ଅପରାଧ

ଥାନାରେ ଇନ୍ସପେକ୍ଟରଙ୍କ ପିସ୍ତଲରୁ ଭୁଲବଶତଃ ଫୁଟିଗଲା ଗୁଳି, ମୁଣ୍ଡରେ ବାଜିବାରୁ ମହିଳା ଗୁରୁତର – bajravana

[ad_1]

ଆଲିଗଡ଼: ପାସପୋର୍ଟ ‘ଭେରିଫିକେସନ୍‌’ (ଯାଞ୍ଚ) ପାଇଁ ଜଣେ ମହିଳା ଥାନାକୁ ଯାଇଥିଲେ ଏବଂ ତାଙ୍କ ପାଳିକୁ ଅପେକ୍ଷା କରି ଥାନା ଭିତରେ ଠିଆ ହୋଇଥିଲେ। ଠିକ୍‌ ଏହି ସମୟରେ ପିସ୍ତଲ ଧରିଥିବା ଜଣେ ପୁଲିସ କର୍ମଚାରୀଙ୍କ ବନ୍ଧୁକରୁ ଭୁଲବଶତଃ ଗୁଳି ଫୁଟିଯାଇଥିଲା ଏବଂ ସଂପୃକ୍ତ ମହିଳାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ସେ ତଳେ ପଡ଼ିଯାଇଥିଲେ।

ଇଶରତ ନାମ୍ନୀ ସଂପୃକ୍ତ ମହିଳାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ୫୦ରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣା ପରେ ଅଭିଯୁକ୍ତ ପୁଲିସ କର୍ମଚାରୀ ନିଖୋଜ ଅଛନ୍ତି।

ପାସପୋର୍ଟ ଭେରିଫିକେସନ୍ ଦାୟିତ୍ୱରେ ଥିବା ଅଧିକାରୀ ମହିଳାଙ୍କୁ ଟଙ୍କା ପାଇଁ ହଇରାଣ କରୁଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଯୁକ୍ତିତର୍କ ହେବାରୁ ଅଧିକାରୀ ଜଣକ ତାଙ୍କୁ ଗୁଳି କରିଥିଲେ ବୋଲି ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପାସପୋର୍ଟ ଯାଞ୍ଚ ପାଇଁ ସେ ଥାନାକୁ ଯାଇଥିଲେ। ତାଙ୍କୁ ଟଙ୍କା ପାଇଁ ଫୋନ୍‌ ଆସୁଥିଲା। ତାଙ୍କୁ କିଏ ଗୁଳି କରିଛି ତାହା ଜଣାନାହିଁ। ତେବେ, ଦାବି ହୋଇଥିବା ଟଙ୍କାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ବୋଲି କହିଛନ୍ତି ୫୫ ବର୍ଷୀୟା ଆହତ ମହିଳାଙ୍କ ସମ୍ପର୍କୀୟ ଜିଶାନ।

ଏହି ଘଟଣାରେ ଅବହେଳା ଯୋଗୁଁ ଇନ୍‌ସପେକ୍ଟର ମନୋଜ ଶର୍ମାଙ୍କୁ ତୁରନ୍ତ ନିଲମ୍ବିତ କରାଯିବା ସହ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଛି। ଆହତ ମହିଳାଙ୍କୁ  ଏକ ଡାକ୍ତରୀ ଟିମ୍‌ ଚିକିତ୍ସା କରୁଛନ୍ତି। ଘଟଣାର ସିସିଟିଭି ଫୁଟେଜ୍‌ ଫିଲ୍‌ଡ ୟୁନିଟ୍‌ ଦ୍ୱାରା ଯାଞ୍ଚ କରାଯାଉଛି ବୋଲି ଆଲିଗଡ଼ର ଏସଏସପି କଳାନିଧି ନୈଥାନୀ ଗଣମାଧ୍ୟମକୁ କହିଛନ୍ତି। ମହିଳାଙ୍କ ମୁଣ୍ଡ ପଛରେ ଗୁଳିମାଡ଼ ହୋଇଥିବା ବେଳେ ଟିମ୍‌ ଗଠନ କରାଯାଇ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ମହିଳା ଜଣକ ଏକ ତୀର୍ଥଯାତ୍ରା ପାଇଁ ସାଉଦି ଆରବର ଉମରା ଯିବାକୁ ଯୋଜନା କରୁଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button