ଅପରାଧ

ବିଳମ୍ବିତ ରାତିରେ ମନ୍ଦିରରୁ କଳାକନା ବୁଲାଇଲେ ଦୁର୍ବୃତ୍ତ – bajravana

[ad_1]

ବସ୍ତା୨: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅମର୍ଦ୍ଦାରୋଡ଼ ଫାଣ୍ଡି ଅଧିନସ୍ଥ ରାଜଘାଟ ବାରୁଣୀ ପଡ଼ିଆରେ ଥିବା ବାବା ମନ୍ଦିରରୁ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ କଳାକନା ବୁଲାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ସୂଚନାରୁ ପ୍ରକାଶ ବିଳମ୍ବିତ ରାତିରେ ବାବାଙ୍କ ମନ୍ଦିରରୁ ତାଲା ଭାଙ୍ଗି ସୁନା ଓ ରୁପା ଅଳଙ୍କାର ସମେତ ଦାନବାକ୍ସ ରୁ ଦାନ ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ନେଇ ଅଭିଯୋଗ ରେ ଦର୍ଶାଯାଇଛି। ରାତିରେ ମନ୍ଦିରର ପୂଜକ ଆଳତୀ ସାରି ମନ୍ଦିର ବନ୍ଦ କରି ଘରକୁ ଯାଇଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ମନ୍ଦିରକୁ ପୂଜା କରିବା ପାଇଁ ଆସିଥିବା ବେଳେ ତାଲା ଭାଙ୍ଗି ତଳେ ପଡି ଥିବା ଦେଖିଥିଲେ। ଶ୍ରଦ୍ଧାଳୁମାନେ ମନ୍ଦିରର ପୂଜକ ଓ ଗ୍ରାମବାସୀଙ୍କୁ ଖବର ଦେଇଥିଲେ।

ମନ୍ଦିର ପୂଜକ ଓ ଗ୍ରାମବାସୀ ପହଞ୍ଚି ମନ୍ଦିରରୁ ସମସ୍ତ ସୂନା, ରୁପା ଅଳଙ୍କାର ସହିତ ପୂଜା କଂସା ବାସନ ସାମଗ୍ରୀ ଲୁଟ ହୋଇଥିବା ଦେଖି ଅମର୍ଦାରୋଡ ପୋଲିସ ଫାଣ୍ଡିକୁ ଖବର ଦେଇଥିଲେ। ଖବର ପାଇ ଅମର୍ଦାରୋଡ ପୋଲିସ ଫାଣ୍ଡି ଅଧିକାରୀ ସନ୍ଦୀପ କୁମାର କୁଜୁର ସଦଳବଦଳେ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button