶେଷ ପରିବର୍ତ୍ତନ ଘଟିନି। ଇସ୍ପାତ ସହରରେ ଏବେବି ଜାରି ରହିଛି ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚଛି।

ପ୍ରଶାସନର ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଡାଇରିଆରେ ୫୮୦ ଜଣ ଆକ୍ରାନ୍ତ ହେଇଥିବାବେଳେ, ୨୮୭ଜଣ ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ୨୪୦ ଜଣ ରୋଗୀ ସୁସ୍ଥ ହେଇ ଘରକୁ ଫେରିଛନ୍ତି। ତେବେ ଏବେ ବି ପ୍ରାୟ ୨୦ରୁ ୩୦ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏହାରି ଭିତରେ ଆସନ୍ତାକାଲି (ବୁଧବାର) ସ୍ୱାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ରାଉରକେଲା ଗସ୍ତରେ ଯିବେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button