ମନୋରଞ୍ଜନ

ଲିଭ୍‌-ଇନ୍ ପାର୍ଟନର ଜୀବନ ହାରିବା ପରେ ‘ପୁଷ୍ପା’ର ଅଭିନେତାଙ୍କୁ ଗିରଫ କଲା ପୁଲିସ – bajravana

[ad_1]

ନୂଆଦିଲ୍ଲୀ: ହାଇଦ୍ରାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ହାଇଦ୍ରାବାଦ ପଞ୍ଜାଗୁଟ୍ଟା ପୁଲିସ ଅଭିନେତା ଜଗଦୀଶ ପ୍ରତାପ ଭଣ୍ଡାରୀଙ୍କୁ ଗିରଫ କରି ନେଇଥିବା ଜଣାପଡ଼ିଛି। ଗିରଫ ଜଗଦୀଶ ବ୍ଲକବଷ୍ଟର ହିଟ୍‌ ଫିଲ୍ମ ‘ପୁଷ୍ପା’ର ଅଭିନେତା ଥିଲେ। ଦର୍ଶକ ତାଙ୍କୁ ପରଦାରେ ଅଲ୍ଲୁ ଅର୍ଜୁନଙ୍କ ସାଙ୍ଗ କେଶବ ଭୂମିକାରେ ଦେଖିବାକୁ ପାଇଥିଲେ। ଗିରଫ ଅଭିନେତାଙ୍କ ବିରୋଧରେ ପ୍ରେମିକାଙ୍କୁ ଜୀବନ ହାରିବା ପାଇଁ ଉସୁକାଇଥିବା ଅଭିଯୋଗ ହୋଇଥିଲା। ଏହାପରେ ପ‌ରେ ପୁଲିସ ତାଙ୍କୁ ଗିରଫ କରି ଯାଞ୍ଚ ଆରମ୍ଭ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ୩୦ ବର୍ଷୀୟ ଜଗଦୀଶ ପ୍ରତାପ ଜଣେ ଜୁନିଅର ଆର୍ଟିଷ୍ଟଙ୍କ ସହ ଅନେକ ଦିନ ହେବ ଲିଭ୍‌-ଇନ୍ ରିଲେସନସିପରେ ରହୁଥିଲେ। ଗତ ନଭେମ୍ବର ୨୯ ତାରିଖରେ ଜଗଦୀଶ ଲିଭ୍‌-ଇନ୍‌ ପାର୍ଟନରଙ୍କୁ ଅନ୍ୟଜଣେ ପୁରୁଷଙ୍କ ସହିତ ଦେଖିବା ପରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଏମିତି କି ଜଗଦୀଶ ଉକ୍ତ ପୁରୁଷଙ୍କ ସହ ମହିଳାଙ୍କ ଭିଡିଓ କ୍ଲିପ ରେକର୍ଡ କରି ଦେଇଥିଲେ। ଏହାକୁ ନେଇ ଜଗଦୀଶ ମହିଳାଙ୍କୁ ଧମକ ଦେବାରୁ ସେ ଜୀବନ ହାରି ଦେଇଥିଲେ।

ଏହି ଘଟଣା ପରେ ମହିଳାଙ୍କ ପରିବାରଲୋକ ଜଗଦୀଶଙ୍କୁ ଝିଅ ମୃତ୍ୟୁ ପାଇଁ ଦାୟୀ କରିଥିଲେ। ମହିଳାଙ୍କ ପରିବାରଲୋକଙ୍କ ଅଭି‌ଯୋଗକୁ କେନ୍ଦ୍ର କରି ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଗତ ବୁଧବାର ଧାରା ୩୦୬ରେ ମାମଲା ରୁଜୁ କରି ଜଗଦୀଶଙ୍କୁ ପୁଲିସ ଗିରଫ କରିଛି। ଗିରଫ ପରେ ପୁଲିସ ପୁଷ୍ପା ଅଭିନେତାଙ୍କୁ ରିମାଣ୍ଡରେ ନେଇ  ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି।

ଏହି ଖବର ସାମ୍ନାକୁ ଆସିବା ପରେ ସିନେମା ଦୁନିଆରେ ଚାଞ୍ଚଲ୍ୟ ଖେଳିଯାଇଛି। କିଛିଲୋକ ଜଗଦୀଶଙ୍କ ସମର୍ଥନରେ ବାହାରିଥିବା ବେଳେ ଆଉ କିଛିଲୋକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button