ଅପରାଧ

ଜଙ୍ଗଲକୁ ଡାକି ନେଇ ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଗୁଳିମାରି ହତ୍ୟା କଲେ ଦୁର୍ବୃତ୍ତ – bajravana

[ad_1]

ଇଟାନଗର: ବ୍ୟକ୍ତିଗତ କାର୍ଯ୍ୟରେ ତିରାପ ଜିଲ୍ଲା ଅନ୍ତର୍ଗତ ଗୋଟାଏ ଗାଁକୁ ଯାଇଥିବା ବେଳେ ଅରୁଣାଚଳ ପ୍ରଦେଶର ଜଣେ ପୂର୍ବତନ କଂଗ୍ରେସ ବିଧାୟକଙ୍କର ଜଣେ ସନ୍ଦିଗ୍ଧ ଉଗ୍ରବାଦୀଙ୍କ ଗୁଳି ଚୋଟରେ ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ଘଟଣାଟି ମିୟାଁମାର ସୀମାକୁ ଲାଗିଥିବା ରାହୋ ଗ୍ରାମରେ ଅପରାହ୍ଣ ପ୍ରାୟ ୩ଟା ବେଳେ ଘଟିଛି।

ତିରାପ୍‌ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ରାହୁଲ୍‌ ଗୁପ୍ତା କହିଛନ୍ତି, ୩ଜଣ ସହଯୋଗୀଙ୍କ ସହିତ ବ୍ୟକ୍ତିଗତ କାର୍ଯ୍ୟରେ ସ‌େ ଗାଁ’କୁ ଯାଇଥିବା ପୂର୍ବତନ କଂଗ୍ରେସ ବିଧାୟକ ୟୁମସେନ୍‌ ମାଟେଙ୍କୁ କେହି ଜଣେ କୌଣସି ବାହାନା ଦେଖାଇ ଜଙ୍ଗଲିଆ ଅଞ୍ଚଳକୁ ନେଇଯିବା ପରେ ତାଙ୍କ ଉପରକୁ ଗୁଳି ଚଳାଇଲେ। ଗୁଳି ଚୋଟରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଲା।

India Posts English

ଅପରାଧିଙ୍କୁ ଧରିବା ପାଇଁ ପୁଲିସ ତଲାସ ଅଭିଯାନ ଚଳାଇଛି।

ଉଗ୍ରବାଦୀଙ୍କ ପରିଚୟ ଦେବା ପାଇଁ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ମନା କରି ଦେଇଥିବା ବ‌େଳେ ପ୍ରତିରକ୍ଷା ସୂତ୍ରରୁ ସୂଚନା ମିଳିଛି ଯେ, ଏହି ହତ୍ୟାକାଣ୍ଡରେ ‘ଏନ୍‌ଏସ୍‌ସିଏନ୍‌-କେୱାଏ’ର ସମ୍ପୃକ୍ତି ରହିଛି।

୨୦୦୯ରେ ମାଟେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ଖୋନ୍‌ସା ପଶ୍ଚିମ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୧୫ରେ ସେ ‘ବିଜେପି’ରେ ଯୋଗ ଦେଇଥିଲେ ଏବଂ ୨୦୨୪ ବିଧାନସଭା ନିର୍ବାଚନରେ ଲଢ଼ିବାକୁ ଇଚ୍ଛା କରୁଥିବା କଥା ଚଳିତ ବର୍ଷ ପ୍ରାରମ୍ଭରେ କହିଥିଲେ।

ରାଜନୀତିରେ ପ୍ରବେଶ କରିବା ଆଗରୁ ସେ ଚାଙ୍ଗ୍‌ଲାଙ୍ଗ୍‌ ଜିଲ୍ଲାରେ ଜିଲ୍ଲା ପ୍ରୌଢ଼ଶିକ୍ଷା ଅଧିକାରୀଭାବେ ଚାକିରି କରୁଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button