ଅପରାଧ

ଭାଷଣ ଆରମ୍ଭରୁ ବିଦ୍ୟୁତ ଚାଲିଯିବା ପରେ ଅଧିକାରୀଙ୍କ ଉପରେ ରାଗିଗଲେ ବିଧାୟକ; ଦେଲେ କଡ଼ା ଚେତାବନୀ – bajravana

[ad_1]

ନୂଆଦିଲ୍ଲୀ: ରାଜସ୍ଥାନର ଯୋଦ୍ଧପୁରର ସେରଗଡ଼ ନିର୍ବାଚନମଣ୍ଡଳୀର ବିଧାୟକ ବାବୁ ସିଂହ ରାଠୋଡ଼ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓଟି ରବିବାର ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୟରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମର ରହିଛି।

ଭିଡିଓରେ ଦେଖିବାକୁ ମିଳୁଛି, କାର୍ଯ୍ୟକ୍ରମରେ ସେରଗଡ଼ ବିଧାୟକ ବାବୁସିଂହ ରା‌ଠୋଡ ଭାଷଣ ଦେଉଥିଲେ। ଭାଷଣ ଦେବା ସମୟରେ ଅନ୍ଧାର ହୋଇଯାଇଥିଲା। ଏହାପରେ ବିଧାୟକ ଡିସକମ (ବିଦ୍ୟୁତ ବିତରଣ କମ୍ପାନି)ର ଅଧିକାରୀଙ୍କ ଉପରେ ରାଗି ଯାଇଥିଲେ।

ଆଉ କହିଥିଲେ,‘ସଙ୍ଗେସଙ୍ଗେ ଚାକିରିରୁ ନିଲମ୍ବିତ କରିଦେବି। ମିଛ କହିବ ନାହିଁ ମିଛ କହୁଛ ବୋଲି ଜାଣିଲେ ମୁହଁ କଳା କରିଦେବି। ସେରଗଡ଼ରେ ଲୋକଙ୍କ ସମସ୍ୟା ମୁଁ ଏବେ ସହ୍ୟ କରି ପାରିବି ନାହିଁ। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବ୍ୟବସ୍ଥାର ସଠିକ ଭାବେ କାହିଁକି ଯାଞ୍ଚ କରାଗଲା ନାହିଁ। ଆଗକୁ ଏମିତି ହେଲେ ଚଳିବ ନାହିଁ।’

ସୂଚନାଯୋଗ୍ୟ, ସେରଗଡ଼ ବିଧାୟକ ବାବୁ ସିଂହ ରାଠୋଡ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୟରେ ରବିବାର ବାବରଲି ଗ୍ରାମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଦୀପ ପ୍ରଜ୍ବଳନ ପରେ ବିଧାୟକ ଯେମିତି ଭା‌ଷଣ ଦେବା ଆରମ୍ଭ କରିଥିଲେ ବିଦ୍ୟୁତ ଚାଲିଯାଇଥିଲା। ଏହି ସମସ୍ୟା ଦେଖି ରାଠୋଡ ରାଗି ଯାଇଥିଲେ। ଡିସକମ ଅଧିକାରୀଙ୍କୁ ଚେତାବନୀ ଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button