ଓଡିଶା

କଂଗ୍ରେସରେ ମିଶିଲେ ଜୟରାମ ପାଙ୍ଗି – bajravana

[ad_1]

ଭୁବନେଶ୍ୱର: କଂଗ୍ରେସରେ ଯୋଗ ଦେଲେ କୋରାପୁଟର ବରିଷ୍ଠ ରାଜନେତା ଜୟରାମ ପାଙ୍ଗି । ଏହା ପୂର୍ବରୁ ସେ ବିଆରଏସ, ବିଜେପି ଏବଂ ବିଜେଡିରେ ନେତୃତ୍ୱ ନେଇଥିଲେ । କୋରାପୁଟର ପୂର୍ବତନ ସାଂସଦ ଥିଲେ ଜୟରାମ ପାଙ୍ଗି । ସେପଟେ ତଳସରାର ପୂର୍ବତନ ବିଧାୟକ ରଂଜିତ ଭିତ୍ରିଆ ବିଜେଡ଼ି ଛାଡି କଂଗ୍ରେସରେ ଯୋଗ ଦେଇଥିବାବେଳେ ଏଥି ସହିତ ଅନେକ ବୁଦ୍ଧିଜୀବୀ ଓ ଯୁବ ନେତା ବିଜେପି ଓ ବିଜେଡି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି ।

କଂଗ୍ରେସରେ ମିଶିବା ପରେ ବାପାଙ୍କୁ ମନେ ପକେଇଲେ ଜୟରାମ। ବାପାଙ୍କ ଦଳରେ ଯୋଗ ଦେଲି କହିଲେ ଜୟରାମ ପାଙ୍ଗୀ। ଯେଉଁ ପର୍ଯ୍ୟନ୍ତ କଂଗ୍ରେସକୁ ନ ଆସିଛୁ ଘରକୁ ଆସିବୁନି କହିଥିଲେ । ଆଜି ବାପାଙ୍କ ଆତ୍ମା ଖୁସି ହୋଇଥିବ କହିବା ସାଙ୍ଗକୁ ଆଗକୁ ନେତୃତ୍ୱ ନେବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି । ଜୟରାମ ପାଙ୍ଗୀ ବଞ୍ଚିଥିବା ପର୍ଯ୍ୟନ୍ତ ଆଦିବାସୀଙ୍କ ଜମିକୁ ହସ୍ତାନ୍ତର କରିବାକୁ ଦେବ ନାହିଁ ବୋଲି କଂଗ୍ରେସରେ ମିଶିବା ପରେ ସେ ପ୍ରତିକ୍ରିୟା ଦେଇଛନ୍ତି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button