ମନୋରଞ୍ଜନ

ଏହି କଥା ଶୁଣିଲେ ଖୁବ୍ ଚିଡ଼ିଯାଆନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ – bajravana

[ad_1]

ମୁମ୍ବାଇ: କରଣ ଜୋହରଙ୍କ ଫିଲ୍ମ ‘ଷ୍ଟେୁଡେଣ୍ଟ୍‌ ଅଫ୍‌ ଦ ଇୟର୍’ରୁ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ ଅଭିନେତ୍ରୀ ଆଲିଆ ଭଟ୍ଟ। ସେ ଆଜି ଜଣେ ବଡ଼ ଷ୍ଟାର୍‌। ହେଲେ ତାଙ୍କ ସଫଳତା ପାଇଁ ତାଙ୍କୁ ଶ୍ରେୟ କମ୍‌ ମିଳିଛି ଓ ସମାଲୋଚନା ଅଧିକ କରାଯାଇଛି। ତାହାର ଏକ କାରଣ ହେଉଛି ସେ ଷ୍ଟାର୍‌ କିଡ୍‌।

ଆଲିଆ ଜଣେ ପ୍ରତିଭାବାନ ଅଭିନେତ୍ରୀ ହୋଇଥିବା ସତ୍ତ୍ବେ ଲୋକ ତାଙ୍କୁ ସର୍ବଦା ସିନେ ନିର୍ମାତା ମହେଶ ଭଟ୍ଟଙ୍କ ଝିଅ ନଜରରେ ଦେଖୁଥିଲେ। ଜଣେ ଷ୍ଟାର୍‌ କିଡ୍‌ ହୋଇଥିବାରୁ ସଫଳତା ପାଇବା ତାଙ୍କ ପାଇଁ ସହଜ‌ ହୋଇଛି ବୋଲି ଚର୍ଚ୍ଚା କରାଯାଇଛି, ଯାହାକୁ ଆଦୌ ପସନ୍ଦ କରନ୍ତି ନାହିଁ ଆଲିଆ।

ଆବଶ୍ୟ ଆଲିଆ ଏବେ ଏପରି ଏକ ସ୍ଥାନ‌ରେ ନିଜକୁ ରଖିପାରିଛନ୍ତି ଯେ ଯେଉଁମାନେ ତାଙ୍କୁ ସମାଲୋଚନା କରୁଥିଲେ କିମ୍ବା ଟ୍ରୋଲ କରୁଥିଲେ ସେମାନେ ମଧ୍ୟ ତାଙ୍କୁ ପ୍ରଶଂସା କରିବାକୁ ବାଧ୍ୟ ହୋଇଛନ୍ତି। ଆଜି କେହି କହିପାରିବେ ନାହିଁ ଯେ ଆଲିଆ ଯାହା ବି ହୋଇଛନ୍ତି କେବଳ ଜଣେ ଷ୍ଟାର୍‌ କିଡ୍‌ ବୋଲି ‌ହୋଇ ପାରିଛନ୍ତି।

ଇଣ୍ଡଷ୍ଟ୍ରିରେ ୧୦ ବର୍ଷରୁ ଅଧିକ ସମୟ ବିତାଇବା ସତ୍ତ୍ବେ ବି ସେ ଷ୍ଟାର୍‌ କିଡ୍‌ର ଟ୍ୟାଗ୍‌ ପାଇ ଅପମାନିତ ହୋଇ ଚାଲିଛନ୍ତି। ତଥାପି, ଗୋଟିଏ ଜିନିଷ ଅଛି ଯାହା ଆଲିଆ ଭଟ୍ଟ ଆଦୌ ଶୁଣିବାକୁ ଭଲ ପାଆନ୍ତିନାହିଁ। ତାହା ହେଉଛି ସିଏ ତାଙ୍କ କାମକୁ ନିଜର ୧୦୦ ପ୍ରତିଶତ ଦିଅନ୍ତି ନାହିଁ।

ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ ଆଲିଆ ଭଟ୍ଟ ତାଙ୍କ କ୍ୟାରିୟର ଏବଂ ସେ ସମ୍ମୁଖୀନ ହେଉଥିବା ସମାଲୋଚନା ବିଷୟରେ କଥା ହୋଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button