ଓଡିଶା

ରାଜଗାଙ୍ଗପୁର ଦେଖିନି ମହିଳା ବିଧାୟକ – bajravana

[ad_1]

ଜିତେନ୍ଦ୍ର ନାରାୟଣ ଦାସ

ରାଜଗାଙ୍ଗପୁର: ଆଦିବାସୀ ଅଧ୍ୟୁଷିତ ରାଜଗାଙ୍ଗପୁର ବିଧାନସଭାରେ ସ୍ବାଧୀନତା ପରଠାରୁ କେବେ କୌଣସି ମହିଳା ବିଧାୟକ ଭାବେ ନିର୍ବାଚିତ ହୋଇନାହାନ୍ତି। ୨୦୦୦ ମସିହା ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ପ୍ରଥମ କରି ଏଠାରୁ ଜଣେ ମହିଳା ପ୍ରାର୍ଥୀଙ୍କୁ ଟିକଟ୍ ଦେଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଭଉଣୀ ଦମୟନ୍ତୀ ରାଉଡ଼ିଆ କଂଗ୍ରେସ୍‌ ଟିକଟ୍‌ରେ ନିର୍ବାଚନ ଲଢ଼ିଥିଲେ ବି ବିଜେଡି ପ୍ରାର୍ଥୀ ମଙ୍ଗଳା କିଷାନଙ୍କଠାରୁ ୧୩, ୬୫୫ ଭୋଟରେ ପରାସ୍ତ ହୋଇଥିଲେ। ଏହା ପୂର୍ବରୁ ବା ପରେ ଆଉ କୌଣସି ପ୍ରମୁଖ ରାଜନୈତିକ ଦଳ ଏଠାରୁ ମହିଳା ପ୍ରାର୍ଥୀ ଦେବା ଉଚିତ ମଣି ନାହାନ୍ତି। ଆଗାମୀ ନିର୍ବାଚନରେ ଶାସକ ବିଜେଡି ଦଳରେ ଅନେକ ମହିଳା ଟିକଟ୍‌ ଆଶାୟୀ ରହିଛନ୍ତି।

ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦେଉଥିବା ବେଳେ ସେମାନେ ଟିକଟ୍ ପାଇବେ ଓ ରାଜଗାଙ୍ଗପୁର ପ୍ରଥମ କରି ମହିଳା ବିଧାୟକ ଦେଖିବ ବୋଲି ଆଶା ବାନ୍ଧିଛନ୍ତି। ଅନ୍ୟ ଦଳ ଗୁଡ଼ିକରେ ସେମିତି ପ୍ରଭାବଶାଳୀ ମହିଳା ଦାବିଦାର ନାହାନ୍ତି। ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀ ୧୯୫୧ ମସିହାରେ ଗଠିତ ହୋଇଥିଲା। ୧୯୫୧ରେ ଅଗପିତ ଲାକଡ଼ା (ସ୍ବାଧୀନ), ୧୯୫୭ରେ ଶାନ୍ତି ପ୍ରକାଶ ଓରାମ (ସ୍ବାଧୀନ), ୧୯୬୧ରେ ରଂଗବଲ୍ଲଭ ଅମାତ (କଂଗ୍ରେସ), ୧୯୬୭ରେ ପ୍ରେମଚାନ୍ଦ ଭଗତ (ସ୍ବାଧୀନ), ୧୯୭୧ ମସିହାରେ ଝାଡ଼ଖଣ୍ଡ ଦଳର ଟିକଟରୁ ଇଗ୍ନେସ ମାଝି, ୧୯୭୪ରେ କଂଗ୍ରେସ୍‌ର ଖ୍ରୀଷ୍ଟଫର ଏକ୍କା (ବର୍ତ୍ତମାନ ବିଧାୟକ ଡା. ସିଏସ୍‌ ରାଜନ ଏକ୍କାଙ୍କ ବାପା), ୧୯୭୭ରେ ବ୍ରଜମୋହନ କିସାନ (ଜନତା ପାର୍ଟି), ୧୯୮୦ରେ ମୁଖରାମ ନାୟକ (କଂଗ୍ରେସ୍), ୧୯୮୫ରୁ ୨୦୦୦ ଯାଏ ମଙ୍ଗଳା କିସାନ ଲଗାତାର ୪ ଥର (ଜନତା ଦଳ ଓ ବିଜେଡି), ୨୦୦୪ ଓ ୨୦୦୯ ଗ୍ରିଗୋରି ମିଞ୍ଜ (କଂଗ୍ରେସ୍), ୨୦୧୪ ମଙ୍ଗଳା କିସାନ (ବିଜେଡି), ୨୦୧୯ରେ ଡା. ସିଏସ୍‌ ରାଜେନ୍ ଏକ୍କା (କଂଗ୍ରେସ୍) ରାଜଗାଙ୍ଗପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଆଗାମୀ ନିର୍ବାଚନରେ ରାଜଗାଙ୍ଗପୁରବାସୀ ମହିଳା ବିଧାୟକ ପାଇବେ ନା ପୁରୁଷଙ୍କ ଆଧିପତ୍ୟ ବଜାୟ ରହିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button