ଅପରାଧ

ଅର୍ଚ୍ଚନା ନାଗଙ୍କୁ ଜାମିନ: ଜେଲ୍‌ରୁ ବାହାରିବା ବାଟ ସଫା – bajravana

[ad_1]

କଟକ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ପୂର୍ବରୁ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାର ଦୁଇ ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳି ସାରିଥିବା ବେଳେ ଇଡି ମାମଲାରେ ଜାମିନ ମଞ୍ଜୁର ପରେ ଜେଲରୁ ବାହାରିବା ପାଇଁ ତାଙ୍କ ପଥ ପରିଷ୍କାର ହୋଇଛି।

ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଇଡି ମାମଲାରେ ଅର୍ଚ୍ଚନା ଦାୟର କରିଥିବା ଜାମିନ ଆବେଦନର ନଭେମ୍ବର ୨୦ରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ତାହାର ରାୟ ପ୍ରକାଶ ପାଇଛି। ୨ ଲକ୍ଷ ଟଙ୍କାର ଦୁଇ ଜଣ ସ୍ଥାନୀୟ ଜାମିନଦାରଙ୍କ ବଦଳରେ ନିମ୍ନ ଅଦାଲତ ଅର୍ଚ୍ଚନାଙ୍କୁ ଜାମିନରେ ଛାଡ଼ିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାମିନରେ ଯିବା ପରେ ସେ କୌଣସି ଅପରାଧରେ ସଂପୃକ୍ତ ହେବେ ନାହିଁ, ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବା ଭଳି କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ସର୍ତ୍ତାରୋପ କରାଯାଇଛି। ମାମଲାର ସବୁ ତାରିଖରେ ନିମ୍ନ ଅଦାଲତରେ ସେ ହାଜର ହେବେ ଓ ଯଦି ପାସପୋର୍ଟ ଥିବ ତେବେ ନିମ୍ନ ଅଦାଲତରେ ଦାଖଲ କରିବେ। ମାମଲାର ଟ୍ରାଏଲ ସମୟରେ ସେ ନିଜ ରହିବା ଠିକଣା ସଂକ୍ରାନ୍ତରେ ଅଦାଲତ ଓ ଇଡିକୁ ଅବଗତ କରିବେ। ମୋବାଇଲ ନମ୍ବର, ଘରର ଠିକଣା ପ୍ରମାଣ ସହିତ ଓ ଇ-ମେଲ ଯଦି ଥିବ ତେବେ ସେ ନେଇ ଅବଗତ କରିବେ। ଅଦାଲତଙ୍କୁ ନ ଜଣାଇ ସେ ଫୋନ୍ ବନ୍ଦ ବା ନମ୍ବର ପରିବର୍ତ୍ତନ କରି ପାରିବେ ନାହିଁ। ଯେତେବେଳେ ଆବଶ୍ୟକ ଅର୍ଚ୍ଚନା ଇଡି ନିକଟରେ ହାଜର ହେବେ ଓ ଇଡିକୁ ସହଯୋଗ କରିବେ। ଯଦି ସର୍ତ୍ତ ଉଲ୍ଲଂଘନ କରନ୍ତି ତେବେ ଅର୍ଚ୍ଚନାଙ୍କ ଜାମିନ ନିମ୍ନ ଅଦାଲତ ବାତିଲ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୩, ଏପ୍ରିଲ ୧୧ରେ ନୟାପଲ୍ଲୀ ଥାନା ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ସେହିଭଳି ଭାବେ ଅଗଷ୍ଟ ୨ରେ ଖଣ୍ଡଗିରି ଥାନା ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଇଡ଼ି ମାମଲାର ତାଙ୍କୁ ଜାମିନ ମିଳି ନଥିବାରୁ ସେ ଜେଲରୁ ବାହାରି ପାରି ନଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ। ଆଇପିସିର ବିଭିନ୍ନ ଦଫା ସହିତ ଆଇଟି ଆକ୍ଟରେ ପୁଲିସ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏଥି ସହିତ ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଏତଲା ଆଧାରରେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୨୦୨୨, ଅକ୍ଟୋବର ୬ରେ ଅର୍ଚ୍ଚନା ଗିରଫ ହୋଇ ଜେଲ ଯାଇଥିଲେ। ଅର୍ଚ୍ଚନାଙ୍କ ବେଆଇନ କାର୍ଯ୍ୟକଳାପ ଓ କଳାଟଙ୍କା ପ୍ରସଂଗ ସମ୍ମୁଖକୁ ଆସିବା ପରେ ଇଡି ଘଟଣାର ତଦନ୍ତ କରିଥିଲା। ୨୦୨୨, ଡିସେମ୍ବର ୧୩ରେ ଇଡି ଅର୍ଚ୍ଚନାଙ୍କୁ ଗିରଫ କରିଥିଲା। ଅର୍ଚ୍ଚନାଙ୍କ ତରଫରୁ ଆଇନଜୀବ ଜୟଦୀପ ପାଲ ମାମଲା ପରିଚାଳନା କରୁଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button