‘ଭଲ ପାଇ ବିବାହ କରି ଘରକୁ ଆଣିଥିଲି ସ୍ତ୍ରୀ, କିନ୍ତୁ ସେ ମୋ ବାପାଙ୍କ ଜୀବନ ନେଇଗଲା’: ପୁଅ – bajravana
[ad_1]
ନୂଆଦିଲ୍ଲୀ: ଜୟପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟବସାୟୀ ଶ୍ବଶୁରଙ୍କୁ ନବବଧୂ ବାଲକୋନିରୁ ଧକ୍କା ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତକଙ୍କ ପୁଅ ହନି ଗୋଏଲ ଅଭିଯୋଗ କରି କହିଛନ୍ତି କି, ମା’ ଓ ଭଉଣୀଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ଏହାପରେ ଆମେ ବାପା ଓ ପୁଅ ଦୁହେଁ ଏକାଠି ରହୁଥିଲୁ। ମୁଁ ଚାକିରି କରିବା ପରେ ସ୍ନେହା ଦେ ନାମକ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲି। ସ୍ନେହାଙ୍କୁ ବିବାହ କରି ଘରକୁ ନେଇ ଆସିଲେ ସେ ବାପାଙ୍କ କଥା ବୁଝିବେ ବୋଲି ଭାବିଥିଲି। ଏହାପରେ ବାପାଙ୍କୁ ସ୍ନେହାଙ୍କ ବିଷୟରେ କହିବାରୁ ସେ ଆମର ବାହଘର କରି ଦେଇଥିଲେ।
ବିବାହକୁ ୬ମାସ ପୂରିଛି। ଅଗଷ୍ଟ ୧୧ ତାରିଖ ସକାଳେ ବାପା ଲତେଶ ଗୋଏଲ ଓ ସ୍ତ୍ରୀ ସ୍ନେହାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ଲାଗିଥିଲା। ଏଥିରେ ରାଗି ଯାଇ ସ୍ନେହା ବାପାଙ୍କ ରୁମକୁ ଦୌଡ଼ି ଯାଇ ତାଙ୍କୁ ୧୫ଫୁଟ ଉଚ୍ଚରେ ଥିବା ବାଲକୋନିରୁ ଧକ୍କା ଦେଇ ତଳକୁ ଠେଲି ଦେଇଥିଲେ। ବାପା ତଳେ ପଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ମୁଁ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲି। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଭଲ ପାଇ ବିବାହ କରି ସ୍ତ୍ରୀଙ୍କୁ ଘରୁ ଆଣିଥିଲି। ଭାବିଥିଲି ସେ ବାପାଙ୍କ ଯତ୍ନ ନେବେ। କିନ୍ତୁ ସେ ତ ମୋ ବାପାଙ୍କୁ ଜୀବନରୁ ହିଁ ମାରିଦେଲେ।’
ମୃତକଙ୍କ ପୁଅଙ୍କ ଏହି ଅଭିଯୋଗକୁ କେନ୍ଦ୍ରକରି ପୁଲିସ ଯାଞ୍ଚ ଆରମ୍ଭ କରିଛି। ସ୍ନେହାଙ୍କୁ ପୁଲିସ ଅଟକ ରଖି ପଚରା ଉଚରା ଜାରି ରଖିଛି। ଯଦି ସ୍ନେହା ଦୋଷୀ ସାବ୍ୟସ୍ତ ହୁଅନ୍ତୁ କଡ଼ା ଦଣ୍ଡ ମିଳିବ ବୋଲି ବାପା, ମା’ ଓ ଭଉଣୀଙ୍କୁ ହରାଇଥିବା ପୁଅ ହନି ଗୋଏଲଙ୍କୁ ପୁଲିସ ପ୍ରତିଶୃତି ଦେଇଛି।
[ad_2]