ମନୋରଞ୍ଜନ

୧୨ ବର୍ଷ ବଡ଼ ରଣବୀର କପୁରଙ୍କୁ ସାମ୍ନାରେ ଦେଖି ଭୟଭୀତ ହୋଇ ଯାଇଥିଲେ ‘ନେସ୍‌ନାଲ୍‌ କ୍ରସ୍‌’ ତୃପ୍ତି – bajravana

[ad_1]

ମୁମ୍ବାଇ: ଫିଲ୍ମ ରିଲିଜ୍ ପରେ ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ‘ଆନିମଲ’। ଅନେକ ବଡ଼ ବଡ଼ ବଜେଟର ଫିଲ୍ମକୁ ପଛରେ ପକାଇ ଦେଇଛି ରଣବୀର କପୁରଙ୍କ ଫିଲ୍ମ। ତେବେ ରଣବୀର ଓ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ବ୍ୟତୀତ ଅଭିନେତ୍ରୀ ତ୍ରିପ୍ତି ଡିମ୍ରି ଏବେ ଖୁବ ଭାଇରାଲ ହେବାରେ ଲାଗିଛନ୍ତି। ଫିଲ୍ମରେ କମ ସମୟ ପାଇଁ ନଜର ଆସି ମଧ୍ୟ ସେ ଦର୍ଶକଙ୍କ ମନ କିଣିଛନ୍ତି।

ତେବେ ଆପଣ ହୁଏତ ଜାଣିନଥିବେ ଯେ ଅଭିନେତ୍ରୀ ତ୍ରିପ୍ତି ଡିମ୍ରି ରଣବୀରଙ୍କଠାରୁ ୧୨ ବର୍ଷ ସାନ। ସେ ରଣବୀରଙ୍କ ସମ୍ମୁଖରେ ଏତେ ଭୟଭୀତ ହୋଇ ଯାଇଥିଲେ ଯେ ଡରର ଅଭିନୟ ଭୁଲ୍‌ କରି ପକାଇଥିଲେ।

‘ଆନିମଲ୍‌’ ଫିଲ୍ମରେ ଜୋୟା ଚରିତ୍ରରେ ନଜର ଆସିବା ପରେ ସେ ନେସ୍‌ନାଲ୍‌ ‘କ୍ରସ୍‌’ ବନିଛନ୍ତି। ଫିଲ୍ମରେ ରଣବୀରଙ୍କ ସହ ଅନ୍ତରଂଗ ଦୃଶ୍ୟ ଦେଇ ସେ ସବୁ ତକ ଲାଇମ୍‌ଲାଇଟ୍‌ ଚୋରାଇ ନେଇଛନ୍ତି। ନିକଟରେ ଏକ ସାକ୍ଷାତ୍‌କାର ଦେଇ ଅଭିନେତ୍ରୀ କହିଛନ୍ତି ଯେ ତାଙ୍କୁ ସୁଟି ସେଟ୍‌ରେ ସହଜ ଅନୁଭବ କରାଇବା ପାଇଁ ଖୁବ୍ ଚେଷ୍ଟା କରାଯାଇଛି। ତାଙ୍କୁ ଏହି କଥା ଖୁବ୍ ସ୍ବତନ୍ତ୍ର ଲାଗିଛି।

ତୃପ୍ତି ଆହୁରି ବି କହିଛନ୍ତି ଯେ ରଣବୀରଙ୍କ ସହ କାମ କରି ତାଙ୍କୁ ଖୁବ୍ ଭଲ ଲାଗିଛି। ରଣବୀର କପୁର ତାଙ୍କ ସହ କଳାକାରଙ୍କୁ ଖୁବ୍ ଅଧିକ ସହଜ ଅନୁଭବ କରାଇଥାନ୍ତି। ପୂର୍ବରୁ ବି ଅନେକ ଅଭିନେତ୍ରୀ ଏ ପ୍ରସଂଗରେ ନିଜ ନିଜର ମତ ରଖିଛନ୍ତି। ରଣବୀରଙ୍କ ସହ କାମ କରିବା ତାଙ୍କ ପାଇଁ ଖୁବ୍ ଭଲ ଅଭିଜ୍ଞତା ଥିଲା ବୋଲି ସେ କହିଛନ୍ତି।

 

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button